Advertisment

ବ୍ଲାକ୍‌ମେଲ୍‌ କରୁଥିଲେ ପର୍ଣ୍ଣ ଅଭିନେତ୍ରୀ, ଭିଡିଓ କରି କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ...

କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ। ମୁମ୍ବାଇର ଜଣେ ‘ପର୍ଣ୍ଣ ଅଭିନେତ୍ରୀ’ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ଆଣି ପରିବାରର ସଦସ୍ୟ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 Of Family Consume Poison On Camera, Video Goes Viral

3 Of Family Consume Poison On Camera, Video Goes Viral

କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ। ମୁମ୍ବାଇର ଜଣେ ‘ପର୍ଣ୍ଣ ଅଭିନେତ୍ରୀ’ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ଆଣି ପରିବାରର ୩ ସଦସ୍ୟ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ଉଜ୍ଜୈନରେ ରହୁଥିବା ଏକ ପରିବାର ଏଭଳି ଚରମ ପଦକ୍ଷେ ନେଇଛନ୍ତି। କ୍ୟାମେରା ସାମ୍ନାରେ ସମ୍ପୃକ୍ତ ପର୍ଣ୍ଣ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ପରିବାରର ୩ ସଦସ୍ୟ ବିଷ ପିଇ ଦେଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓଟି ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ବିଷ ପିଇଥିବା ୩ ଜଣ ହେଲେ- ଆଶି ଖାନ୍‌, ତାଙ୍କ ମା’ ଓ ପତ୍ନୀ।   

Advertisment

ସୌଭାଗ୍ୟବଶତଃ, ଆଶି, ତାଙ୍କ ମା’ ଓ ସ୍ତ୍ରୀ ବଞ୍ଚି ଯାଇଛନ୍ତି। ଉଜ୍ଜୈନ ଜିଲ୍ଲା ହେଡ୍‌କ୍ୱାର୍ଟର୍ସ ହସ୍ପିଟାଲ୍‌ରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଅଛି। ସେମାନେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଭିଡିଓଟି Amar Ujala  ଟ୍ୱିଟର୍‌ ରେ ଶେଆର କରିଛି। ଆଶି ଓ ତାଙ୍କ ପରିବାର ସଦସ୍ୟଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଯୁବତୀ ଜଣକ ମୁମ୍ବାଇରେ ଏୟାର ହୋଷ୍ଟେସ୍‌ ଓ ପର୍ଣ୍ଣ ଅଭିନେତ୍ରୀ ଭାବେ କାମ କରନ୍ତି। ସେ କପଡ଼ା ବ୍ୟବସାୟୀ ଆଶି ଖାନ୍‌ଙ୍କୁ ଏକ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। 

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ କହୁଛନ୍ତି, ‘ ମୋ ନାଁ ଆଶି ଖାନ୍‌। ଇଏ ହେଉଛନ୍ତି ମୋର ପତ୍ନୀ ଓ ମା’। ମୁମ୍ବାଇର ରିମ୍‌ଝିମ୍‌ ଦାସ ନାମକ ଜଣେ ପର୍ଣ୍ଣ ଅଭିନେତ୍ରୀ ଟଙ୍କା ପାଇଁ ମୋତେ ବ୍ଲାକ୍‌ମେଲିଂ କରୁଛନ୍ତି। ଯଦି ମୁଁ ତାଙ୍କୁ ଟଙ୍କା ନଦିଏ ତା’ହେଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ମୋ ବିବାହ ସମୟରେ ମୁଁ ତାଙ୍କୁ ଟଙ୍କା ଦେଇଥିଲି। ହେଲେ ଏବେ ପୁଣି ସେ ମୋତେ ଟଙ୍କା ମାଗିବା ସହ ଧମକ ଦେଉଛନ୍ତି।’ 

Advertisment

‘ପୁର୍ବରୁ ସେ ମୋତେ ଦୁଷ୍କର୍ମ ମାମଲାରେ ଫସାଇ ମୋତେ ମୁମ୍ବାଇରେ ଜେଲ୍‌କୁ ପଠାଇଥିଲେ। ଏପରିକି ସେ ମୋତେ ଉଜ୍ଜୈନରେ ମଧ୍ୟ ଜେଲ୍‌ ପଠାଇ ଥିଲେ। ଆଉ ଏବେ ଟଙ୍କା ନଦେଲେ ଆତ୍ମହତ୍ୟାର ଧମକ ସେ ଦେଉଛନ୍ତି। ହେଲେ ମୁଁ ଆଉ ଟଙ୍କା ଦେଇପାରିବିନି। ତେଣୁ ପରିବାର ସଦସ୍ୟଙ୍କ ସହ ମିଶି ବିଷ ପିଉଛୁ।

ମିଳିଥିବା ସୂଚନା ଅନୁସାରେ, ଆଶି ଜଣେ କପଡ଼ା ବ୍ୟବସାୟୀ। ସେ ମୁମ୍ବାଇରେ କାମ କରୁଥିବା ବେଳେ ସମ୍ପୃକ୍ତ ‘ପର୍ଣ୍ଣ ଷ୍ଟାର’ଙ୍କ ସହ ତାଙ୍କର ପରିଚିତ ହୋଇଥିଲା। ଏହାପରେ ପର୍ଣ୍ଣ ଷ୍ଟାରଙ୍କ ଅଭିଯୋଗ କ୍ରମେ ଆଶି ଦୁଇ ଦୁଇ ଥର ଗିରଫ ହୋଇଥିଲେ।

Social Media Viral Video
Advertisment
Advertisment