/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748511133.jpg)
Huma Qureshi
BSF ମହିଳା ଯବାନଙ୍କ ଗହଣରେ ବଲିଉଡ ଅଭିନେତ୍ରୀ ହୁମା କୁରେଶି । ଜମ୍ମୁ ନିକଟ ଭାରତ ପାକିସ୍ତାନ ସୀମାରେ ଭାରତ-ପାକ ଅସ୍ତ୍ରବିରତି ଉଲ୍ଲଂଘନ ବେଳେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି । ଏହା ସହ ଜମ୍ମୁ-କାଶ୍ମୀରରେ ଶାନ୍ତି ଓ ଏକତା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।
ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ବିଭାଗ ଓ ସୀମା ସୁରକ୍ଷା ବଳର ମିଳିତ ଆନୁକୂଲ୍ୟରେ ଅକ୍ଟ୍ରୋଇ ପୋଷ୍ଟରେ ଆୟୋଜିତ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଘୃଣାକୁ ଜିତିବାକୁ ଦିଅନ୍ତୁ ନାହିଁ । ଜମ୍ମୁ ଓ କାଶ୍ମୀର ଆସନ୍ତୁ । ଭ୍ରମଣକାରୀ ଭାବେ ଆସନ୍ତୁ ଏବଂ ବିଶ୍ୱାସୀ ହୋଇ ଫେରନ୍ତୁ ।
ଏହି ଗସ୍ତ ସମୟରେ କୁରେଶି ଅପରେସନ ସିନ୍ଦୂର ସମୟରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ଭାରତୀୟ ସେନା ଓ BSF ଯବାନଙ୍କ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଥିଲେ । ସେ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ, ମୋତେ ଏଠାକୁ ଆସିବାକୁ ଏବଂ ଆପଣମାନଙ୍କ ଗହଣରେ ସମୟ ବିତାଇବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି, ବିଶେଷ କରି ମହିଳା ଯବାନ ଯେଉଁମାନେ ନିଜ ଜୀବନକୁ ଖାତିର ନ କରି ଦିନ ରାତି ୨୪ ଘଣ୍ଟା ଆମ ସୀମା ସୁରକ୍ଷା ପାଇଁ କାର୍ଯ୍ୟ କରିଛନ୍ତି । ଆମ ପାଦ ତଳେ ଥିବା ମାଟି ଆମ ଦେଶର ସୈନ୍ୟଙ୍କ ସାହସିକତା ଓ ସମର୍ପଣର ପ୍ରତୀକ, ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଆପଣମାନଙ୍କ ସାହସିକତା ଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ବଜାୟ ରହିଛି ବୋଲି କୁରେଶି କହିବା ସହ ବିଏସଏଫ ଯବାନଙ୍କ ମନୋବଳ ବଢାଇଥିଲେ ।
ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା
ହୁମା କୁରେଶିଙ୍କ ମାଆ ଜମ୍ମୁ-କାଶ୍ମୀରର ହୋଇଥିବାରୁ ତାଙ୍କର ଜମ୍ମୁ-କାଶ୍ମୀର ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ଥିବା କହିଛନ୍ତି । ଯାହା ବି କିଛି ନିକଟରେ ଘଟିଛି, ଦେଶ ପ୍ରତି ଆପଣମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ବୁଝାଇ ଦେଇଛି । ଜମ୍ମୁ-କାଶ୍ମୀର ହେଉଛି ଭାରତର ମେରୁଦଣ୍ଡ । ଆପଣମାନେ ଯେପରି ଏକତାର ସହିତ ଦେଶର ସୁରକ୍ଷା ପାଇଁ ଛିଡା ହୋଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ସାଲ୍ୟୁଟ କରୁଛି । ଜମ୍ମୁ-କାଶ୍ମୀର ପ୍ରକୃତରେ ପୃଥିବୀର ସ୍ୱର୍ଗ ଅଟେ ବୋଲି କହିଛନ୍ତି ହୁମା କୁରେଶୀ ।
ଉଲ୍ଲେଖଯୋଗ୍ୟ, ଅକ୍ଟୋରୀ ପୋଷ୍ଟରେ ବିଏସଏଫ ଯବାନଙ୍କ ଦ୍ୱାରା ପ୍ରତି ସପ୍ତାହର ଶେଷ ଦିନରେ ୱାଘା ଶୈଳୀରେ ବିଟିଂ ରିଟ୍ରିଟ ସମାରୋହର ଆୟୋଜନ କରାଯାଇଥାଏ । ଜମ୍ମୁ-କାଶ୍ମୀର ସୀମାରେ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ବିଟିଂ ରିଟ୍ରିଟ ସେରିମନି ପହଲଗାମ ଆତଙ୍କବାଦୀ ହମଲା ପରେ ବନ୍ଦ ହୋଇଯାଇଥିଲା । ପରିସ୍ଥିତି ଶାନ୍ତ ପଡିବା ପରେ ଗତ ସପ୍ତାହରେ ଏହା ପୁନଃ ଆରମ୍ଭ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)