• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ବିବାହ ପୂର୍ବର ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱସ୍ତରୀୟ ଅତିଥି ଯୋଗଦେବା ନେଇ ସୂଚନା ରହିଛି । ଅତିଥି ତାଲିକାରେ ମାର୍କ ଜୁକରବର୍ଗ ଠାରୁ ବିଲ୍ ଗେଟ୍ସ ନାଁ ମଧ୍ୟ ସାମିଲ ରହିଛି।

ବିବାହ ଉତ୍ସବ ପାଇଁ ଅମ୍ବାନୀ ପରିବାରରୁ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗତ ବର୍ଷ ଜାନୁଆରୀରେ ମୁମ୍ବାଇରେ ଏକ ପାରମ୍ପାରିକ ସମାରୋହରେ ନିର୍ବନ୍ଧ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଇନ୍ଦୋରରୁ ୬୫ ଜଣ ରୋଷେୟାଙ୍କୁ ଅଣାଯାଇଛି । ପ୍ରାୟ ୨୫୦୦ ପ୍ରକାର ଆଇଟମ୍‌ ପ୍ରସ୍ତୁତ ହୋଇ ଅତିଥିଙ୍କୁ ପରସା କରାଯିବ ।

ଅଧିକ ପଢ଼ନ୍ତୁ: କେମିତି ଥିଲା ମୁକେଶ-ନୀତାଙ୍କ ପ୍ରେମ ବିବାହ ? ଅମ୍ୱାନୀ ପରିବାରରେ କାହିଁକି ନୀତାଙ୍କୁ ମିଳେ ଅଧିକ ଗୁରୁତ୍ୱ ଜାଣନ୍ତୁ...

ସୂଚନା ଅନୁଯାୟୀ, ଅନନ୍ତଙ୍କ ବିବାହ ପୂର୍ବରୁ ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟରେ ଅତିଥିମାନଙ୍କୁ ଇନ୍ଦୋରର ସ୍ୱାଦ ଦେବା ପାଇଁ  ଇନ୍ଦୋରର ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯିବ । ଏହି କାଉଣ୍ଟରରେ କେବଳ ସେହି ଖାଦ୍ୟଗୁଡ଼ିକ ଉପଲବ୍ଧ ହେବ ଯାହା ଇନ୍ଦୋରର ସୌନ୍ଦର୍ଯ୍ୟ ବଢାଇଥାଏ । ମିଠା ଠାରୁ ଲୁଣିଆ ଓ ମସଲାଯୁକ୍ତ ଆଇଟମ୍ ପର୍ଯ୍ୟନ୍ତ ସବୁ କିଛି ମିଳିବ । ଏଥିରେ ଇନ୍ଦୋରର ବିଭିନ୍ନ ପ୍ରକାର ଖାଇବା ମିଳିବ । 

୨୫୦୦ରୁ ଅଧିକ ପ୍ରକାରର ଖାଦ୍ୟ ମିଳିବ...

ଅଧିକ ସୂଚନା ଦେଇ ପ୍ରବୀଣ ଶର୍ମା କହିଛନ୍ତି ଯେ ସବୁଠାରୁ ବଡ କଥା ହେଉଛି ଆମେ ସାରା ବିଶ୍ୱରୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇଛୁ । ତିନି ଦିନ ମଧ୍ୟରେ ୧୨ରୁ ଅଧିକ ପ୍ରକାରର ଭୋଜନ ବ୍ୟବସ୍ଥା ଓ ୨୫୦୦ରୁ ଅଧିକ ପ୍ରକାରର ଖାଦ୍ୟ ପରିବେଷଣ କରାଯିବ । ଏଠାରୁ ଯାଇଥିବା ଟିମ୍‌ରେ ୨୦ ଜଣ ମହିଳା ରୋଷେୟା ମଧ୍ୟ ଅଛନ୍ତି । 

ପ୍ରତିଦିନ ମଧ୍ୟାହ୍ନ ଭୋଜନରେ ୨୨୫ରୁ ଅଧିକ ପ୍ରକାରର ଖାଦ୍ୟ, ରାତ୍ରୀ ଭୋଜନରେ ୨୭୫ ପ୍ରକାରର ଖାଦ୍ୟ, ଜଳଖିଆରେ ୭୫ପ୍ରକାରର ଖାଦ୍ୟ ଓ ୮୫ ପ୍ରକାରର ଆଇଟମ୍ ମଧ୍ୟରାତ୍ରି ଭୋଜନରେ ରହିଛି । ମଧ୍ୟରାତ୍ରି ଭୋଜନ ରାତି ୧୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ପରିବେଷଣ କରାଯିବ, ପ୍ରସ୍ତୁତି ଏପରି ହୋଇଛି ଯେ ଗୋଟିଏ ଆଇଟମ୍ ମଧ୍ୟ ପୁନରାବୃତ୍ତି ହେବ ନାହିଁ ।