Advertisment

Jammu Kashmir Assembly: ଭୁଲିଗଲେ ସୌଜନ୍ୟ ! ଧାରା ୩୭୦କୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା

ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ହଙ୍ଗାମା

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ହଙ୍ଗାମା

Advertisment

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ହଙ୍ଗାମା । କିଛି ବିଧାୟକ ଧାରା ୩୭୦ ନେଇ ବିଧାନସଭା ଗୃହ ଭିତରେ ବ୍ୟାନର ଦେଖାଇଥିଲେ । ଏହାକୁ ବିରୋଧୀ ଦଳ ନେତା ସୁନୀଲ ଶର୍ମା ବିରୋଧ କରିଥିଲେ । ଏନେଇ ହଙ୍ଗାମା ହେବାରୁ ଗୃହ ମୁଲତବୀ ହୋଇଥିଲା । ଏହା ପରେ ଗୃହ ପୁଣି ଆରମ୍ଭ ହେବା ମାତ୍ରେ ବିଧାନସଭା ଭିତରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା।

Advertisment

ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ । ତେବେ ପ୍ରଥମେ ବ୍ୟାନର୍‌ଟି ବରମୁଲ୍ଲା ଲୋକସଭା MP ଇଞ୍ଜିନିୟର୍ ରସିଦ୍‌ଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ୍ ଦେଖାଇଥିବା ଜଣାପଡ଼ିଛି । ବ୍ୟାନର୍‌ ଦେଖାଇବା ପରେ ପରେ ହିଁ ଗଣ୍ତଗୋଳ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ପାଞ୍ଚ ଦିନିଆ ବିଧାନସଭା ଅଧିବେଶନ ଚାଲିଛି । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ବିଧାନସଭା କାର୍ଯ୍ୟକ୍ଷମ ହୋଇଥିଲା।

ଅଧିକ ପଢ଼ନ୍ତୁ: ନୂଆ ରେକର୍ଡ କଲା ଭାରତୀୟ ରେଳ: ୨୪ ଘଣ୍ଟାରେ ଯାତ୍ରା କଲେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାଠାରୁ ଅଧିକ ଯାତ୍ରୀ

Advertisment

ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପିର ସଦସ୍ୟମାନେ ଧାରା ୩୭୦ କୁ ନେଇ ବିରୋଧ କରିଥିଲେ । ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ସୁନୀଲ ଶର୍ମା ଏହି ସଂକଳ୍ପ ଉପରେ ଭାଷଣ ଦେଉଥିବା ବେଳେ ଲଙ୍ଗେଟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଆୱାମୀ ଇତ୍ତେହାଡ୍ ପାର୍ଟିର ବିଧାୟକ ଖୁରସିଦ ଅହମ୍ମଦ ଶେଖ୍ ବ୍ୟାନର ପ୍ରଦର୍ଶନ କରିଥିଲେ ।

Advertisment

ଏହାର ଜବାବରେ ବିଜେପି ସଦସ୍ୟମାନେ ବ୍ୟାନର ଛଡ଼ାଇ ଚିରି ଦେଇଥିଲେ । ଏହି ସମୟରେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ଧାରା ୩୭୦ ଏବଂ ୩୫ (A) କୁ ପୁଣି ଜାମ୍ମୁ କାଶ୍ମୀରରେ ଲଗାଇବା ପାଇଁ ଅପିଲ୍ କରିଥିଲେ । ତେବେ ବାଚସ୍ପତିଙ୍କ ଦ୍ୱାରା ସଂକଳ୍ପ ପତ୍ର ପାରିତ ହେବା ପରେ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ସଂକଳ୍ପ ପତ୍ର ଜାମ୍ମୁ କାଶ୍ମୀର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି ।

ତେବେ ଗତ ସୋମବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରଠାରୁ ହିଁ ବିଶୃଙ୍ଖଳା ଲାଗି ରହିଆସିଛି । ପ୍ରଥମ ଦିନରେ PDP MLA ୱାହିଦ ପାରା ଧାରା ୩୭୦ ରଦ୍ଦକୁ ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ପ୍ରଥମ ଦିନରୁ ବିବାଦ ଲାଗିରହିଛି ।

ସୂଚନାଯୋଗ୍ୟ, ଧାରା ୩୭୦ ସମ୍ବିଧାନରେ ଏକ ବ୍ୟବସ୍ଥା ଥିଲା, ଯାହା ଜାମ୍ମୁ କାଶ୍ମୀର ଅଞ୍ଚଳକୁ ସ୍ୱତନ୍ତ୍ର କରି ରଖିଥିଲା । ପ୍ରତିରକ୍ଷା, ଯୋଗାଯୋଗ ଏବଂ ବୈଦେଶିକ ବ୍ୟାପାର ବ୍ୟତୀତ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମଧ୍ୟ ଏହି ରାଜ୍ୟର ନିଜସ୍ୱ ସମ୍ବିଧାନ, ପତାକା ଥିଲା । ଅଗଷ୍ଟ ୫, ୨୦୧୯ରେ, କେନ୍ଦ୍ର ସରକାର ଧାରା ୩୭୦ କୁ ପ୍ରତ୍ୟାହାର କରି ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଜାମ୍ମୁ କାଶ୍ମୀର ଏବଂ ଲଦାଖ ନାମରେ ଭାରତରେ ଦୁଇଟି ରାଜ୍ୟ ମାନ୍ୟତା ପାଇଲା ।

ଅଧିକ ପଢ଼ନ୍ତୁ: LMV Licence ନିୟମରେ ବଡ଼ ପରିବର୍ତ୍ତନ; ଲାଇଟ୍ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ

Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ