Advertisment

Search Operation:ମାଓ ମୁକ୍ତ ହେବ ଛତିଶଗଡ, ସର୍ଚ୍ଚ ଅପରେସନ ଜାରି

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।

ଅଦ୍ୟତନ ହୋଇଛି
Mao

Mao

Advertisment

ଛତିଶଗଡ଼ରେ ସଫା ହେବ ମାଓବାଦୀ। ବିଜାପୁର ଇନ୍ଦ୍ରାବଚୀ ନ୍ୟାସନାଲ୍ ପାର୍କ ଅଞ୍ଚଳରେ ୩୧ ମାଓବାଦୀ ନିହତ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ। ଘଞ୍ଚ ଜଙ୍ଗଲରେ ତଲାସୀ ଅଭିଯାନ ଚାଲିଛି। ବିଜାପୁର ଇନ୍ଦ୍ରାବଚୀ ନ୍ୟାସନାଲ୍ ପାର୍କରୁ ୩୧ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Advertisment

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଘଞ୍ଚ ଜଙ୍ଗଲରେ ମାଓବାଦୀ ମେଳି ବାନ୍ଧିଥିବା ଖବର ପାଇଁ ବଡ଼ ଧରଣର ଅପରେସନରେ ବାହାରିଥିଲେ DRG, STF ଏବଂ ବସ୍ତର ଫାଇଟରଙ୍କ ମିଳିତ ଟିମ୍।\

ଅଧିକ ପଢନ୍ତୁ: ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି

ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ୬ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ମୃତକଙ୍କ ଭିତରେ ଅଛନ୍ତି ୨୦ ପୁରୁଷ ଓ ୧୧ ମହିଳା ମାଓବାଦୀ। କିଛି ଟପ୍ କ୍ୟାଡର ମାଓବାଦୀ ରହିଥିବା ସୂଚନା ମିଳିଛି। ଅନ୍ୟ ପଟେ ଗୁଳିବିନିମୟରେ ସହିଦ ହୋଇଛନ୍ତି ୨ ଜଣ ଯବାନ। ଆଉ ୨ ଜଣ ଆହତ ଯବାନଙ୍କୁ ଚିକିତ୍ସା ଲାଗି ରାୟପୁର ଏୟାରଲିଫ୍ଟ କରାଯାଇଛି। ଛତିଶଗଡ଼ରେ ମାତ୍ର ୪୦ ଦିନରେ ନିପାତ ହେଲେଣି ୬୪ ମାଓବାଦୀ। ନିକଟରେ ନୂଆପଡ଼ା ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ରେଡ୍ଡି ସମେତ ଟଳିଥିଲେ ୧୬ ଜଣ ନକ୍ସଲ

Advertisment

ଜାନୁଆରୀ ୧୯ ତାରିଖ ରାତିରେ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ମିଳିତ ଅପରେସନ୍। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।

ଗତ ଜାନୁଆରୀ ୨୦ ତାରିଖରେ ୨ ମହିଳା ମାଓ କ୍ୟାଡର୍ ନିହତ ହୋଇଥିଲେ। ସେହି ଅପରେସନ ଜାରି ରହିଥିଲା। ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରେ ୧୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ବଡ଼ ଅପରେସନରେ ମୋଟ ୧୪ ମାଓବାଦୀ ନିହତ ହୋଇଥିଲେ । ସେମାନଙ୍କ ପାଖରୁ ବିପୁଳ ପରିମାଣର IED ଓ ବନ୍ଧୁକ ଜବତ ହୋଇଥିଲା ।

Advertisment

ଅଧିକ ପଢନ୍ତୁ: ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

Maoists Chhattisgarh Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ