/odishatv-khabar/media/post_attachments/uploadimage/library/16_9/16_9_0/Black_Box_1749822070.jpg)
Black Box
ମିଳିଲା ବ୍ଲାକ ବକ୍ସ।ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଭଗ୍ନାବଶେଷ ଭିତରୁ ‘ବ୍ଲାକ୍ ବକ୍ସ’କୁ ଉଦ୍ଧାର କରିଛି।। ବିମାନ କ୍ରାସ୍ ହୋଇଥିବା କୋଠାର ଛାତ ଉପରୁ ଏହି ବ୍ଲାକ ବକ୍ସ ମିଳିଛି। ଏହି ବିମାନରେ ଦୁଇଟି ‘ବ୍ଲାକବକ୍ସ’ ଥିଲା। ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ। ପାଇଲଟ୍, କ୍ରୁ ମେମ୍ବର କ’ଣ କଥା ହୋଇଥିଲେ, ପାଇଲଟ୍ କ’ଣ କହିବାକୁ ଚାହୁଁଥିଲେ, ଇଞ୍ଜିନରୁ ବାହାରିଥିବା ଶବ୍ଦ, ପବନର ବେଗ ବି ଏଥିରେ ରେକର୍ଡ ହୋଇଥିବ । ସେ ସବୁ ବ୍ଲାକବକ୍ସ ଖୋଲିଲେ ଜଣାପଡ଼ିବ ଓ ପ୍ରକୃତରେ କେଉଁ କାରଣରୁ ଦୁର୍ଘଟଣା ହୋଇଥିଲା ତାହା ସ୍ପଷ୍ଟ ହେବ।
ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...
ଶୁକ୍ରବାର ଏୟାରକ୍ରାଫ୍ଟ ଆକ୍ସିଡାଣ୍ଟ ଇନଭେଷ୍ଟିକେସନ୍ ବ୍ୟୁରୋ ଓ ଏନଆଇଏ ପକ୍ଷରୁ ତଦନ୍ତ କରାଯାଇଛି। DGCA ସବୁ ବୋଇଂ-787 ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ମିଳିଥିବା ଜଣା ପଡିଛି। ସାଧାରଣତଃ ବ୍ଲାକବକ୍ସରେ କକପିଟ୍ ଭଏସ୍ ରେକର୍ଡର-CVR ଓ ଫ୍ଲାଇଟ୍ ଡାଟା ରେକର୍ଡ-FDR ଥାଏ । ବିମାନ ଉଡ଼ାଣ ପରଠୁ ପାଇଲଟଙ୍କ ଭିତରେ ହୋଇଥିବା କଥା ସହ ଇଞ୍ଜିନରୁ ବାହାରିଥିବା ଶବ୍ଦ ସବୁ ରେକର୍ଡ ରୁହେ । ଫଳରେ କ’ଣ ଅବସ୍ଥା ଥିଲା ବିମାନରେ ସେ ସବୁ ଜଣାପଡ଼େ । ସେପଟେ ଏକ ଡିଜିଟାଲ୍ ଭିଡିଓ ରେକର୍ଡର ମିଳିଥିବା ସୂଚନା ମିଳିଛି । କିନ୍ତୁ ଏହା ବିମାନର କିମ୍ବା ଅନ୍ୟ କେଉଁ ଅଂଶର ତାହା ସ୍ପଷ୍ଟ ହୋଇନି । ଏହାକୁ FSL ଯାଞ୍ଚ କରିବ ।
ଗୁରୁବାର ସମୟ ଅପରାହ୍ନ ଗୋଟାଏ ୩୯ ମିନିଟ୍ । ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକ୍ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଏହି ବିମାନରେ ଥିଲେ ୧୨ କ୍ରିୁ ମେମ୍ବର ଓ ୨୩୦ ଜଣ ଯାତ୍ରୀ । ହେଲେ ରନୱେରୁ ଟେକଅଫ୍ କରୁ କରୁ ଆଖି ସାମ୍ନାରେ ହଠାତ୍ ତଳକୁ ଖସି ଆସି ସିଧା ବିଜେ ମେଡ଼ିକାଲ୍ କଲେଜର ଏହି ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା ଫ୍ଲାଇଟଟି । କେହି କିଛି ବୁଝିବା ଆଗରୁ ଧୂଳିସାତ ହୋଇଯାଇଥିଲା ସବୁକିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)