• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସିଭିଲ ଡ୍ରେସରେ ଡିସିପିଙ୍କୁ ଚିହ୍ନିପାରିଲେନି ପୋଲିସ କର୍ମଚାରୀ । କଥା ଏତିକିରେ ଅଟକିଲାନି ଡିସିପିଙ୍କ ବ୍ରେଥ୍ ଆନାଲିସିସ ଟେଷ୍ଟ ବି କରିଦେଲେ । ଏଥିପାଇଁ ତାଙ୍କୁ ଦଣ୍ଡ ପରିବର୍ତ୍ତେ ପୁରସ୍କୃତ କରାଯାଇଛି । ସତର୍କତା ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ପାଇଁ ହରିୟାଣାର ପଞ୍ଚକୁଲାର ୫ଜଣ ପୋଲିସ କର୍ମଚାରୀଙ୍କୁ ଡିସିପି ସୃଷ୍ଟି ଗୁପ୍ତା ସମ୍ମାନୀତ କରିଛନ୍ତି ।

ସମ୍ମାନ ସମାରୋହ ପଞ୍ଚକୁଲାର ସେକ୍ଟର ୧ ସ୍ଥିତ ଡିସିପି କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା । ସୃଷ୍ଟି ଗୁପ୍ତା ନିକଟରେ ଜିଲ୍ଲାରେ ଥିବା ବିଭିନ୍ନ ପୋଲିସ ଚେକ୍ ପଏଣ୍ଟର ଯାଞ୍ଚ କରିଥିଲେ । ପୋଲିସ କେତେ ପ୍ରସ୍ତୁତ ଅଛି ତାର ଆକଳନ ସହ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ ଚାଲିଥିବା ଅଭିଯାନର ସମୀକ୍ଷା କରିବା ପାଇଁ ଡିସିପି ବିଭିନ୍ନ ଚେକ୍ ପଏଣ୍ଟକୁ ଯାଉଥିଲେ । ଏହି ସମୟରେ ହିଁ ଏଭଳି ଏକ ଘଟଣା ଘଟିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ: ରାତିରେ କେକ୍‌ କାଟିଲେ, ସକାଳୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ସିଭିଲ ଡ୍ରେସରେ ନିଜ ଗାଡି ନେଇ ଯାଉଥିବା ବେଳେ ଡିସିପିଙ୍କୁ ଚେକ୍ ପଏଣ୍ଟରେ ପୋଲିସ କର୍ମଚାରୀ ମାନେ ଚିହ୍ନି ପାରିନଥିଲେ । ପୋଲିସ କର୍ମଚାରୀ ମାନେ ପ୍ରୋଟୋକଲର ପାଳନ କରିଥିଲେ । ଡିସିପିଙ୍କୁ ପଚରାଉଚରା କରିଥିଲେ । ଏଭଳି କି ସେ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ବ୍ରେଥ୍ ଆନାଲିସିସ ଟେଷ୍ଟ କରିଥିଲେ । କର୍ତ୍ତବ୍ୟ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦେଖି ଡିସିପି ସୃଷ୍ଟି ଗୁପ୍ତା ପୁରସ୍କାର ଦେଇ ସମ୍ମାନୀତ କରିଛନ୍ତି ।

ଏସପିଓ ଧର୍ମବୀର, ଏସପିଓ ସୁରଜିତ ସିଂ ଅବୈଧ୍ୟ ମଦ କାରବାର କରୁଥିବା ଏକ ଗାଡ଼ିକୁ ଜବତ କରିଥିଲେ । ହୋମଗାର୍ଡ ପ୍ରବୀଣ କୁମାର , କିଶନ ସିଂହ ଓ ମୋହିତ କୁମାର ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ଡିସିପି ଅନୁଶାସନ, ସଚ୍ଚୋଟତା, ଦାୟିତ୍ବବାନ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପ୍ରତିବଦ୍ଧ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ: ୩ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଲାଗିବ ମର୍ଚ୍ଚାଣ୍ଟ୍ ଫିସ୍