Advertisment

Viral Video: ନିଜ ବିବାହରେ ବୟଫ୍ରେଣ୍ଡ୍‌ ସହ ଜବରଦସ୍ତ ଡ୍ୟାନ୍ସ, ଆଲିଙ୍ଗନ...

ଡେକୋରେସନ୍‌, ସେଲିବ୍ରେସନ୍‌, ମ୍ୟୁଜିକ୍‌ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bride Hugs Boyfriend During Marriage

During Marriage Bride Hugs Boyfriend After Dance, Video Goes Viral

ଡେକୋରେସନ୍‌, ସେଲିବ୍ରେସନ୍‌, ମ୍ୟୁଜିକ୍‌ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ। ଯଦିଓ ଏହି ଡ୍ରାମା କେଉଁଠି ନା କେଉଁଠି ବର ଓ କନ୍ୟା ପକ୍ଷ ଉଭୟ ପରିବାର ପାଇଁ ଏକ ପ୍ରକାର ଟେନ୍‌ସନ୍‌ ସୃଷ୍ଟି କରିଥାଏ, ହେଲେ ଅତିଥିମାନେ ଏହାକୁ ଉପଭୋଗ କରିଥାନ୍ତି। ଆଜିକାଲି ବର ଓ କନ୍ୟାଙ୍କ ମଧ୍ୟରେ କଥା କଟାକଟି କୌଣସି ନୂଆ କଥା ନୁହେଁ। ଖାସ୍‌ କରି ବିବାହ ବେଳେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ଆଜିକାଲି ସାଧାରଣ ହୋଇଗଲାଣି। ଏହାର ଅନେକ ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି।

Advertisment

ହେଲେ, ଆପଣ କେବେ ଭାବିଛନ୍ତି ନିଜ ପ୍ରେମିକାର ବିବାହରେ ପ୍ରେମିକ ଡ୍ୟାନ୍ସ କରିବା। ତା’ବି ପୁଣି ପ୍ରେମିକା ସହ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ଯୁବକ ହିନ୍ଦୀ ଗୀତ ‘ତୁଝ୍‌କୋ ହି ଦୁଲ୍‌ହନ୍‌ ବନାଉଁଗା’ ଗୀତର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଆଉ ଏହି ସମୟରେ ହଠାତ୍‌ କନ୍ୟା ଆସି ଯୁବକଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହାପରେ ଉଭୟ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ସହ ଏହାକୁ ଉପଭୋଗ କରିଥିଲେ। ବର ମଧ୍ୟ ଉଭୟଙ୍କ ଡ୍ୟାନ୍ସକୁ ଦେଖୁଥିବା ନଜର ଆସିଛି। 

ଅଧିକ ପଢ଼ନ୍ତୁ: ଏପଟେ ବରକୁ ଆଳତି କରୁଛି କନ୍ୟା, ସେପଟେ ବରଯାତ୍ରୀ ବାଡ଼ିଆପିଟା...ଭାଇରାଲ୍‌ ହେଉଛି ଭିଡିଓ

Advertisment

ଯେତେବେଳେ ଗୀତର ଲିରିକ୍ସ “Mujhko jo thukrayegi” ବାଜିଥିଲା ସେହି ସମୟରେ ଯୁବକ ଜଣକ ଇମୋସନାଲ୍‌ ହୋଇଯାଇଥିଲେ। ଏହାପରେ କନ୍ୟା ଆସି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ଉଭୟ କିଛି ସମୟ ପାଇଁ ଇମୋସନାଲ୍‌ ହୋଇ ପରସ୍ପରକୁ ଆଲିଙ୍ଗନ କରିଥିଲେ।  ଟ୍ୱିଟରରେ ‘Jaiky Yadav’ ନାମକ ୟୁଜର ଏହି ଭିଡିଓକୁ ଶେଆର କରିଛନ୍ତି। 

Viral Video Marriage
Advertisment
Advertisment