/odishatv-khabar/media/post_attachments/uploadimage/library/16_9/16_9_0/Woman_1752036934.jpg)
Woman
ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତରେ ଅନେକ ଧନଜୀବନ ହାନୀ ହୋଇଥିଲା । ପ୍ରବଳ ବର୍ଷାରେ ଭୂ-ସ୍ଖଳନ ଓ ବନ୍ୟା ହୋଇ ଅନେକ ଲୋକଙ୍କ ଜୀବନହାନୀ ହୋଇଛି । କିନ୍ତୁ ଏହି ସଂଘର୍ଷ ମଧ୍ୟରେ ଜଣେ ଯୁବତୀ ଚମତ୍କାର ଭାବେ ନିଜ ଜୀବନ ବଞ୍ଚାଇଛନ୍ତି । ୫ ଘଣ୍ଟା ଧରି ମାଟି ତଳେ ରହିବା ପରେ ଭଗ୍ନାବଶେଷ ମଧ୍ୟରୁ ନିଜକୁ ଉଦ୍ଧାର କରିଛନ୍ତି । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂ-ସ୍ଖଳନରେ ସବୁ କିଛି ଧ୍ୱଂସ ବିଧ୍ୱଂସ ହୋଇ ଯାଇଥିବା ବେଳେ ତନେଜା ଠାକୁର ନାମ୍ନୀ ଜଣେ ଯୁବତୀ ୫ ଘଣ୍ଟା ଧରି ଭଗ୍ନାବଶେଷ ତଳେ ରହିବା ପରେ ଜୀବିତ ଭାବରେ ସେ ସେଥିରୁ ବାହାରିଛନ୍ତି ।
ଅଧିକ ପଢନ୍ତୁ: ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ
ବାଗ୍ୟାଦ୍ ଉପତ୍ୟକାର ଶରଣ ଗାଁରେ ରୁହନ୍ତି ତନେଜା । ଏହି ଘଟଣାକୁ ନେଇ ତନେଜା କହିଛନ୍ତି, “ପ୍ରବଳ ବର୍ଷା ହେବା ଫଳରେ ଘର ଭିତରକୁ ବନ୍ୟା ପାଣି ପଶି ଆସୁଥିଲା । ତେଣୁ ସମସ୍ତେ ନିଜ ଜୀବନକୁ ବଞ୍ଚାଇବା ପାଇଁ ବାହରକୁ ଦୌଡୁଥିଲେ । ମୁଁ ମଧ୍ୟ ଏକ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବାହାରିଥିଲି । ହେଲେ ହଠାତ୍ ମାଟି ଧସି ମୋ ଉପରେ ପଡିଗଲା । ମୋ ଉପରେ ସବୁ ମାଟି, ଗୋଡି ପଥର ପଡିଥିଲା । ପ୍ରତ୍ୟେ ସେକେଣ୍ଡରେ ମୁଁ ସେହି ମାଟିକୁ ପଛକୁ ଠେଲୁଥିଲି । ମୋତେ ଲାଗୁ ଥିଲା ଯେ, ଯଦି ମୁଁ ସଂଘର୍ଷ ନ କରେ, ତାହାଲେ କିଛି ସେକେଣ୍ଡ ମଧ୍ୟରେ ମୋ ଜୀବନ ଚାଲିଯିବ । ତେଣୁ ମିଁ ନିଶ୍ୱାସ ନେଇ ପାରିବା ପାଇଁ ମାଟି ବାହାର କରିବାକୁ ସକ୍ଷମ ହୋଇ ପାରିଥିଲି । ମୋତେ ବାସ୍ ଏତିକି ଜଣାଥିଲା, ଯେ ମୋତେ ଜୀବିତ ଅବସ୍ଥାରେ ବାହାରକୁ ବାହାରିବାର ଅଛି । ମୁଁ ଭିତରେ ଥିବା ବେଳେ ବାହାରେ ମୋତେ ମୋ ବାପା ମାଆ ଖୋଜୁ ଥାଆନ୍ତି । କିଛି ଘଣ୍ଟା ପରେ ବାପା ମାଆ ଓ ପଡୋଶୀମାନେ ମୋତେ ଉଦ୍ଧାର କରିଥିଲେ ।”
ତନେଜାଙ୍କ ଅଦମ୍ୟ ସାହସକୁ ପ୍ରଶଂସା କରିଛନ୍ତି ହିମାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଏବଂ ବିରୋଧୀ ଦଳ ନେତା ଜୟ ରାମ ଠାକୁର । ଉଭୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ତନେଜାଙ୍କୁ ଭେଟିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)