Advertisment

Air India Plane Crash: ହୁ ହୁ ଜଳୁଥିଲା ନିଆଁ, ଜୀବନ ବଞ୍ଚାଇ ଏମିତି ଖସି ଆସିଥିଲେ ରମେଶ ବିଶ୍ୱାସ; ଦେଖନ୍ତୁ ଭିଡିଓ...

ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଭୟଙ୍କର ନିଆଁରୁ ବାହାରି ଆସିଲେ

ଭୟଙ୍କର ନିଆଁରୁ ବାହାରି ଆସିଲେ

ରଖେ ହରି ତ ମାରେ କିଏ । ଯାହାର ଅର୍ଥ ଯଦି ଭଗବାନ କାହାକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ତା’ର ଜୀବନ ନେଇପାରିବେ ନାହିଁ । ଯାହାର ଉଦାହରଣ ଆପଣମାନେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଦେଖିଥିବେ । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ବସିଥିବା ୨୪୨ ଲୋକଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ମାତ୍ର ଜଣେ ଯାତ୍ରୀ ଜୀବତ ଉଦ୍ଧାର ହୋଇଥିଲେ । ଯାହାଙ୍କ ନାମ ଥିଲା ବିଶ୍ୱାସ ରମେଶ । ଯାହାର ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଆଉ ଏବେ ବିଶ୍ୱାସ ରମେଶଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 

Advertisment

ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି। ଧୂଆଁ ଆକାଶକୁ ଅନ୍ଧାର କରିଦେଉଥିଲା। ନିଆଁ ଏମିତି ଜଳୁଥିଲା, ପବନ ବି ପୋଡ଼ିଯାଉଥିଲା। ଆଖି ଆଗରେ ଜଳିଚାଲିଥିଲେ ଜଣେ ଜଣେ ମଣିଷ। ମୃତ୍ୟୁର ମହାତାଣ୍ଡବ ଭିତରେ ସେ କିନ୍ତୁ ସାଜିଥିଲେ ମହାବିଜୟୀ। ମୃତ୍ୟୁ ଭିତରେ ଲୁଚିଥିବା ଜୀବନକୁ ଖୋଜି ଖୋଜି ମରଣ ଦୁଆରୁ ଲେଉଟି ଆସିଥିଲେ ବିଶ୍ୱାସ ରମେଶ । ଆଉ ବିଶ୍ୱାସ ରମେଶଙ୍କୁ ଦେଖିବା ପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ନିଜ ସହିତ ନେଇଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡକୁ ଦେଖିଲେ ଆପଣ ଜାଣିପାରିବେ କେତେ ଭୟଙ୍କର ଥିଲା ସେ ସମୟର ଦୃଶ୍ୟ ।

Advertisment

ତେବେ ମରଣମୁହଁରୁ ବଞ୍ଚିବା ପରେ ରମେଶ କହିଥିଲେ, ‘ମୁଁ ଭାଇଙ୍କ ସହ ବିମାନରେ ଯାତ୍ରା କରୁଥିଲି। ରନୱେରେ ବିମାନଟି ଗତି ବଢ଼ାଇବା ମାତ୍ରେ କିଛି ଅଜବ ଅନୁଭବ ହେଲା । ହଠାତ୍ ୫ରୁ ୧୦ ସେକେଣ୍ଡ ପାଇଁ କିଛି ବୁଝିହେଲାନି । ହଠାତ୍ ସବୁଜ ଏବଂ ଧଳା ଲାଇଟ୍ ଜଳିଲା । ତା’ପରେ ବିମାନ ଭିତରେ ହୋହ୍ଲଲା ହୋଇଥିଲା। ଯେପରି ଲାଗୁଥିଲା ବିମାନକୁ ପାଇଲଟ ଟେକ୍ ଅଫ୍ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି। ତା’ପରେ ବିମାନଟି ହସପିଟାଲ ବଲ୍ଡିଂରେ ମାଡ଼ ହୋଇଥିଲା’ ।

ରମେଶ ଆହୁରି କହିଥିଲେ, ‘ମୁଁ ବସିଥିବା ସିଟ୍‌ 11 A ନିକଟରେ ମାଡ଼ ହୋଇଥିଲା । ମୋ ପାଖରେ EXIT ଗେଟ୍ ଥିଲା । ସୌଭାଗ୍ୟବଶତଃ ଡୋର୍ ଭାଙ୍ଗିଯାଇଥିଲା । ମୋର ସିଟ୍ ବେଲଟ୍ ବି ଖୋଲି ଯାଇଥିଲା । ମୁଁ ବାହାରକୁ ପଳାଇ ଆସିଥିଲି । ମୁଁ ବିଶ୍ବାସ କରିପାରୁନି କେମିତି ବଞ୍ଚିଲି ? କିଛି ସମୟ ପାଇଁ ଭାବିଥିଲି ମରିଯାଇଛି, ହେଲେ ଆଖି ଖୋଲିଲା ବେଳକୁ ଜାଣିଲି ବଞ୍ଚିଛି' ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି, ଏଥର ୨ଟି ପର୍ଯ୍ୟାୟରେ ହେବ ସେନସସ୍‌

India Air India Plane Crash
Advertisment
Related Articles
Advertisment