ଜମ୍ମୁ ଓ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାକୁ ନେଇ ଅମିତ ଶାହାଙ୍କ ବୈଠକ

ଜମ୍ମୁ ଓ କାଶ୍ମୀରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।

Home Minister Amit Shah chairs security meeting over J&K targetted killings

ଜମ୍ମୁ ଓ କାଶ୍ମୀରରେ ଟାର୍ଗେଟ କିଲିଂ ବା ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜମ୍ମୁ ଓ କାଶ୍ମୀର ପ୍ରଶାସନର ଉଚ୍ଚ ଅଧିକାରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ସେନାଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

ଗୋଟିଏ ପଟେ ନିରୀହ ସଂଖ୍ୟାଲଘୁଙ୍କୁ ହତ୍ୟା ବଢୁଥିବାବେଳେ ଅନ୍ୟପଟେ ମାସ ଶେଷକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଣୁ ଏହାକୁ ଗୁରୁତ୍ୱ ସହ ନେଇ ଶାହ ଏହି ସମୀକ୍ଷା କରିଥିବା ଜଣାପଡିଛି ।

ଦିନକୁ ଦିନ ଆତଙ୍କବାଦୀଙ୍କ ବର୍ବରାତା କାଣ୍ଡ ବଢ଼ିବାରେ ଲାଗିଛି । ଦେଖନ୍ତୁ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀମାନେ କିପରି ଭାବରେ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।