Advertisment

Ahmedabad Plane Crash: ମ୍ୟାଚ୍ କଲା ବିଜୟ ରୂପାନୀଙ୍କ DNA, ରାଜକୋଟରେ ହୋଇପାରେ ଶେଷକୃତ୍ୟ

ମ୍ୟାଚ୍ ହେଲା ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ । ଦୁର୍ଘଟଣାର ୩ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତଦେହ ଚିହ୍ନଟ ହୋଇପାରିଛି । ରାଜକୋଟରେ ହୋଇପାରେ ଶେଷକୃତ୍ୟ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
DNA Matched

DNA Matched

ଅହମ୍ମଦାବାଦ ବିମାନ ଦୁର୍ଘଟଣା । କ୍ରାସ୍ ହୋଇଥିବା ‌ଏୟାର ଇଣ୍ଡିଆରେ ଥିଲେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସମସ୍ତ ମୃତକଙ୍କ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ବିଜୟ ରୂପାନୀଙ୍କ DNA ମ୍ୟାଚ୍ ହୋଇଥିବା ଜଣାପଡ଼ିଛି । ବିମାନ ଦୁର୍ଘଟଣାର ୩ ଦିନ ପରେ ବିଜୟ ରୂପାନୀଙ୍କ ମୃତଦେହ ବିଷୟରେ ସ୍ପଷ୍ଟୀକରଣ ମିଳିଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତଦେହ ଚିହ୍ନଟ କରାଯିବା କାଠିକର ପାଠ ହୋଇଛି । ଏପରି ସ୍ଥିତିରେ ଆତ୍ମୀୟ ତଥା ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ଅଣାଯାଇ ମ୍ୟାଚ୍ କରାଯାଉଛି ।

Advertisment

ପୂର୍ବରୁ ମୋଟ୍ ୩୧ ମୃତଦେହର ଡିଏନଏ ମ୍ୟାଚ୍ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେମାନଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ବିଜୟ ରୂପାନୀଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିଲା । ବର୍ତ୍ତମାନ ତାଙ୍କର DNA ମ୍ୟାଚ୍ କରାଯାଇଥିବା ସ୍ପଷ୍ଟ ହୋଇଛି । ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଶେଷକୃତ୍ୟ ରାଜକୋଟରେ ହୋଇପାରେ ବୋଲି କୁହାଯାଉଛି । 

ଗତ ୧୨ ତାରିଖରେ ଅହମଦାବାଦରେ ଫ୍ଲାଇଟ୍ କ୍ରାସ ହୋଇଥିଲା । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭୪କୁ ବଢ଼ିଛି । ବିମାନ କ୍ରାସ ହୋଇ ପଡ଼ିଥିବା ସ୍ଥାନରେ ଥିବା ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ବିମାନ ଯାତ୍ରୀଙ୍କ ମଧ୍ୟରେ ରହିଥିଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।  ସେ ନିଜ ଝିଅ ପାଖକୁ ଲଣ୍ଡନ ଗସ୍ତ କରୁଥିଲେ । ହେଲେ ଅହମ୍ମଦାବାଦରେ ଟେକ୍‌ ଅଫ ବେଳେ ଜଳିଯାଇଥିଲା ଫ୍ଲାଇଟ୍ । ଡିଏନଏ ଟେଷ୍ଟ ପରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି ।

Advertisment

ଅଧିକ ପଢନ୍ତୁ: ବିମାନ ଦୁର୍ଘଟଣା: ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବ ତଦନ୍ତକାରୀ ଟିମ୍; ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ

DNA TEST Air India Express Flight Crash Ahmedabad plane crash
Advertisment
Related Articles
Advertisment