terror
ସଧବା ମଥାର ସିନ୍ଦୂର ପୋଛିଥିଲେ ଆତଙ୍କୀ। ଆଉ ଆଜି ସିନ୍ଦୂରର ବଦଲା ନେଲା ଅପରେସନ ‘ସିନ୍ଦୂର’ । ପହଲଗାମ ଆତଙ୍କବାଦୀଙ୍କ ନରସଂହାରର ବଦଲା ନେଇଛି ଭାରତୀୟ ସେନାର ଅପରେସନ ସିନ୍ଦୂର। ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରାଯାଇଛି। ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମାସୁଦ ଆଝାରର ବାହାବଲପୁର ଠିକଣାରେ ହୋଇଛି ହମଲା। 'ଅପରେସନ୍ ସିନ୍ଦୂର'ରେ ସାମିଲ ଥିଲେ ତିନି ସେନା। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।ପହଲଗାମ ହମଲାର ବଦଲା ନେଲା ଭାରତ । ପକିସ୍ତାନ ଛାତିରେ ଭାରତର ଏୟାର ଷ୍ଟ୍ରାଇକ । ପିଓକେରେ ବି ପ୍ରଚଣ୍ଡ ହମଲା । ପାକିସ୍ତାନର ୪ ଓ ପିଓକେର ୫ ଟି ଠିକଣାରେ ଏୟାର ଷ୍ଟ୍ରାଇକ । କାହିଁକି ଏହି ୯ ଟି ଠିକଣାରେ ଭାରତ କଲା ଟାର୍ଗେଟ ? ପାକିସ୍ତାନ ମାଟିରୁ ହିଁ ଆତଙ୍କୀ ଠିକଣା ହଜାଇବାକୁ ଭାରତର ଏହି ଅପରେସନ ସିନ୍ଦୂର ।
ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍
୧.ବହାୱଲପୁର: ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜାହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ବ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଜାହର । ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ।
୨.ମୁରିଦିକେ : ପାକିସ୍ତାନର ମୁରିଦିକେ, ଲସ୍କର ଇ ତୋଇବା ସଂଗଠନର ନର୍ଭ ସେଣ୍ଟର । ଆତଙ୍କୀଙ୍କ ପ୍ରଶିକ୍ଷଣ କେନ୍ଦ୍ର । ଏହିଠାରେ ହିଁ ଶହ ଶହ ଆତଙ୍କୀଙ୍କୁ ପ୍ରଶିକ୍ଷଣ ଦିଆଯାଏ। ୮୨ ଏକର ଜମିରେ ଆତଙ୍କୀ ଅତ୍ୟାଧୁନିକ କେନ୍ଦ୍ର କରାଯାଇଛି। ଦକ୍ଷିଣ ଲାହୋରର ୪୦ କିଲୋମିଟର ଦୂରରେ ଏହି ପ୍ରଶିକ୍ଷଣ କେନ୍ଦ୍ର ରହିଛି। ପ୍ରଶିକ୍ଷଣ କେନ୍ଦ୍ର ସହ ଲସ୍କର ଇ ତୋଇବାର ଚାରିଟେବୁଲ WING ଜମାତ ଉଦ ଦାୱ ମିଶି ଆତଙ୍କୀ ସଂଗଠନ ଗୁଡିକୁ ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛି। ଏଅହିଠାରୁ ହିଁ ଆତଙ୍କୀକୁ ସମସ୍ତ ହତିଆର ଯୋଗାନ କରିଥାଏ ମାସୁଦ। ୨୦୦୮ ମୁମ୍ବାଇ ଆକ୍ରମଣ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ହାତ ଥିବା କଥା ପକ୍କା ପ୍ରମାଣ ପାଇଥିଲା ଭାରତ। ଏହିଠାରୁ ମୁମ୍ବାଇ ଆକ୍ରମଣର ଅଜମଲ କସାବ ପ୍ରଶିକ୍ଷଣ ନେଇଥିଲା। ତେଣୁ ମୁରିଦିକେ ଥିଲା ଅପରେସନ ସିନ୍ଦୁରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଟାରଗେଟ। ୨୦୦୦ ମସିହାରେ ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିଥିଲା ଜୈସ ଏ ମହମ୍ମଦ।
୩.କୋଟଲି: ପାକିସ୍ତାନ ଅକ୍ୟୁପାଏଡ କାଶ୍ମୀରରେ ରହିଛି ଆଉ ଏକ ଆତଙ୍କୀ ପ୍ରଶିକ୍ଷଣ କେନ୍ଦ୍ର କୋଟଲି। ସେହିଠାରୁ ସୁଇସାଇଡ ବମ୍ବ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦିଆଯାଏ। ସବୁବେଳେ ଏହିଠାରେ ୫୦ ସୁଇସାଇଡ ବମ୍ବରକୁ ତୟାର କରି ରଖାଯାଇଥାଏ। ଯେ କୌଣସି ସମୟରେ ଏହି ଆତଙ୍କୀ ନିୟୋଜିତ କରିଥାଏ ଆତଙ୍କୀ ସଂଗଠନ।
୪.ଗୁଲପୁର : ଆତଙ୍କୀ ସଂଗଠନ ଗୁଡିକ ଗୁଲପୁରକୁ ଲଞ୍ଚପ୍ୟାଡ ଭାବେ ବ୍ୟବହାର କରି ଆସୁଛନ୍ତି। ଏହି ଲଞ୍ଚପ୍ୟାଡରୁ ୨୦୨୩-୨୪ ମସିହାରୁ କାଶ୍ମୀର ରାଜୌରୀ ଓ ପୁଞ୍ଚକୁ ଗୋଳି ଗୋଳା ମାଡ କରିଆସୁଛନ୍ତି ଆତଙ୍କୀ। ଏପରିକି ସମୟ ସମୟରେ ଭାରତୀୟ ସୁରକ୍ଷା ଅଧିକାରୀଙ୍କ ଗାଡି ଓ ସାଧାରଣ ଲୋକଙ୍କୁ ମଧ୍ୟ ଗୁଳି ଗୋଳା ବର୍ଷଣ କରୁଥିଲେ। ଏହାଥିଲା ସିନ୍ଦୁର ଅପରେସନର ଆଉ ଏକ ଟାରଗେଟ।
(୫) ସୱାଇ: ଲସ୍କର ଇ ତୋଇବାର ଆଉ ଏକ ପ୍ରଶିକ୍ଷଣ କେନ୍ଦ୍ର ହେଉଛି ସୱାଇ। ଦକ୍ଷିଣ କାଶ୍ମୀରର ସୋନମାର୍ଗ, ଗୁଲମାର୍ଗ ଓ ପହଲଗାମ ଭଳି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଏହି ଠାରୁ ଆକ୍ରମଣ କରିବା ପାଇଁ ପ୍ଲାନ କରୁଥିଲା ଲସ୍କର ଇ ତୋଇବା ।
(୬) ସର୍ଜଲ ଓ ବାରନାଲା: ଅନ୍ତର୍ଜାତୀୟ ସୀମା ଲାଗି ରହିଛି ସର୍ଜଲ ଓ ବାରନାଲ । ଏହି ବାଟ ଦେଇ ଅନୁପ୍ରବେଶକାରୀ ମାନେ ଭାରତ ଭିାତରେ ପଶିଥାନ୍ତି। ଏହାକୁ ଅନୁପ୍ରବେଶକାରୀଙ୍କ GATE WAY ବୋଲି କୁହାଯାଏ। ଏୟାର ଷ୍ଟ୍ରାଇକରୁ ମଧ୍ୟ ଏହା ବର୍ତ୍ତି ପାରିନାହିଁ।
(୭) ମେହେନୁମା: ସିଆଲକୋଟ ନିକଟରେ ଥିବା ମେହନୁମା କ୍ୟାମ୍ପ, ଯାହାକୁ ହିଜବୁଲ ମୁଜାହିଦିନ ଆତଙ୍କୀ ସଂଗଠନ ବ୍ୟବହାର କରେ। ଏହି ସଂଗଠନ କାଶ୍ମୀରରେ ବେଶ ଆକ୍ଟିଭ ଅଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ସଂଗଠନ ଭାରତରେ ତାର ନେଟୱାର୍କ ବଢାଇଚାଲିଛି। ଏହି ଆତଙ୍କୀ ସଂ ଗଠନକୁ ସଫା କରିବାକୁ ଯୋଜନା କରିଥିଲା ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/terror_1746600266.jpg)