Advertisment

Bengaluru Flood Disaster: ବେଙ୍ଗାଲୁରୁରେ ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

୪୮ ଘଣ୍ଟା ବର୍ଷାରେ ସାଂଘାତିକ ଭାବରେ ଜଳବନ୍ଦୀ ହୋଇଛି ବେଙ୍ଗାଳୁରୁ ସହର । ଅନେକ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ବି ଦେଖାଦେଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ

ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ

ଲଗାଣ ବର୍ଷାରେ ସିଲିକନ୍ ସିଟି ବେହାଲ୍ । ବେଙ୍ଗାଲୁରୁରେ ଜଳପ୍ରଳୟ, ଉବୁଟୁବୁ ଅବସ୍ଥା । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଘର, ଅଫିସ ଜଳବନ୍ଦୀ । ଯେଉଁ ରାସ୍ତାରେ ଗାଡ଼ି ମୋଟର ଚାଲୁଥିଲା ସେଠି ଚାଲୁଛି ଲାଇଭ୍ ବୋଟ୍ । ଦୁଇ ଦିନର ବର୍ଷାରେ ବେହାଲ୍ ହୋଇଛି ବେଙ୍ଗାଲୁରୁ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ବୁଡ଼ିଛି ଲୋକଙ୍କ ଘରଦ୍ବାର, ଆସବାବପତ୍ର । ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି ପ୍ରଭାବିତ ଅଞ୍ଚଳର ଲୋକ ।

Advertisment

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍, ସବୁ ସିକ୍ରେଟ୍‌ କେବଳ ଜାଣିଥିଲେ ଡୋଭାଲ

୪୮ ଘଣ୍ଟା ବର୍ଷାରେ ସାଂଘାତିକ ଭାବରେ ଜଳବନ୍ଦୀ ହୋଇଛି ବେଙ୍ଗାଳୁରୁ ସହର । ଅନେକ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ବି ଦେଖାଦେଇଛି । ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ଡ୍ରେନ୍‌ ପାଇଁ ଏଭଳି ଜଳବନ୍ଦୀ ସମସ୍ୟା ଉପୁଜିଥିବା ସ୍ଥାନୀୟ ଲୋକ କହିଛନ୍ତି । ବେଙ୍ଗାଲୁରୁର କେଙ୍ଗରୀରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବେଙ୍ଗାଳୁରୁ ଉତ୍ତରାଞ୍ଚଳରେ ୧୩୧.୫ ମିଲିମିଟର ବର୍ଷିଛି । ସେହିପରି କିଛି ଅଞ୍ଚଳରେ ରାତି ସାରା ଶହେ ମିଲିମିଟର ବର୍ଷା ରେକର୍ଡ କରିଛି  ପାଣିପାଗ ବିଭାଗ ।

Advertisment

Weather Heavy Rainfall Bengaluru
Advertisment
Related Articles
Advertisment