Advertisment

Terrorist Hideout in Kashmir: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ୍ ହମଲାର ଆତଙ୍କୀ; ବଞ୍ଚାଇବାକୁ ପାକିସ୍ତାନ କରୁଛି ଚେଷ୍ଟା!

ପହଲଗାମରେ ଆତଙ୍କୀ ହମଲା ପରେ ଜାଣିଶୁଣି LOCରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ। ଗୁଳିମାଡ଼ ଆଳରେ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Pahalgam Attack

Pahalgam Attack

ପହଲଗାମ୍ ହମଲାର ଆତଙ୍କବାଦୀ ମାନେ ଏବେ ବି ଜଙ୍ଗଲରେ ଲୁଚି ରହିଛନ୍ତି। ଆତଙ୍କୀମାନେ କାଶ୍ମୀର ଜଙ୍ଗଲରେ ଲୁଚି ରହିଥିବା ଖବର ପାଇଛି ଫୋର୍ସ । ଏନେଇ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାବାହିନୀ।

Advertisment

ଆତଙ୍କୀମାନେ କାଶ୍ମୀର ଜଙ୍ଗଲରେ ଲୁଚି ରହିଥିବା ଖବର ଜଣାପଡ଼ିବା ପରେ LOC ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ପହଲଗାମରେ ଆତଙ୍କୀ ହମଲା ପରେ ଜାଣିଶୁଣି LOCରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ। ଗୁଳିମାଡ଼ ଆଳରେ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାଯାଇଛି।  ଲଗାତାର ୪ ଦିନ ହେବ ସୀମାରେ ପାକିସ୍ତାନ ଗୁଳିମାଡ଼ କରୁଛି। ଗତକାଲି ଓ ଆଜି ପୁଞ୍ଝ ଓ କୁପୱାରା ସୀମାରେ ଫାୟାରିଂ କରୁଛି ପାକିସ୍ତାନ। ଭାରତୀୟ ସେନା ପକ୍ଷରୁ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ପହଲଗାମ୍ ହମଲାକୁ ନେଇ ଆଜି ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ। ଦିଲ୍ଲୀରେ ବସିଛି ଗୁରୁତ୍ୱ ପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା ଚାଲିଛି। ସୁରକ୍ଷା ସମ୍ପର୍କରେ ବଡ଼ ଧରଣର ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Jammu And Kashmir Pahalgam Terrorist Attack Pahalgam Attack
Advertisment
Advertisment