/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742881793.jpg)
For Couples
ହଁ ଦର୍ଶକବନ୍ଧୁ ଆପଣ ଠିକ ଶୁଣିଛନ୍ତି ଆଜି ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବୁ, ଯେଉଁଠାରେ ପ୍ରେମୀଯୁଗଳ ଘରୁ ଲୁଚିକି ଆସିବା ପରେ ଆଶ୍ରୟ ନିଅନ୍ତି। ଆଉ ତାଙ୍କୁ ସୁରକ୍ଷା ଦିଅନ୍ତି ଗ୍ରାମବାସୀ।
ଏବେ ପ୍ରେମ ବିବାହ ଦୁନିଆର ଅନେକ ଦେଶରେ ସାଧାରଣ ଘଟଣା ପାଲଟିଗଲାଣି। ପ୍ରେମ ବିବାହ ଭାରତରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଆଇନତଃ ଗ୍ରହଣୀୟ। କିନ୍ତୁ ଅନେକ ସମୟରେ ପରିବାର ସଦସ୍ୟ ପ୍ରେମ ବିବାହକୁ ବିରୋଧ କରିଥା'ନ୍ତି। ଏଭଳି ପରିସ୍ଥିତିରେ ପରସ୍ପରକୁ ଭଲ ପାଉଥିବା କିଛି ପ୍ରେମୀ ଯୁଗଳ ଘରୁ ପଳାଇ ବିବାହ କରନ୍ତି। ଘରୁ ପଳାଇବା ପରେ ସେମାନେ ଏକ ସୁରକ୍ଷିତ ସ୍ଥାନ ଖୋଜିଥା'ନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏଭଳି ପ୍ରେମିଯୁଗଳଙ୍କୁ ଆଶ୍ରୟ ଦିଅନ୍ତି ଲୋକେ।
ଅଧିକ ପଢ଼ନ୍ତୁ: ବମ୍ଫର ଅଫର୍ ଦେଇ ଚୂନ ମାରୁଥିଲେ ମହିଳା; ଘରୁ ମିଳିଲା ସୁନା ହାତୀ ଓ ପୁଳାପୁଳା ଟଙ୍କା
ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର। ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି। ସେମାନଙ୍କୁ ଏଠାରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଦିଆଯିବା ସହ ଖାଦ୍ୟପାନୀୟର ମଧ୍ୟ ବ୍ୟବସ୍ଥା କରାଯାଏ। ତାହା ପୁଣି ସମ୍ପୁର୍ଣ୍ଣ ମାଗଣା।
ଏହି ଗାଁର ଲୋକମାନେ କୁହନ୍ତି, ଯଦି ସେମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦେବେନାହିଁ। ତେବେ ଭଗବାନ ସେମାନଙ୍କ ଉପରେ ରାଗିଯିବେ। କାରଣ ବିଶ୍ୱାସ ଅନୁଯାୟୀ ପାଣ୍ଡବମାନେ ଏହି ଗାଁକୁ ଆଶ୍ରୟ ନେବାକୁ ଆସିଥିଲେ। ତା’ପରେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇ ଦେଇଥିଲେ। ଯେତେବେଳେ ସେମାନଙ୍କୁ ଖୋଜିଖୋଜି କରି କୌରବମାନେ ଏଠାରେ ପହଞ୍ଚିଲେ ଶାଙ୍ଗଚୁଲା ମହାଦେବ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ। ମହାଦେବ ଆଦେଶ ଦେଇଥିଲେ, ଯିଏ ତାଙ୍କର ଶରଣକୁ ଆସେ, ସେ ତାଙ୍କୁ ସୁରକ୍ଷା ଦେବେ ।
ଏହି ବିଶ୍ୱାସ ଆଧାରରେ ଆଜି ମଧ୍ୟ ଏଠାରେ ଆଶ୍ରୟ ନେଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି। ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏଠାରେ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଇଥାଏ। ଏଠାରେ ପୋଲିସର ପ୍ରବେଶ ମଧ୍ୟ ନିଷେଧ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)