• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ୧୪ ଶେଷ ତାରିଖ । ମାଗଣାରେ ତୁରନ୍ତ କରନ୍ତୁ ଆଧାର ଅପ୍‌ଡେଟ୍‌ । ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଯେଉଁମାନଙ୍କ ଆଧାରକାର୍ଡରେ ତ୍ରୁଟି ରହିଛି, ସେଗୁଡ଼ିକ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ । ମାର୍ଚ୍ଚ ୧୪ ତାରିଖ ହେଉଛି ଏହାର ଶେଷ ତାରିଖ । ଏହି ସମୟ ମଧ୍ୟରେ ଅପ୍‌ଡେଟ୍‌ କରାଗଲେ ତାହା ବିନା ଶୁଳ୍କରେ ହୋଇପାରିବ । ବହୁ ପୂର୍ବରୁ ଏହାର ଡେଡ୍‌ଲାଇନ୍‌ ଘୋଷଣା କରାଯାଇଥିଲା । କିନ୍ତୁ ପରେ ଏହା ୩ ମାସ ସମୟ ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ଆଉ ସମୟ ବୃଦ୍ଧି କରାଯାଇପାରିବ ନାହିଁ । କାରଣ ଆଗକୁ ନିର୍ବାଚନ ଆସୁଛି । ଆଧାର ଅପ୍‌ଡେଟ୍‌ ପାଇଁ ୧୫-୧୨-୨୦୨୩ରୁ ୧୩-୩-୨୦୨୪ ଯାଏଁ ସମୟ ଦିଆଯାଇଥିଲା ।

ଅନ୍‌ଲାଇନ୍‌ରେ myAadhaar ପୋର୍ଟାଲକୁ ଯାଇ ମାଗଣାରେ ତ୍ରୁଟି ସଂଶୋଧନ ବା ଆଧାରକାର୍ଡ ଅପ୍‌ଡେଟ୍‌ କରିହେବ । UIDAIର ୱବେସାଇଟ୍‌କୁ ଯାଇ ଏଥିରେ ଆପଣ ନିଜର ନାଁ, ଠିକଣା ଆଦି ଭୁଲ ଥିଲେ ସଂଶୋଧନ କରିପାରିବେ । ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହି ସମାନ କାମ ଆପଣ କୌଣସି CSC (କମନ୍‌ ସର୍ଭିସ୍ ସେଣ୍ଟର)ରେ ମଧ୍ୟ ଯାଇ କରାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିପାରେ । ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

କେମିତି କରିବେ ଆଧାରକାର୍ଡ ଅପ୍‌ଡେଟ୍‌ ?

୧- ପ୍ରଥମେ https://myaadhaar.uidai.gov.in/ କୁ ଯାଇ ନିଜ ଆଧାରକାର୍ଡ ନମ୍ବର ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ ।

୨- ତାପରେ ଏଥିରେ ଥିବା 'proceed to update address' ଉପରେ କ୍ଲିକ୍‌ କରନ୍ତୁ

୩- ଏହି ସମୟରେ ଆପଣଙ୍କ ମୋବାଇଲକୁ ଆସିଥିବା OTP କୁ ବ୍ୟବହାର କରନ୍ତୁ

୪- ତା’ପରେ ‘Document Update’ ପାଇଁ ଅପ୍‌ସନ୍‌ ଆସିବ । ସେଠାକୁ ଯାଇ ନିଜର ତ୍ରୁଟି ସଂଶୋଧନ କରନ୍ତୁ ।

୫- ସଂଶୋଧନ କରିବା ପରେ NEXT ଉପରେ କ୍ଲିକ୍‌ କରନ୍ତୁ ।

୬- ଏହାପରେ ପରିଚୟ ପତ୍ର କିମ୍ବା ଠିକଣା ପ୍ରମାଣ ପତ୍ର ଅପ୍‌ଲୋଡ୍‌ କରନ୍ତୁ ।

୭- ଶେଷରେ ସବୁ କାମ ସରିବା ପରେ ‘Submit’ ଉପରେ କ୍ଲିକ୍‌ କରନ୍ତୁ ।

୮- ୧୪ ଟିକିଆ ଅପ୍‌ଡେଟ୍‌ ରିକ୍ୱେଷ୍ଟ ନମ୍ବର ଆସିବା ପରେ ଆପଣ ନିଶ୍ଚିତ ହୋଇଯିବେ ଯେ ଆପଣଙ୍କ ଆବେଦନକୁ ଗ୍ରହଣ କରାଗଲା । ଏବଂ ଖୁବ୍‌ଶୀଘ୍ର ତ୍ରୁଟି ସଂଶୋଧନ ହୋଇଯିବ ।