/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745556671.jpg)
Terrorists House Demolished
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆତଙ୍କବାଦୀ ପାତାଳରେ ଥିଲେ ବି ଖୋଜି ଖୋଜି ମାରିବୁ । ଆଉ ରାତିରେ ଆତଙ୍କବାଦୀଙ୍କ ଘରକୁ ବୋମାରେ ଉଡାଇଦେଲେ ସୁରକ୍ଷାବାହିନୀ । ଜମ୍ମୁ-କାଶ୍ମରୀ ପହଲଗାମ୍ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି । ଗୁରୁବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ବୋମାରେ ଉଡାଇ ଦେଇଛନ୍ତି । ଆସିଫ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବର ସ୍ଥାନୀୟ କମାଣ୍ଡର ଏବଂ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ତା'ର ଘର ଥିଲା । ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରୀର ଅନନ୍ତନାଗ ସ୍ଥିତ ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ସୂଚନା ମିଳିଛି ।
VIDEO | House of terrorist Asif Sheikh, who was allegedly involved in Pahalgam terror attack, was blown up in Jammu and Kashmir's Tral. More details awaited.
(Source: Third Party)
(Full video available on PTI Videos - https://t.co/n147TvrpG7) pic.twitter.com/KQLGoPRpgf
— Press Trust of India (@PTI_News) April 25, 2025
ଅଧିକ ପଢ଼ନ୍ତୁ: ଏଲଓସିରେ ରାତିସାରା ଫାୟାରିଂ, ପାକିସ୍ତାନର ମୁହଁତୋଡ଼ ଜବାବ ଦେଲା ଭାରତ
ସୁରକ୍ଷା ଏଜେନ୍ସିର ସୂଚନା ମୁତାବକ, ଆଦିଲ୍ ପହଲଗାମ୍ ଆତଙ୍କୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେ ଅନନ୍ତନାଗ ବିଜବେହରା ନିବାସୀ ଅଟେ । ପହଲଗାମ୍ ଆକ୍ରମଣରେ ସେ ଆତଙ୍କବାଦୀଙ୍କ ଗାଇଡ୍ ଭାବରେ କାମ କରିଥିଲା । ଆଦିଲ ୨୦୧୮ରେ ଅଟାରୀ-ୱାଘା ବର୍ଡର ଦେଇ ପାକିସ୍ତାନ ଯାଇଥିଲା । ସେଠାରୁ ସେ ଆତଙ୍କବାଦ ଟ୍ରେନିଂ ଗ୍ରହଣ କରି ଗତବର୍ଷ ଜମ୍ମୁ-କାଶ୍ମୀର ଫେରିଥିଲା । ଗୁଇନ୍ଦା ସୂତ୍ର ଅନୁସାରେ, ପହଲଗାମ୍ରେ ହୋଇଥିବା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ତା'ର ବଡ଼ ଭୂମିକା ଥିଲା । ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିବା ପରେ ଗୁରୁବାର ରାତିରେ ଜମ୍ମୁ-କାଶ୍ମୀର ପ୍ରଶାସନ ଆଦିଲର ଘର ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ।
କହିରଖୁଛୁ କି, ଜମ୍ମୁ-କାଶ୍ମୀର ପୋଲିସ ପୂର୍ବରୁ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିସାରିଛି । ସେମାନେ ହେଲେ ଆସିଫ୍ ଫୌଜି, ସୁଲେମାନ ଶାହ ଓ ଆବୁ ତଲହା । ଏହି ଆତଙ୍କବାଦୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହି ଆତଙ୍କବାଦୀମାନେ ଗତ ୨୨ ତାରିଖ ଦିନ ପହଲଗାମ୍ ବୈସରନରେ ନରସଂହାର ରଚିଥିଲେ । ପରିବାର ସହ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନାଁ ଓ ଧର୍ମ ପଚାରି ଗୁଳି ମାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)