Advertisment

Delhi Student Missing: ୬ ଦିନ ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଛନ୍ତି ସ୍ନେହା...

ଯମୁନା ନଦୀରୁ ମିଳିଲା ନିଖୋଜ ଛାତ୍ରୀ ସ୍ନେହା ଦେବନାଥଙ୍କ ମୃତଦେହ । ଗତ ୬ ଦିନ ଧରି ସେ ନିଖୋଜ ଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ନେହାଙ୍କ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Sneha Debnath

Sneha Debnath

ଉଦ୍ଧାର ହେଲା ଦିଲ୍ଲୀ ଛାତ୍ରୀଙ୍କ ମୃତଦେହ । ଦିଲ୍ଲୀରେ ୬ ଦିନ ଧରି ସେ ନିଖୋଜ ଥିଲେ ସ୍ନେହା ଦେବନାଥ । ଯମୁନା ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଚିହ୍ନଟ କରିଛନ୍ତି ସ୍ନେହାଙ୍କ ପରିବାରଲୋକେ । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସ୍ନେହାଙ୍କ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି । ଯେଉଁଥିରେ ସେ ଲେଖିଛନ୍ତି, "ମୁଁ ନିଝକୁ ବୋଝ ଭଳି ଅନୁଭବ କରୁଛି । ଏପରି ସ୍ଥିତିରେ ମୋତେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ମୁଁ କାହା ଚାପ ରେ ଏପରି କରୁନାହିଁ, କି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ଏହା ମୋ ନିଜ ନିଷ୍ପତ୍ତି । ମୁଁ ସିଗ୍ନେଚର୍‌ ବ୍ରିଜ୍‌ରୁ ଡେଇଁ ଜୀବନ ଦେଇଦେବି ।"

Advertisment

ସେପଟେ ସ୍ନେହା ନିଖୋଜ ହେବା ପରେ ଶେଷ ଥର ପାଇଁ ସେ ଯାଇଥିବା କ୍ୟାବ୍‌ର ଡ୍ରାଇଭରଙ୍କୁ ପଚରାଉଚରା କରିଥିଲା ପୋଲିସ । ଡ୍ରାଇଭର କହିଥିଲେ, ରୋହିଲ୍ଲା ରେଲୱେ ଷ୍ଟେସନରେ ଓହ୍ଲାଇବା ପରିବର୍ତ୍ତେ ସେ ସିଗ୍ନେଚର ବ୍ରିଜ୍‌ ପାଖରେ ଓହ୍ଲାଇଥିଲେ । ହେଲେ ପୋଲ ଉପରେ ଥିବା ସିସିଟିଭି କାମ କରୁନଥିବାରୁ ତା' ପରେ କ'ଣ ହେଲା ସେକଥା ଜଣାପଡ଼ିନାହିଁ । 

ସୂଚନାଯୋଗ୍ୟ,  ତ୍ରିପୁରାର୧୯ ବର୍ଷୀୟା ଯୁବତୀ ସ୍ନେହା ଦେବନାଥ  ଦିଲ୍ଲୀର ଆତ୍ମା ରାମ ସନାତନ ଧର୍ମ କଲେଜରେ ପାଠ ପଢୁଥିଲେ । ଗତ ୭ ତାରିଖ ଭୋର ୫.୫୬ ମିନିଟରେ ସେ ତାଙ୍କ ବାପା ମାଆଙ୍କ ସହ କଥା ହୋଇଥିବା ବେଳେ କହିଥିଲେ ଯେ, ମୁଁ ସାଙ୍ଗ ପିତୁନିଆଙ୍କ ସହ ସରାଇ ରୋହିଲ୍ଲା ଷ୍ଟେସନ ଯିବେ । କିନ୍ତୁ ଏହାର ୬ ଘଣ୍ଟା ପରେ ବି ତାଙ୍କ ଫୋନ୍ ଲାଗିନଥିଲା । ଏହା ପରେ ସେ ପିତୁନିଆଙ୍କୁ ଫୋନ୍ କରିଥିଲେ । ହେଲେ ସେ ସ୍ନେହାଙ୍କୁ ଭେଟିନଥିବା କହିଥିଲେ । 

Advertisment

ଅଧିକ ପଢନ୍ତୁ: ଯୁବତୀ ନିଖୋଜ, ୬ ଦିନ ପରେ ବି ମିଳୁନି ପତ୍ତା

Delhi Girl Suicide
Advertisment
Related Articles
Advertisment