• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଦମ ଦେଖାଇଲା ଭାରତ। ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନକୁ ଖସାଇଲା ଭାରତ । ଶ୍ରୀନଗରରେ ପାକିସ୍ତାନୀ ଫାଇଟର ଜେଟ F-16 କୁ ଧ୍ୱଂସ କରିଛି ଭାରତ। ଶ୍ରୀନଗର ଆଖପାଖରେ ପଡ଼ିଛି ଖଣ୍ଡବିଖଣ୍ଡିତ ଲଡ଼ୁଆ ବିମାନ। ତେବେ୨ ଜଣ ପାଇଲଟଙ୍କ ମିଳୁନି ପତ୍ତା। ୨ ପାଇଲଟଙ୍କୁ ଖୋଜୁଛି ପାକିସ୍ତାନ। ଫତେହ-୧ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନ ଆକ୍ରମଣ କରିଥିଲା । ହରିୟାଣାର ସିର୍ସାରେ ଏହି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଛି ଭାରତୀୟ ବାୟୁସେନା ।

ସେହିପରି ପଠାନକୋଟ, ଉଧମପୁର ଓ ଜମ୍ମୁରେ ମଧ୍ୟ ପାକିସ୍ତାନର ମିସାଇଲକୁ ଧ୍ୱଂସ କରି ଦେଇଛି ଭାରତ । ଆକାଶରେ ସବୁ ମିସାଇଲକୁ ଖସାଇ ଦେଇଛି ଭାରତ । ଏହା ପରେ ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତ ୬ଟି ମିସାଇଲ ମାଡ କରିଛି।  ଲାହୋର, ସିଆଲକୋଟ ଓ କରାଚି ଏୟାରବେସ୍ ଧ୍ୱଂସ । ପଞ୍ଜାବ ପ୍ରାନ୍ତ ସୌରକୋଟ, ରଫିକି ଏୟାର ବେସ୍‌, ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍ ଓ ମୁରିଦ୍ ଏୟାରବେସରେ ମିସାଇଲ ମାଡ କରିଛି କରିଛି ଭାରତ । ଜମ୍ମୁ ନିକଟରେ ପାକିସ୍ତାନୀ ଆତଙ୍କୀଙ୍କ ଡ୍ରୋନ୍ ଲଂଚପ୍ୟାଡକୁ ମଧ୍ୟ ଧ୍ୱଂସ କରିଛି ଭାରତ ।

ଅଧିକ ପଢ଼ନ୍ତୁ: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବା ବେଳେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଉଗ୍ର ରୂପ ନେଉଛି । ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବା ପାଇଁ ଏପ୍ରିଲ ୭ରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଲଂଚପ୍ୟାଡ ଉପରକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଥିଲା । ପାକିସ୍ତାନର ସେନା, ଭିତିଭୂମି ଓ ସାଧାରଣ ନାଗରିକଙ୍କ କୌଣସି କ୍ଷତି ନ କରିବା ଲକ୍ଷ୍ୟରେ କେବଳ ଜୈସ-ଇ-ମହମ୍ମଦ, ଲସ୍କର-ଏ-ତୋଏବା ଓ ହିଜବୁଲ୍ଲ ମୁଜାହିଦୀନ ଭଳି ଆତଙ୍କବାଦୀଙ୍କ ଗଡକୁ ଟାର୍ଗେଟ କରିଥିଲା ଭାରତୀୟ ବାୟୁସେନା । କେବଳ ଆତଙ୍କବାଦୀଙ୍କୁ ନିପାତ କରିବା ଏହି ଏୟାର ଷ୍ଟ୍ରାଇକର ଲକ୍ଷ୍ୟ ଥିଲା । କିନ୍ତୁ ପାକିସ୍ତାନ ଏଥିରେ ଉତକ୍ଷିପ୍ତ ହୋଇ ପାଲଟା ଜବାବ ଦେବା ଆରମ୍ଭ କରିଥିଲା । 

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର