• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୁବ୍‌ଶୀଘ୍ର ପିଲା ଦିନର ବନ୍ଧୁରୁ ଜୀବନସାଥୀ ହେବେ ଅନନ୍ତ ଅମ୍ୱାନି ଓ ରାଧିକା ମର୍ଚାଣ୍ଟ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ବିବାହ ପୂର୍ବର ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱସ୍ତରୀୟ ଅତିଥି ଯୋଗଦେବା ନେଇ ସୂଚନା ରହିଛି । ଅତିଥି ତାଲିକାରେ ମାର୍କ ଜୁକରବର୍ଗଙ୍କ ଠାରୁ ବିଲ୍ ଗେଟ୍ସ ନାଁ ସାମିଲ ରହିଛି । ବିବାହ ଉତ୍ସବ ପାଇଁ ଅମ୍ବାନୀ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗତ ବର୍ଷ ଜାନୁଆରୀରେ ମୁମ୍ବାଇରେ ଏକ ପାରମ୍ପରିକ ସମାରୋହରେ ନିର୍ବନ୍ଧ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: କେମିତି ଥିଲା ମୁକେଶ-ନୀତାଙ୍କ ପ୍ରେମ ବିବାହ ? ଅମ୍ୱାନୀ ପରିବାରରେ କାହିଁକି ନୀତାଙ୍କୁ ମିଳେ ଅଧିକ ଗୁରୁତ୍ୱ ଜାଣନ୍ତୁ...

ଅନନ୍ତ ଅମ୍ବାନୀଙ୍କ ପ୍ରି ୱେଡିଂରେ ଆମନ୍ତ୍ରିତ ବ୍ୟବସାୟୀ ବ୍ୟକ୍ତିତ୍ୱଙ୍କ ନାମ...

୧. ମାର୍କ ଜୁକରବର୍ଗ, ମେଟା ସିଇଓ ।
୨. ରିଷଦ ପ୍ରେମଜୀ, ୱିପ୍ରୋ ଚେୟାରମ୍ୟାନ୍ ।
୩. ନିଖିଲ କାମାଥ, ଜିରୋଧାର ସହ-ପ୍ରତିଷ୍ଠାତା ।
୪. ଆଡାର ପୁନାୱାଲା, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ।
୫. ଟେଡ୍ ପିକ୍, ମୋର୍ଗାନ୍ ଷ୍ଟାନଲିର ସିଇଓ ।
୬. ବିଲ୍ ଗେଟ୍ସ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ । 
୭. ସୁନ୍ଦର ପିଚାଇ, ଆଲ୍‌ଫାବେଟ୍‌ ସିଇଓ ।
୮. ବବ୍ ଆଇଗର୍, ଡିଜନି ସିଇଓ ।
୯. ଲାରି ଫିଙ୍କ୍‌, ବ୍ଲାକ୍‌ରକ୍‌ ସିଇଓ ।
୧୦. ସୁଲତାନ ଅହମ୍ମଦ ଅଲ୍‌ ଜବର, ଆଡନୋକ ସିଇଓ ।
୧୧. ଲିନ୍ ଫରେଷ୍ଟର ଡି ରୋଥଚିଲ୍ଡ, ଏଲ୍ ରୋଥଚିଲ୍ଡ ଚେୟାର ।
୧୨. ବ୍ରିଆନ୍ ଥୋମାସ୍ ମୋନିହାନ୍, ବ୍ୟାଙ୍କ ଅଫ୍ ଆମେରିକାର ଚେୟାରମ୍ୟାନ୍ ।
୧୩. ଷ୍ଟେଫେନ୍ ସ୍କ୍ୱାର୍ଜମାନ, ବ୍ଲାକ୍ଷ୍ଟୋନ୍ ଚେୟାରମ୍ୟାନ୍ ।
୧୪. ମହମ୍ମଦ ବିନ୍ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ ଥାନି, କାତାର ପ୍ରିମିୟର ।
୧୫. ଶନ୍ତାନୁ ନାରାୟଣ, ଆଡୋବ ସିଇଓ ।
୧୬. ଜେମ୍ସ ମର୍ଡକ, ଲୁପା ସିଷ୍ଟମର ସିଇଓ ।
୧୭.ଜାଙ୍ଗ ଲେ, ହିଲହାଉସ୍ କ୍ୟାପିଟାଲର ପ୍ରତିଷ୍ଠାତା ।
୧୮. ମୁରେ ଆଚିନକ୍ଲସ୍  ,ବିପି ସିଇଓ ।
୧୯. ଜନ୍‌ ଏଲକାନ୍, ଏକ୍ସୋର ସିଇଓ ।
୨୦. ଜନ୍‌ ଚାମ୍ବରସ୍, ସିସୋର ପୂର୍ବତନ ଅଧ୍ୟକ୍ଷ ।
୨୧. ବ୍ରୁସ୍ ଫ୍ଲାଟ, ବ୍ରୁକଫିଲ୍ଡ ଆସେଟ ମ୍ୟାନେଜମେଣ୍ଟ ସିଇଓ ।
୨୨. କାର୍ଲୋସ୍ ସ୍ଲିମ୍, ମେକ୍ସିକାନ୍ ବ୍ୟବସାୟର ମ୍ୟାଗ୍ନେଟ୍ ।
୨୩. ରେ ଡାଲିଓ, ବ୍ରିଜ୍ ୱାଟର୍ ଆସୋସିଏଟ୍ସ ପ୍ରତିଷ୍ଠାତା ।
୨୪. ଅର୍ଜିତ ଜୈନ୍‌, ବରେକଶେର୍ ହାଥୱେ୍ର ଉପାଧ୍ୟକ୍ଷ ।
୨୫. ଗୌତମ ଆଦାନୀ, ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ।
୨୬. ନଟରାଜ ଚନ୍ଦ୍ରଶେଖରନ୍, ଟାଟା ଗ୍ରୁପ୍‌ର  ଚେୟାରମ୍ୟାନ୍ ।
୨୭. କୁମାର ମଙ୍ଗଲମ୍ ବିର୍ଲା ।
୨୮. ଗୋଡ୍ରେଜ୍ ପରିବାର ।
୨୯. ନନ୍ଦନ ନିଲେକାନି, ପୂର୍ବତନ ଇନଫୋସିସ୍ ସିଇଓ।
୩୦. ସଞ୍ଜୀବ ଗୋଏଙ୍କା, ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ର  ଚେୟାରମ୍ୟାନ୍ ।
୩୧. ଉଦୟ କୋଟାକ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ।
୩୨. ସୁନୀଲ ମିତ୍ତଲ, ଭାରତ ଉଦ୍ୟୋଗର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ।
୩୩. ପୱନ ମୁଞ୍ଜାଲ, ହିରୋ ମୋଟୋକର୍ପର ସିଇଓ ।
୩୪. ରୋଶନି ନାଦର, HCL ଟେକ୍ନୋଲୋଜିର ଚେୟାରମ୍ୟାନ୍ ।
୩୫. ରୋନି ସ୍କ୍ରୁଭାଲା, ଅପ୍ ଗ୍ରାଡ୍ର ସହ-ପ୍ରତିଷ୍ଠାତା ।
୩୬. ଦିଲୀପ ଶାଙ୍ଗଭି, ସନ୍ ଫାର୍ମାସ୍ୟୁଟିକାଲ୍ସର ସହ-ପ୍ରତିଷ୍ଠାତା ।