Advertisment

କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଲା 'ମୋଦିଙ୍କୁ ହତ୍ୟା' ବୟାନ

ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Congress Leader Raja Pateria Arrested

Congress leader arrested statement over ‘kill PM Modi’ remark

କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଲା 'ମୋଦିଙ୍କୁ ହତ୍ୟା' ବୟାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବନ୍ଧାହେଲେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ। ମୋଦିଙ୍କ ହତ୍ୟାକୁ ନେଇ ବୟାନ ଦେବାର ୨ ଦିନ ଭିତରେ ତାଙ୍କୁ ପୁଲିସ ଗିରଫ କରିଛି। ଆଜି ସକାଳୁ ମଧ୍ୟପ୍ରଦେଶ ଦମୋହାର ହଟ୍ଟା ସ୍ଥିତ ତାଙ୍କ ବାସଭବନରୁ କଂଗ୍ରେସ ନେତାଙ୍କୁ ପୁଲିସ ଗିରଫ କରିଛି। ଏହାପରେ ପୁଲିସ ରାଜା ପଟେରିଆଙ୍କୁ ପନ୍ନା ନେଇଯାଇଛି।

Advertisment

ସୂଚନା ମୁତାବକ, ରାଜା ପଟେରିଆ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ରବିବାର ପାନ୍ନାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ରାଜା ପଟେରିଆ କହିଥିଲେ, ମୋଦି ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରୁଛନ୍ତି। ଯଦି ଆପଣମାନେ ସମ୍ବିଧାନ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ। ଏହାର ଭିଡିଓ ସୋଶାଲ ମିଡିଆ ରେ ଭାଇରାଲ ହୋଇଥିଲା। ଏହାପରେ ଏହାକୁ ନେଇ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା। ପରେ ତାଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିଲା।

Advertisment

ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା। ଘଟଣାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନିନ୍ଦା କରିଥିଲେ। ସେହିପରି ଗୃହମନ୍ତ୍ରୀ ନରୋତମ ମିଶ୍ର ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏପରି ଟିପ୍ପଣୀ ପ୍ରକୃତରେ ମୋଦିଙ୍କୁ ହତ୍ୟା କରିବା ପାଇଁ ଅର୍ଥରେ ନୁହେଁ ବରଂ ତାଙ୍କ ଶାସନକୁ ମାତ୍ ଦବା ଅର୍ଥରେ କହିଥିଲେ କଂଗ୍ରେସ ନେତା।

Congress PM Narendra Modi
Advertisment
Advertisment