• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାମ୍ନାକୁ ଆସିଲା CDS ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ । ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ସଂସଦୀୟ କମିଟିର ରିପୋର୍ଟ ପ୍ରକାଶ ପାଇଛି । ଡିସେମ୍ବର ୮, ୨୦୨୧ରେ ଘଟିଥିବା Mi-17 V5 ହେଲିକପ୍ଟର ଦୁର୍ଘଟଣା ପାଇଁ ଏହି ରିପୋର୍ଟରେ 'ମାନବ ତ୍ରୁଟି' ଦାୟୀ କରାଯାଇଛି । ଏହି ସାମରିକ ହେଲିକପ୍ଟର ତାମିଲନାଡୁର କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ହେଲିକପ୍ଟରରେ ବସିଥିବା ଭାରତର ପ୍ରଥମ CDS ଜେନେରାଲ୍‌ ବିପିନ ରାୱତ, ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା ।

ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ୧୩ ତମ ପ୍ରତିରକ୍ଷା ଯୋଜନା ଅବଧି ମଧ୍ୟରେ ଭାରତୀୟ ବାୟୁସେନା ବିମାନ ସହିତ କେତେ ଦୁର୍ଘଟଣା ହୋଇଛି ସେ ସମ୍ପର୍କରେ ତଥ୍ୟ ରଖାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ମୋଟ ୩୪ଟି ବିମାନ ଦୁର୍ଘଟଣା ଘଟିଛି। ଏଥି ମଧ୍ୟରେ ୨୦୨୧-୨୨ରେ ଭାରତୀୟ ବାୟୁସେନାର ନଅଟି ବିମାନ ଦୁର୍ଘଟଣା ଏବଂ ୨୦୧୮-୧୯ରେ ୧୧ଟି ବିମାନ ଦୁର୍ଘଟଣା ଅନ୍ତର୍ଭୁକ୍ତ । ରିପୋର୍ଟରେ କୁହାଯାଇଛି ଯେ ମାନବ ତ୍ରୁଟି ହେତୁ ଏହି ସବୁ ଘଟଣା ଘଟିଛି ।

ଅଧିକ ପଢ଼ନ୍ତୁ: ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ ସୁଧୁରିଛି ସ୍ଥିତି; ଗ୍ରାଉଣ୍ଡ ରିଅଲିଟି ଚେକ୍ କଲା OTV...

ଜେନେରାଲ ବିପିନ୍‌ ରାୱତଙ୍କ ହେଲିକପ୍ଟର ତାମିଲନାଡୁର କୁନ୍ନୁର ନିକଟ ଏକ ପାହାଡ ଉପରେ କ୍ରାସ୍‌ ହୋଇଥିଲା । ତିନି ବର୍ଷ ପରେ ପ୍ରତିରକ୍ଷା ଉପରେ ହୋଇଥିବା ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଲୋକସଭାରେ ଆଗତ କରାଯାଇଛି । ଏଥିରେ, ଘଟଣାର କାରଣକୁ 'Human Error' ଅର୍ଥାତ୍ ମାନବୀୟ ତ୍ରୁଟି ବୋଲି କୁହାଯାଇଛି ।

ତେବେ ଏହି ଘଟଣାର ତଦନ୍ତ କରୁଥିବା ଟିମ୍‌ ପ୍ରଥମେ କହିଥିଲେ ଯେ, ଘାଟିରେ ପାଣିପାଗର ଅପ୍ରତ୍ୟାଶିତ ପରିବର୍ତ୍ତନ ହେତୁ ଏହି ଦୁର୍ଘଟଣା ହୋଇଥିଲା । ପାଣିପାଗରେ ପରିବର୍ତ୍ତନ ହେତୁ ପାଇଲଟ୍‌ ସଠିକ୍‌ ସ୍ଥାନକୁ ଯାଇପାରିନଥିଲା । ତେବେ ଏହି ଅଘଟଣ ହେବା ପରେ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଜାଣିବା ପାଇଁ ଅନୁସନ୍ଧାନକାରୀ ଟିମ୍‌ ଫ୍ଲାଇଟ୍‌ ଡାଟା ରେକର୍ଡର ଓ କକ୍‌ପିଟ୍‌ ଭଏସ୍‌ ରେକର୍ଡର ଯାଞ୍ଚ କରିଥିଲେ । ଏହା ବ୍ୟତୀତ ତଦନ୍ତକାରୀ ଟିମ୍‌ ଉପଲବ୍ଧ ଥିବା ସମସ୍ତ ସାକ୍ଷୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ଯାହା ପରେ ସମ୍ପୂର୍ଣ୍ଣ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇଥିଲା ।

ସୂଚନା ଅନୁସାରେ ୮ ଡିସେମ୍ବର ୨୦୨୧ରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ ତାମିଲନାଡୁର କୋଏମ୍ବାଟୁରର ସୁଲୁର ବାୟୁସେନା ବେସରୁ ୱେଲିଙ୍ଗଟନ୍‌ର ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜକୁ ଯାଉଥିଲେ । ସେ ତାଙ୍କ ପତ୍ନୀ ମଦୁଲିକା ଏବଂ ଅନ୍ୟ ୧୨ ଜଣ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ସହ ଯାଉଥିଲେ । ସେମାନେ ଏକ Mi-17 V5 ହେଲିକପ୍ଟରରେ ଯାତ୍ରା କରୁଥିଲେ, ଅବତରଣ କରିବା ପୂର୍ବରୁ ହେଲିକପ୍ଟରଟି ପାହାଡ ଉପରେ କ୍ରାଶ୍‌ ହୋଇଯାଇଥିଲା । ଯାହାଫଳରେ ଏହି ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ: ସଂସଦରେ ଧକ୍କାକାଣ୍ଡକୁ ନେଇ ସାରା ଦେଶ ହୁଲସ୍ତୁଲ, ଅଭିଯୋଗ ପ୍ରତି-ଅଭିଯୋଗ ସହ ଥାନାକୁ ଗଲେ ଦୁଇ ଦଳ

OTV is now on Whatsapp

Join and get latest news update delivered to you via whatsapp

Join Now