Advertisment

Scam: ବମ୍ଫର ଅଫର୍ ଦେଇ ଚୂନ ମାରୁଥିଲେ ମହିଳା; ଘରୁ ମିଳିଲା ସୁନା ହାତୀ ଓ ପୁଳାପୁଳା ଟଙ୍କା

ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ତିଳୋତ୍ତମା ପ୍ରଧାନ। ୫ ବର୍ଷ ହେବ ସେ ଲୋନ୍‌ ନାଁରେ ଲୋକଙ୍କୁ ମାରୁଥିଲେ ଚୂନ। ଟଙ୍କା ଲୋଭ ଦେଖାଇ ନେଇଯାଉଥିଲେ ଟଙ୍କା। ଲୋନ୍ କରାଇଦେବି କହି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fraud Woman

Fraud Woman

ମହାଧୂର୍ତ୍ତ ମହିଳା... ଲୋକଙ୍କୁ ଠକିବାର ଆପଣେଇଥିଲେ ନୂଆ ଫଣ୍ଡା...। ଦେଉଥିଲେ ଲୋଭନୀୟ ଅଫର। ଯେମିତି ଲୋକେ ଫଶିବେ, ସେ ହେବେ ମାଲେମାଲ। ଠକ ମହିଳାଙ୍କ ଅଫରରେ ଲୋକେ ହେଉଥିଲେ ବାଇଆ। ୫ ହଜାର ଦେଇ ୫୦ ହଜାର ଟଙ୍କା ଲୋନ୍ ନେବା ପାଇଁ ଜମୁଥିଲା ମହିଳାଙ୍କ ଘରେ ଲୋକଙ୍କ ଭିଡ଼। ତା’ ପରେ ହେବାକୁ ପଡ଼ୁଥିଲା ଲୋକଙ୍କୁ ଠକାମୀର ଶିକାର। ଠକ ମହିଳା ହେଉଥିଲେ ଖୁସ, ଲୋକେ ହେଉଥିଲେ ବୋକା..। ଏପରି ଲୋକଙ୍କୁ ଠକେଇ କରିବା ଅଭିଯୋଗରେ ଜଣେ ଠକ ମହିଳାଙ୍କୁ ବାନ୍ଧିଛି ପୋଲିସ। ଏପରି ଘଟଣା ଘଟିଛି ପୁରୀ ସାକ୍ଷୀଗୋପାଳ ଅଞ୍ଚଳରେ।

Advertisment

ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ତିଳୋତ୍ତମା ପ୍ରଧାନ। ୫ ବର୍ଷ ହେବ ସେ ଲୋନ୍‌ ନାଁରେ ଲୋକଙ୍କୁ ମାରୁଥିଲେ ଚୂନ। ଟଙ୍କା ଲୋଭ ଦେଖାଇ ନେଇଯାଉଥିଲେ ଟଙ୍କା। ଲୋନ୍ କରାଇଦେବି କହି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ। ୫ ହଜାର ଟଙ୍କା ଦେଲେ ୫୦ ହଜାର ଟଙ୍କା ଲୋନ୍‌ ମିଳିବ ବୋଲି କହୁଥିଲେ। ଲୋକେ ମଧ୍ୟ ଠକ ମହିଳାଙ୍କ ଲୋଭନୀୟ ଅଫରରେ ରାଜି ହୋଇଯାଉଥିଲେ। ଲୋନ୍‌ ନେବା ପାଇଁ ୫ ହଜାର ଟଙ୍କା ଦେଉଥିଲେ। ଏପରି କି ମହିଳା ଜଣଙ୍କ ତାଙ୍କ ନିକଟରେ ସୁଟ୍‌କେସ୍‌ ଭର୍ତ୍ତି ୫୦୦ଟଙ୍କିଆ ନୋଟ୍‌, ୨୦କେଜିରୁ ଊଦ୍ଧ୍ୱ ସୁନା ଅଳଙ୍କାର ଏବଂ ଆର୍‌ବିଆଇରେ ବଣ୍ଡ ରହିଥିବା ଲୋକମାନଙ୍କୁ କହିବା ସହ ଟଙ୍କା ଓ ସୁନା ଅଳଙ୍କାରର ଏକାଧିକ ଫଟୋ ଦେଖାଉଥିଲେ। ଆଉ ଲୋକେ ବି ତାଙ୍କ କଥାରେ ବିଶ୍ୱାସ କରି ଋଣ ନେବା ପାଇଁ ତାଙ୍କୁ ବଢ଼ାଇ ଦେଉଥିଲେ ଟଙ୍କା।

Advertisment

ତା’ପରେ ଲୋକଙ୍କୁ ମିଳୁନଥିଲା ଲୋନ୍ । ଆଜି ମିଳିବ, କାଲି ମିଳିବ ବୋଲି କହି ଠକୁଥିଲେ। ଫେବ୍ରୁଆରୀ ୨୯ ତାରିଖରେ ଏନେଇ ହନ୍ତୁକ ଗାଁର ଅଭିମନ୍ୟୁ ଜେନା ଅଭିଯୋଗ ଆଣିଥିଲେ। ତାଙ୍କଠାରୁ ବି ସମ୍ପୃକ୍ତ ମହିଳା ୧୨ ଲକ୍ଷ ଟଙ୍କା ଠକି ନେଇଥିବା କହିଛନ୍ତି ଅଭିମନ୍ୟୁ। ଅଭିଯୋଗ ଆଧାରରେ ପୋଲିସ ପୁରୀର ବାଲିଘାଟ ଶ୍ରୀରାମ ନଗରରେ ତିଳୋତ୍ତମାଙ୍କ ଭଡ଼ାଘରେ ଚଢାଉ କରିଥିଲା।

ଚଢ଼ାଉ ବେଳେ ତିଳୋତ୍ତମାଙ୍କ ଘରୁ ସୁନା ହାତୀ ସହ ପୁଳା ପୁଳା ଗହଣା ଓ ଟଙ୍କା ଜବତ କରାଯାଇଥିଲା। ଏଥିସହ ଠକ ମହିଳାଙ୍କୁ ଗିରଫ କରିଥିଲା ପୋଲିସ।  ଏନେଇ ସଂପୃକ୍ତ ମହିଳାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏହା ପଛରେ ହନୁମାନ ପଇସା କାରବାର ମଧ୍ୟ ହେଉଥିବା ପୋଲିସ ସୂଚନା ପାଇଛି।

ତେବେ ତିଳୋତ୍ତମା ଏତେ ସୁନା ଆଣିଲେ କେଉଁଠୁ। କେଉଁ ଉପାୟରେ ଠୁଳ କରିଥିଲେ? ଏହାର ଲିଙ୍କ୍ କ’ଣ। କେଉଁ ସୂତ୍ରରୁ ଏତେ ଟଙ୍କା ଘରେ ରଖିଥିଲେ। କେବଳ ଅଧିକ ଟଙ୍କା ଲୋଭ ଦେଖାଇ ଲୋଙ୍କୁ ଠକୁଥିଲେ ନା ଆଉ କିଛି ରହସ୍ୟ ଅଛି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଅଧିକ ପଚରାଉଚରା କଲେ ରହସ୍ୟ ଉପରୁ ପରଦା ହଟିପାରେ।

ଉଲ୍ଲେଖଯୋଗ୍ୟ, କରୋନା ସମୟରେ ଏହି ଠକ ମହିଳା ତିଳୋତ୍ତମା ହନ୍ତୁକ ସାକ୍ଷୀଗୋପାଳ ଅଞ୍ଚଳରେ ଲୋକଙ୍କୁ ଟଙ୍କା ଓ ଗ୍ରୋସରୀ ସାମଗ୍ରୀ ଦେଇ ଆସ୍ଥାଭାଜନ ହୋଇଥିଲେ। ପରେ ୫ ହଜାର ଟଙ୍କା ଦେଲେ ୫୦ ହଜାର ଟଙ୍କାର ଲୋନ୍ ଦେବେ କହି ଲୋକଙ୍କୁ ଠକି ଚାଲିଥିଲେ।

ଅଧିକ ପଢ଼ନ୍ତୁ: କେବେ ସରିବ କୋରାପୁଟ-ସୁନାବେଡ଼ା ରାସ୍ତା କାମ ? ଭିଡ଼ରେ ଫସୁଛି ହଜାର ହଜାର ଗାଡ଼ି ମୋଟର

Odisha Police Puri
Advertisment
Advertisment