• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିଳ୍ପପତି ମୁକେଶ ଅମ୍ୱାନୀଙ୍କୁ କିଏବା ନଜାଣେ । ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥା’ନ୍ତି । ବିଶେଷକରି ନୀତାଙ୍କ ନିତ୍ୟବ୍ୟବହାର କାର୍ଯ୍ୟ ଓ ଖର୍ଚ୍ଚ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ସାଧାରଣତଃ କୌଣସି ବିବାହ ପାର୍ଟି ହେଉ କିମ୍ୱା କିଛି ଅକେଜନ୍‌ ସବୁଠି ଏକାଠି ନଜର ଆସିଥା’ନ୍ତି ମୁକେଶ-ନୀତା ।

ନିକଟରେ ସାନ ପୁଅଙ୍କ ଏନଗେଜ୍‌ମେଣ୍ଟରେ ଉଭୟରେ ସଜେଇ ହୋଇ ନଜର ଆସିଥିଲେ । ନୂଆବୋହୂକୁ ନୀତା ବନ୍ଦାପନା ମଧ୍ୟ କରୁଥିବା ନଜର ଆସିଥିଲେ । ଆଉ ବର୍ତ୍ତମାନ ସାନ ପୁଅର ବିବାହ ପୂର୍ବରୁ ନୀତା ଓ ମୁକେଶ ଅମ୍ବାନୀଙ୍କ ପ୍ରେମ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛ । ଖାଲି ସେତିକି ନୁହେଁ ଉଭୟଙ୍କ ବିବାହ ବେଳର କିଛି ଫଟୋ ମଧ୍ୟ ଭାଇରାଲ ହେଉଛି ।

ତେବେ ଆସନ୍ତୁ ଜାଣିବା ଏହି ଶିଳ୍ପପତି ଦମ୍ପତିଙ୍କ ବିବାହ ସମ୍ପର୍କରେ...

ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ନୀତା-ମୁକେଶ ବିବାହ କରିଥିଲେ । ନୀତା ଅମ୍ୱାନୀ ଜଣେ ଶିକ୍ଷୟିତ୍ରୀ ସହ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ ଥିଲେ । ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ତାଙ୍କୁ ଅମ୍ୱାନୀ ପରିବାରରୁ ଖୁବ୍‌ ଭଲପାଇବା ମିଳିଥିଲା ।

ନବରାତ୍ରୀ ଅବସରରେ ନୀତା ଏକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ । ସେହି କାର୍ଯ୍ୟକ୍ରମରେ ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନୀ ଏବଂ ମା’ କୋକିଳାବେନ୍ ଅମ୍ବାନୀ ଉପସ୍ଥିତ ଥିଲେ । ନୀତାଙ୍କ ନୃତ୍ୟ  ଦେଖିବା ପରେ ଉଭୟ ତାଙ୍କୁ ପ୍ରଶଂସା କରିଥିଲେ । ପରେ ତାଙ୍କ ବଡ଼ ପୁଅ ମୁକେଶଙ୍କ ସହ ତାଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ଖାଲି ସେତିକି ନୁହେଁ ମୁକେଶଙ୍କ ସହ ନୀତାଙ୍କ ବିବାହ ପାଇଁ ଧୀରୁଭାଇ ଅମ୍ବାନୀ ନୀତାଙ୍କ ଘରକୁ ୩ଥର ପ୍ରସ୍ତାବ ନେଇ ଯାଇଥିଲେ । ପରେ ବିବାହ ପାଇଁ ଆଲୋଚନା ହେବା ସହ ବାହାଘର ପାଇଁ ଦିନ ସ୍ଥିର ହୋଇଥିଲା । ଅନ୍ୟପଟେ କିଛି ଗଣମାଧ୍ୟମରେ ନିତା-ମୁକେଶଙ୍କୁ ନେଇ ଅନ୍ୟକିଛି ଚର୍ଚ୍ଚା ମଧ୍ୟ ହେଉଥିଲା । କୁହାଯାଉଥିଲା କି, ମୁକେଶ ଅମ୍ବାନୀ ନୀତା ଅମ୍ବାନୀଙ୍କୁ ବିବାହ ପୂର୍ବରୁ ଥରେ ଲଙ୍ଗ ଡ୍ରାଇଭ୍‌ରେ ନେଇଥିଲେ । ଯେଉଁଠାରେ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପରେ ନୀତା ରାଜି ହେବାରୁ ସେମାନଙ୍କ ବିବାହ ବିରାଟ ସମାରୋହରେ କରାଯାଇଥିଲା ।