Advertisment

କୁକୁର ବାହାଘରରେ ବାଜା ବାଜିଲା...ବାଣ ଫୁଟିଲା, ନାଚିଲେ ମାଲିକ

ଉଭୟକୁ ବେଦୀକୁ ଅଣାଯିବା ବେଳେ ବାଜା ଓ ଢୋଲ ବାଜିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Dog Wedding In Aligarh

Dog Wedding

ମ୍ୟାରେଜ୍ ଓ ବାରାତ୍ ଟାଇମ୍‌ରେ ସେଲିବ୍ରେସନ୍‌ କରିବାକୁ କିଏବା ନଚାହେଁ। ଭାଇ, ଭଉଣୀ ଓ ବିଶେଷ କରି ସାଙ୍ଗ ମ୍ୟାରେଜ୍‌ ହେଲେ ବହି ଆହୁରି ତ ଜମିଯିବ। ହେଲେ କୁକୁର ବାହାଘରକୁ ନେଇ ଆରମ୍ଭ ହୋଇଛି ସେଲିବ୍ରେସନ୍। ଏକଥା ଆପଣଙ୍କୁ ନିହାତି ଭାବେ ଚକିତ କରୁଥିବ। କିନ୍ତୁ କଥାଟା ସତ। କୁକୁରମାନଙ୍କୁ ଏକାଠି କରାଯାଇ ସେମାନଙ୍କ ବିବାହ ସମ୍ପନ୍ନ କରାଯାଇଛି। ସଂପୂର୍ଣ୍ଣ ରୀତିନୀତି ଅନୁସାରେ ସେମାନେ ପରସ୍ପରକୁ ବିବାହ କରିଛନ୍ତି। ଏହି ବିବାହ ଅବସରରେ କୁକୁର ମାଲିକମାନେ ଧୁମ ସେଲିବ୍ରେସନ କରିଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡ଼ରେ। 

Advertisment

ANI ରିପୋର୍ଟ ଅନୁସାରେ ପୂର୍ବତନ ଗାଁ ମୁଖିଆ ଦିନେଶ ଚୌଧୁରୀଙ୍କ ପୋଷା କୁକୁର ଟମି, ଅଟ୍ରାଲିର ରାୟପୁରର ନିବାସୀ ରାମପ୍ରକାଶ ସିଂଙ୍କ ପୋଷାକୁକୁର ଜେଲି। ଜାନୁଆରୀ ୧୪ ତାରିଖରେ ସେମାନଙ୍କ ବିବାହ ଅନୁଷ୍ଟିତ ହୋଇଥିଲା। ମକର ସଂକ୍ରାନ୍ତି ଦିନ ସେମାନେ ବିବାହ କରିଥିଲେ। 

ଅଧିକ ପଢ଼ନ୍ତୁ: କୁକୁରର ହେଉଛି ଗୋଦ୍‌ଭରାଇ, ଦେଖନ୍ତୁ ଭିଡିଓ..

ଉଭୟକୁ ବେଦୀକୁ ଅଣାଯିବା ବେଳେ ବାଜା ଓ ଢୋଲ ବାଜିଥିଲା। ରୋଷଣୀ କରାଯାଇ ବରଯାତ୍ରୀ ନାଚି ନାଚି ଆସିଥିଲେ। ଜେଲିର ପରିବାର ଲୋକ ସମସ୍ତେ ଟମି ମସ୍ତକରେ ତିଳକ ଲଗାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ ବିବାହ ହୋମରେ ଦେଶୀ ଘିଅ ଅର୍ପଣ କରାଯାଇଥିଲା ଓ ଖାଦ୍ୟପେୟ ଆଦିରେ ୪୦ରୁ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଟମିର ମାଲିକ କହିଛନ୍ତି। ପରେ ବିଦାୟ ସେରିମନି ପାଳନ କରାଯାଇଥିଲା।

Advertisment

Social Media Dog
Advertisment
Advertisment