/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752426912.jpg)
Kendrapara Village
ଭୁବନେଶ୍ୱର/କେନ୍ଦ୍ରାପଡ଼ା: ରାସ୍ତା ମଝିରେ ବାଡ଼ । ବାଡ଼ ସେପଟେ ରାସ୍ତା ଆଉ ରାସ୍ତା ଏପଟେ ଜନତା । ରାଗ ଗର ଗର ଜନତାଙ୍କ ଏକା ଜିଦ୍ ପ୍ରଶାସନ ସମସ୍ୟା ଶୁଣୁ, ରାସ୍ତାରୁ ଜଳ ନିସ୍କାସନ କରୁ । କେନ୍ଦ୍ରାପଡା ଜିଲ୍ଲା ବାରୋ-ତ୍ରିଲୋଚନପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଢିଅ ସାହି । ଏଠାରେ ବାଡ ବୁଜି ରାସ୍ତା ବନ୍ଦ କରିଛନ୍ତି ଲୋକେ। ଅଭିଯୋଗ, ଗାଁର ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତି ସର୍ବସାଧାରଣ ଜାଗାକୁ ମାଟି ପକାଇ ଅବରୋଧ କରିଛନ୍ତି। ଏହାଦ୍ବାରା ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରୁ ବର୍ଷା ଜଳ ନିଷ୍କାସନ ନହେବାରୁ କାଦୁଅ ପାଣି ଯୋଗୁଁ ଜ୍ବର ଝାଡ଼ାରେ ଘାଣ୍ଟି ହେଉଛନ୍ତି ଲୋକେ। ଅସରାଏ ବର୍ଷା ହେଲେ ଆଣ୍ଠୁଏ ଅଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହିଛି।
ଅବରୋଧ ହଟେଇବା ଓ ବର୍ଷା ଜଳ ନିଷ୍କାସନ ପାଇଁ ଗ୍ରାମବାସୀ ଜନ ପ୍ରତିନିଧି ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି। ଶେଷରେ ବାଡ ବୁଝି ଅନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିଛନ୍ତି ମହିଳା । ଏ ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି ଖୁବ୍ ଶୀଘ୍ର ମାପ ଚୁପ୍ କରାଯାଇ ଜଳ ନିଷ୍କାସନ ଏବଂ ରାସ୍ତା ଉଚ୍ଚା କରାଯିବ। ଉପଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)