/odishatv-khabar/media/post_attachments/uploadimage/library/16_9/16_9_0/s_1671177541.jpg)
Wedding Guests Start Fighting During Varmala Rituals Video Goes Viral
ସାଧାରଣତଃ ଇଣ୍ଡିଆନ୍ ୱେଡିଂରେ କିଛି ନା କିଛି ଡ୍ରାମା ଦେଖିବାକୁ ମିଳିଥାଏ। ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ଏପରିକି ଅତିଥିଙ୍କ ମଧ୍ୟରେ ବାଡ଼ିଆପିଟା ମଧ୍ୟ ହୋଇଛି। ଏସବୁ ଡ୍ରାମା କୌଣସି ବଲିଉଡ୍ ଫିଲ୍ମଠୁ କମ୍ ନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ। ସୋସିଆଲ୍ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି।
ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ବାହାଘର ଚାଲିଥିବା ବେଳେ ଗୋଟିଏପଟେ କନ୍ୟା, ବରଙ୍କୁ ଆଳତି କରୁଛନ୍ତି, ଅନ୍ୟପଟେ ଅତିଥିମାନଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଚାଲିଛି। ଯାହାର ଭିଡିଓ ଭାଇରାଲ୍ ହୋଇଛି। ଆର୍କେ ରାଜ୍ ନାମକ ୟୁଜର ଇନ୍ଷ୍ଟାଗ୍ରାମ ରେ ଏହି ଭିଡିଓ ଶେଆର କରିଛନ୍ତି। ୧ ମିଲିୟନରୁ ଅଧିକ ଲୋକ ଭିଡିଓକୁ ଦେଖି ସାରିଲେଣି।
ଅଧିକ ପଢ଼ନ୍ତୁ: ବର ବେଶ ହେଲା ଝିଅ, ଘୋଡା ପିଠିରେ ବସିଲା… ଶାଶୁଘର ଗଲା
ବରଣମାଳା ରୀତିନୀତି ପାଇଁ ଷ୍ଟେଜ୍ ଉପରେ ବର-କନ୍ୟା ଛିଡ଼ା ହୋଇଛନ୍ତି ଓ କନ୍ୟା, ବରଙ୍କୁ ଆଳତି କରୁଛନ୍ତି। ଏହି ସମୟରେ ଷ୍ଟେଜ୍ ନିକଟରେ ଅତିଥିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଚାଲିଥିବା ଦେଖିବାକୁ ମିଳିଛି। ବିବାହ ବେଳେ କ୍ୟାମେରାମ୍ୟାନ୍ ବର ଓ କନ୍ୟାଙ୍କ ସୁନ୍ଦର ମୁହୂର୍ତ୍ତର ଫଟୋ ଉଠାଉଥିଲେ। ଅତିଥିଙ୍କ ମଧ୍ୟରେ ଝଗଡ଼ା ଦେଖି କ୍ୟାମେରାମ୍ୟାନ୍ ଜୁମ୍ କରି ଝଗଡ଼ାର ଦୃଶ୍ୟ କ୍ୟାମେରାରେ କଏଦ କରିଥିଲେ। ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ, ଅତିଥିଙ୍କ ମଧ୍ୟରେ ହାତାହାତି ଓ ଠେଲାପେଲା ହୋଇଥିଲା। ସେଠାରେ ଉପସ୍ଥିତ କିଛି ଅତିଥି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ହେଲେ ଏସବୁ ଫେଲ୍ ମାରିଥିଲା।
ଅତିଥିଙ୍କ ମଧ୍ୟରେ ଝଗଡ଼ା ଦେଖି ବର କିଛି ସମୟ ପାଇଁ ପୁରା ସ୍ତବ୍ଧ ହୋଇ ଛିଡ଼ା ହୋଇଯାଇଥିଲେ। ସମସ୍ତଙ୍କୁ ଶାନ୍ତ ରଖିବାକୁ ସେ ପ୍ରୟାସ କରିଥିଲେ। ଏହାପରେ କିଛି ମହିଳା ଅତିଥି ଯାଇ ଝଗଡ଼ା ବନ୍ଦ କରିଥିଲେ। କନ୍ୟା ମଧ୍ୟ ଝଗଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନଭେମ୍ବର ୨୪ରେ ଭିଡିଓଟି ପୋଷ୍ଟ କରାଯାଇଥିଲା। ଭିଡିଓକୁ ନେଇ ଅନେକ ୟୁଜର ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ‘ତୁମେ ବିବାହ କାର୍ଯ୍ୟ ଚାଲୁ କର। ଏମିତି ତ ଚାଲିବ।’ ଆଉ ଜଣେ ୟୁଜର ଲେଖିଛନ୍ତି ‘କେଉଁମାନେ ଏମାନେ ଓ କେଉଁଠୁ ଆସୁଛନ୍ତି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)