Advertisment

Air India Plane Crash: ପ୍ଲେନ୍ କ୍ରାସକୁ ନେଇ ସ୍ତବ୍ଧ ସାରା ବିଶ୍ବ, ଉଡ଼ାଣର ମାତ୍ର ୨ ମିନିଟରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା ବିମାନ

ଭୟଙ୍କର ବିମାନ ଦୁର୍ଘଟଣା... ଛାତି ଥରାଇ ଦେଉଛି ପ୍ରତିଟି ଦୃଶ୍ୟ...ସ୍ତବ୍ଧ ହୋଇଯାଇଛି ସାରା ବିଶ୍ବ । କ୍ରିଉ ମେମ୍ବରଙ୍କ ସହ ମୋଟ୍ ୨୪୨ ଯାତ୍ରୀଙ୍କୁ ଧରି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବୋଇଂ 7878 ଶିକାର ହୋଇଛି ବଡ଼ ଦୁର୍ଘଟଣାର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଭୟାବହ ପ୍ଲେନ୍ କ୍ରାସ୍‌

ଭୟାବହ ପ୍ଲେନ୍ କ୍ରାସ୍‌

ଗୁଜରାଟ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ବିସ୍ଫୋରଣରେ ପ୍ରାୟ ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ଯାହାଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ଦୁର୍ଭାଗ୍ୟର କଥା ହେଉଛି, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମେଡିକାଲ୍ କଲେଜ୍ ହଷ୍ଟେଲ୍ ବିଲ୍ଡିଂରେ ପିଟି ହୋଇଯାଇଥିଲା, ଫଳରେ ୫ ଜଣ ଡାକ୍ତରୀ ଛାତ୍ର ବି ପ୍ରାଣ ହରାଇଥିବା ସୂଚନା ଆସୁଛି । ଏୟାର ଇଣ୍ଡିଆର ଏହି ବିମାନଟି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର ୨ ମିନିଟ୍ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା, ଯେଉଁଥିରେ ୧୨ କ୍ରିଉ ମେମ୍ବରଙ୍କ ସହ ମୋଟ୍ ୨୪୨ ଯାତ୍ରୀ ଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ, ସାମ୍ନାକୁ ଆସିଲା ଭିଡିଓ

ଭୟଙ୍କର ବିମାନ ଦୁର୍ଘଟଣା... ଛାତି ଥରାଇ ଦେଉଛି ପ୍ରତିଟି ଦୃଶ୍ୟ...ସ୍ତବ୍ଧ ହୋଇଯାଇଛି ସାରା ବିଶ୍ବ । କ୍ରିଉ ମେମ୍ବରଙ୍କ ସହ ମୋଟ୍ ୨୪୨ ଯାତ୍ରୀଙ୍କୁ ଧରି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବୋଇଂ 7878 ଶିକାର ହୋଇଛି ବଡ଼ ଦୁର୍ଘଟଣାର। କ୍ରାସ୍ ହେବା ପରେ ଭୟଙ୍କର ବିସ୍ଫୋରଣ ସହ ଖୋଲା ଆକାଶରେ ଛାଇଯାଇଛି ନିଆଁ ସହ କଳାଧୂଆଁର ଆସ୍ତରଣ । ସବୁଠି ଆତଙ୍କ । ବିସ୍ଫୋରଣ ପରେ କେଉଁଠି ବିମାନର ନୋଜ୍ ପଡ଼ିରହିଛି ତ ଆଉ କେଉଁଠି ଏଭଳି ଅବସ୍ଥାରେ ବିଲ୍ଡିଂରେ ଲାଖି ରହିଛି ଟେଲ୍ ସେକ୍ସନ । ଏୟାର ଇଣ୍ଡିଆର AI-171 ଫ୍ଲାଇଟ୍ ପାଇଁ ସତେ ଯେମିତି ସାଙ୍ଗସାଥୀଙ୍କୁ ଧରି ଆସିଥିଲା ଦୁର୍ଯୋଗ ।

Advertisment

ସମୟ ଅପରାହ୍ନ ଗୋଟାଏ ୩୯ ମିନିଟ୍ । ଅହମ୍ମଦାବାଦ ଏୟାରପୋର୍ଟର ୨୩ ନମ୍ବର ରନୱେରୁ ଲଣ୍ଡନର ଗେଟୱିକ୍ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା ଏହି ବୋଇିଂଟି । ବିମାନରେ ଥିଲେ ୧୨ କ୍ରିଉ ମେମ୍ବର ଓ ୨୩୦ ଜଣ ଯାତ୍ରୀ । ହେଲେ ରନୱେରୁ ଟେକଅଫ୍ କରୁ କରୁ ଆଖି ସାମ୍ନାରେ ହଠାତ୍ ତଳକୁ ଖସି ଆସି ସିଧା ବିଜେ ମେଡ଼ିକାଲ୍ କଲେଜର ଏହି ହଷ୍ଟେଲ୍ ବିଲଡିଂରେ ପିଟି ହୋଇ ଯାଇଥିଲା ଫ୍ଲାଇଟଟି । ଆଉ ଏ ହେଉଛି ତା’ପରର ଦୃଶ୍ୟ । ଛିନଛତ୍ର ହୋଇଯାଇଛି ଛାତ୍ରାବାସ । କେହି କିଛି ବୁଝିବା ଆଗରୁ ଧୂଳିସାତ ସବୁକିଛି । ଦୃଶ୍ୟ ଦେଖିଲେ ଲାଗୁଛି, କୌଣସି ଏକ ଯୁଦ୍ଧତ୍ରସ୍ତ ଦେଶରେ ମିଜାଇଲ୍ ମାଡ଼ରେ ଧ୍ବଂସବିଧ୍ବସ୍ତ କୋଠା । ଆଉ ଏଣେ ହୁତୁହୁତ ହୋଇ ଜଳି ଉଠୁଛି ବିମାନର ଭଗ୍ନାବଶେଷ।

ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ପର୍ତ୍ତୁଗିଜ୍ ଏବଂ ଜଣେ କାନାଡ଼ାର ନାଗରିକ । ଉଦବେଗର କଥା ହେଉଛି, ଏହି ଦୁର୍ଘଟଣାଗ୍ରସ୍ତ ବିମାନର ବିଜନେସ୍ କ୍ଲାସରେ ଯାତ୍ରା କରୁଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ତାଙ୍କ ସିଟ୍ ନମ୍ବର ଥିଲା 2D । ବିମାନ ଦୁର୍ଘଟଣାରେ ରୂପାଣୀଙ୍କର ବି ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅପରପକ୍ଷେ ମେଡିକାଲ୍ କଲେଜ୍ ହଷ୍ଟେଲ୍ କୋଠାରେ ବିମାନଟି ପିଟି ହେବାପରେ ଯେଉଁ ବିସ୍ଫୋରଣ ଘଟିଲା, ସେଥିରେ କିଛି ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ NDRF, CISF ସହ ବିଭିନ୍ନ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେସକ୍ୟୁ ଅପରେସନ୍ ଜାରି ରଖିଛନ୍ତି ।

ଏହି ଭୟଙ୍କର ବିମାନ ଦୁର୍ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମଙ୍କ ସହ କଥା ପରେ ଅହମ୍ମଦାବାଦ ଯାଇଛନ୍ତି ଶାହ । ଅପରପକ୍ଷେ ବିଭିନ୍ନ ସଂସ୍ଥା ପକ୍ଷରୁ ଜାରି ହୋଇଛି ହେଲ୍ପଲାଇନ ନମ୍ବର । ଏୟାର ଇଣ୍ଡିଆର ହେଲ୍ପଲାଇନ୍ ହେଉଛି, 1800-5691-444, ଅହମ୍ମଦାବାଦ୍ ସିଟି ପୋଲିସର 07925620359 ଏବଂ ଅହମ୍ମଦାବାଦ ଏୟାରପୋର୍ଟର ହେଲ୍ପଲାଇନ ନମ୍ବର ହେଉଛି 9974111327।

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

India Air India Plane Crash
Advertisment
Related Articles
Advertisment