Advertisment

Farmers Hit as Strike Blocks Exports: ବଜାରରେ ପହଞ୍ଚି ପାରୁନି ଡ଼ଙ୍ଗରିଆଙ୍କ ସପୁରୀ ଫସଲ

ନିୟମଗିରିର ସପୁରୀ ଚାଷୀଙ୍କ ଉପରେ ପଡ଼ିଲା ଚଡ଼କ । ବଜାରରେ ପହଞ୍ଚି ପାରୁନି ଡ଼ଙ୍ଗରିଆଙ୍କ ସପୁରୀ ଫସଲ । ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ ।

author-image
Ramakrushna Dakua
ଅଦ୍ୟତନ ହୋଇଛି
Niyamgiri Farmers

Niyamgiri Farmers

ଭୁବନେଶ୍ୱର/ରାୟଗଡ଼ା: ନିୟମଗିରି ପର୍ବତର ସବୁଜ ବନାନୀ ଭିତରେ ହଳଦୀ ଗୁରୁଗୁରୁ ସପୁରୀ। ପରିଶ୍ରମର ଫଳକୁ ଟାଙ୍ଗିଆ ସାହାଯ୍ୟରେ କଟା ଚାଲିଛି। ଗଛରୁ କଟା ସପୁରୀ ସଂଗ୍ରହ କରି ଏକାଠି କରୁଛନ୍ତି ପୁରଷ ଓ ମହିଳା।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାଡ୍ରାକାବଣ୍ଡେଲି ଗାଁର ସପୁରୀ ବଗିଚାର। କଟା ସପୁରୀ କୁ ବୋହି ଆଣି ଏକତ୍ରିତ କରାଯାଉଛି। ସପୁରୀ ଦେଖି ଚାଷୀ ମନ କୁଣ୍ଢେମୋଟ ହୋଇଯିବା କଥା। ହେଲେ ଏଠାରେ ବାଧକ ସାଜିଛି ମାର୍କେଟିଂ। କାରଣ ଗତ କିଛି ଦିନର ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ଏଠାକାର ସପୁରୀ ଚାଷ । ଚକ ବନ୍ଦ ସ୍ଥିତିରେ ଝାଡଖଣ୍ଡ ଓ ଛତିଶଗଡକୁ ଆଉ ଉତ୍ପାଦିତ ସପୁରୀ ପଠାଇ ପାରିଲାନି ଚାଷୀ। ଫଳରେ ବହୁ ସଂଖ୍ୟାରେ ସପୁରୀ ପଚି ସ଼ଢି ନଷ୍ଟ ହେବାରେ ଲାଗିଲାଣି।

Advertisment

ରାୟଗଡ଼ା ଜିଲ୍ଲାର ନିୟମଗିରି ପର୍ବତର ପାଦଦେଶରେ ଥିବା ତିନୋଟି ବ୍ଳକ୍ ଯଥା କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ରେ ପ୍ରଚୁର ମାତ୍ରାରେ ସୁଆଦିଆ ସଫୁରି ଉତ୍ପାଦନ ହୋଇଥାଏ। ନିୟମଗିରିରେ ମୋଟ ୧୧୨ ଟି ଗାଁରେ ପ୍ରଚୁର ପରିମାଣରେ ସପୁରି ଉତ୍ପାଦିତ ହୋଇଥାଏ। କାରଣ ସପୁରୀ ଭଳି ଫଳ ଚାଷ ପାଇଁ ଏହି ଅଞ୍ଚଳର ମାଟି ଓ ଜଳବାୟୁ ଉପଯୁକ୍ତ ଅଟେ। ହେଲେ ଟନ ଟନ ସପୁରୀ ଉତ୍ପାଦନ ସତ୍ତ୍ବେ ବାହର ରାଜ୍ୟକୁ ରପ୍ତାନି ବନ୍ଦ ହୋଇଯାଇଛି । ଆଉ ସ୍ଥାନୀୟ ବଜାରରେ ଶାଗମାଛ ଦରରେ ବିକ୍ରୀ କରି କ୍ଷତି ସହିବାକୁ ପଡୁଛି ଡ଼ଙ୍ଗରିଆ କନ୍ଧଙ୍କୁ।

Odisha Farmer Organic Farming Farmer Distress
Advertisment
Advertisment