UPSC holder Anjali
ଦେଶର ସବୁଠୁ କଷ୍ଟକର ପରୀକ୍ଷା ହେଉଛି ନିଟ୍ ଓ ୟୁପିଏସସି । ଏମବିବିଏସ ପାଠ୍ୟକ୍ରମ ପଢିବା ପାଇଁ ହେଲେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡେ । ସେହିପରି ପ୍ରଶାସନିକ ଅଧିକାରୀ ହେବାକୁ ହେଲେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡେ । ଆମେ ଏପରି ଗୋଟିଏ କାହାଣୀ କହିବାକୁ ଯାଉଛୁ, ଯେଉଁଥିରେ କେବଳ ନିଟ୍ ନୁହେଁ ବରଂ ୟୁପିଏସସି ପରୀକ୍ଷାରେ ମଧ୍ୟ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏସବୁ କେବଳ ସମ୍ଭବ ହୋଇ ପାରିଛି, ତାଙ୍କର କର୍ତ୍ତବ୍ୟନିଷ୍ଠା, ସଂକଳ୍ପ, ଧୈର୍ଯ୍ୟ ଓ କଠିନ ପରିଶ୍ରମ ପାଇଁ । ଡାକ୍ତରରୁ ହୋଇଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ସେ ଆଜି ପ୍ରତ୍ୟେକ ଆଶାୟୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଆମେ କହୁଛୁ ଅଞ୍ଜଳି ଗର୍ଗଙ୍କ କଥା । ୧୯୯୬ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚଣ୍ଡିଗଡରେ ଜନ୍ମ ଗ୍ରହଣ କରିଥିଲେ ଅଞ୍ଜଳି । ପିଲାବେଳୁ ମେଧାବୀ ଅଞ୍ଜଳି ଦ୍ୱାଦଶ ଶ୍ରେଣୀରେ ୯୬ ପ୍ରତିଶତ ରଖି ପାସ୍ କରିଥିଲେ । ତାପରେ ନିଟ୍ ପରୀକ୍ଷା ଦେଇ ଭିଏମଏମସି ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଏମବିବିଏସରେ ନାମ ଲେଖାଇଥିଲେ । ଛୋଟ ବେଳୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ । କଠିନ ପରିଶ୍ରମ ବଳରେ ଡାକ୍ତର ହେବା ସ୍ୱପ୍ନ ପୂରଣ କଲେ । କିନ୍ତୁ ଏମବିବିଏସ ତୃତୀୟ ବର୍ଷରେ ସେ ସମାଜରେ ପରିବର୍ତ୍ତନ ହେବା ନିହାତି ଦରକାର ବୋଲି ବୁଝିଥିଲେ । ଏହା ପରେ ସ୍ନାତକୋତ୍ତର କରିବା ପରିବର୍ତ୍ତେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।
ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍
ମେଡିକାଲ ପୃଷ୍ଠଭୂମିରୁ ଆସି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବା ତାଙ୍କ ପାଇଁ ବହୁତ କାଠିକର ହୋଇଥିଲା । ତା ସତ୍ତ୍ୱେ ବି ସେ କୋଭିଡ୍-୧୯ ମହାମାରୀ ସମୟରେ ସେ ତାଙ୍କର ପ୍ରଥମ ପରୀକ୍ଷା ଦେଇଥିଲେ । ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ ଅଞ୍ଜଳି । କିନ୍ତୁ ତାପରେ ବି ସେ ହାର ମାନି ନଥିଲେ । ସେ ୨୦୨୨ରେ ପୁଣି ସିଭିଲ୍ ସର୍ଭିସ ପରୀକ୍ଷା ଦେଇଥିଲେ । ସେ ସଫଳତାର ସହ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ୭୯ ରାଙ୍କ ହାସଲ କରିଥିଲେ । ସେ ତାଙ୍କ ଅପସନାଲ ସବଜେକ୍ଟରେ ମେଡିକାଲ ସାଇନ୍ସ ରଖିଥିଲେ । ଯାହା ତାଙ୍କୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଖୁବ ସାହାଯ୍ୟ କରିଥିଲା ।
ତେବେ ଏହି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ବି ମେଡିକାଲରେ ଇଣ୍ଟର୍ଣ୍ଣସିପ୍ କରିଥିଲେ । ସେ ହସ୍ପିଟାଲ ଡ୍ୟୁଟି କରିବା ସହିତ କରୋଲବାଗରେ କୋଚିଂ ନେବା ସହ ନିଜ ପଢା ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ସେ ୧୨ ଘଣ୍ଟା ରାତି ସିଫ୍ଟ କରି କାମ କରିବା ସହିତ ନ ଶୋଇ ଦିନ ବେଳା ପାଠ ପଢିବାରେ ନିଜକୁ ନିୟୋଜିତ ରଖୁଥିଲେ । ତାଙ୍କ କଠିନ ପରିଶ୍ରମ ଆଗରେ ହାର ମାନିଥିଲା ଖରାପ ସ୍ୱାସ୍ଥ୍ୟ । ଶେଷରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନେକଙ୍କ ପାଇଁ ପ୍ରେରଣା ପାଲଟିଗଲେ । ଅଞ୍ଜଳିଙ୍କ ଯାତ୍ରା ଦେଖିଲେ ଜଣାଯାଏ ଯେ, କଠିନ ପରିଶ୍ରମ ଦ୍ୱାରା ସବୁ ଆକାଂକ୍ଷା ପୂରଣ ହୋଇ ପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747734260.jpg)