Advertisment

Stray Dogs: ଦେଶରେ ପ୍ରଥମ: ଏହି ରାଜ୍ୟରେ ବୁଲା କୁକୁରଙ୍କୁ ଦିଆଯିବ ଚିକେନ୍, ଅଣ୍ଡା ଓ ଭାତ

ଏଣିକି ଭୋକିଲା ରହିବେନି ବୁଲା କୁକୁର । କି ହିଂସ୍ର ଆଚରଣ ବି କରିବେନି । ପ୍ରତିଦିନ ଖାଇବେ ପୃଷ୍ଟିକର ଖାଦ୍ୟ । ୫ ଜୋନରେ ଦିନକୁ ପାଖାପାଖି ୬-୭ ଶହ କୁକୁରଙ୍କ ପାଇଁ ଖାଦ୍ୟ ରନ୍ଧାଯିବ । ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଶୁପ୍ରେମୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
BBMP to feed stray dog

BBMP to feed stray dog

ଦେଶରେ ପ୍ରଥମ ।  ଏଣିକି ବୁଲା କୁକୁରଙ୍କୁ ପ୍ରତିଦିନ ଖୁଆଇବ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (BBMP) । ବୁଲା କୁକୁରଙ୍କୁ ଦୈନିକ ରନ୍ଧାଖାଦ୍ୟ ପ୍ରଦାନ କରାଯିବ । BBMP ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ହେଉଛି ଦେଶରେ ପ୍ରଥମ । ଯଦିଓ କୋଭିଡ ସମସ୍ୟାରେ ବୁଲା କୁକୁର ଓ ଗାଇ ଗୋରୁଙ୍କୁ ଖାଦ୍ୟ ଦିଆଯିବାନେଇ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଦିଆଯାଉଥିଲା । କୋଭିଡ୍‌ ପରେ ସେପରି ହେଉନାହିଁ । 

Advertisment

ସହରର ଚାକଚକ୍ୟ ଭିତରେ ବି ଏମାନଙ୍କ ଜୀବନ ଯେମିତି ଅନ୍ଧକାରମୟ । ଭୋକ କି ଶୋଷ ହେଲେ ନା ମୁହଁ ଖୋଲି କହିପାରିବେ ନା ଏହି ବୁଲା କୁକୁରଙ୍କୁ ଆଣି କିଏ ଖାଦ୍ୟ ଦେବ । ଯେଉଁଥି ପାଇଁ ଭୋକରେ ରହିବା ଫଳରେ ସେମାନେ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି । ଯାହାକୁ ଦେଖିଲେ ଗୋଡେଇ ଗୋଡେଇ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଏପରି ସମସ୍ୟା ସବୁକୁ ନଜରରେ ରଖି BBMP ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ପ୍ରତିଦିନ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବା ଦ୍ୱାରା କୁକୁରମାନେ ଭୋକିଲା ରହିବେ ନାହିଁ କି ହିଂସ୍ର ଆଚରଣ କରିବେ ନାହିଁ । 

ଏଥିପାଇଁ ୨.୭୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଛି BBMP । ସବୁଠୁ ବଡ଼ କଥା ହେଉଛି କୁକୁରମାନଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବ । ମାଂସ, ଚିକେନ୍, ଅଣ୍ଡା ଓ ଭାତ ଆଦି ରୋଷେଇ କରି ଦିଆଯିବ । ୫ ଜୋନରେ ଦିନକୁ ପାଖାପାଖି ୬-୭ ଶହ କୁକୁରଙ୍କ ପାଇଁ ଖାଦ୍ୟ ରନ୍ଧାଯିବ । ସେପଟେ ସ୍ଥାନୀୟ ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଶୁପ୍ରେମୀ । 

Advertisment

ଅଧିକ ପଢନ୍ତୁ: ବଡ ଡାକ୍ତରଖାନାରେ ବୁଲୁଛି ବୁଲା କୁକୁର

Bengaluru Stray Dogs
Advertisment
Related Articles
Advertisment