Advertisment

10 Maoists Killed by Security Forces: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ଟଳି ପଡ଼ିଲେ ୧୦ ମାଓବାଦୀ

ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍‌ଜି ଯବାନ ।

ଅଦ୍ୟତନ ହୋଇଛି
10 Maoists Killed in Security Forces

10 Maoists Killed in Security Forces

Advertisment

ଓଡ଼ିଶାଛତିଶଗଡ ସୀମାରେ ଦୁଇ ରାଜ୍ୟ ପୋଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ସଫଳତା l ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍‌ଜି ଯବାନ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ୍  । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜିପି. ସୁନ୍ଦରରାଜ ।

Advertisment

ମାଓ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ପାଇ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ ଛତିଶଗଡ ପୋଲିସର ଡିଆରଜି, କୋବ୍ରା ୨୦୭ ବାଟାଲିୟନ, ସିଆରପିଏଫ ୨୧୧ ଓ ୬୫ ବାଟାଲିୟନ ସହ ଓଡ଼ିଶାର ନୂଆପଡା ଓ ନବରଙ୍ଗପୁର ପୋଲିସର ଏସଓଜିର ଏକ ମିଳିତ ବାହିନୀ କୁମ୍ବିଂ ଅପରେସନ କରିଥିଲା l ଆଜି ସକାଳ ପ୍ରାୟ ୭ଟାରେ ସର୍ଚ ଅପରେସନ ସମୟରେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ l ପରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିମାଡ଼ ହେବାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡି ପଳାଇଥିଲେ l

ଅଧିକ ପଢ଼ନ୍ତୁ: ଗିଫ୍ଟ ଦେବା ବେଳେ ଷ୍ଟେଜ୍‌ ଉପରେ ହେଲା ହୃଦଘାତ, ନବଦମ୍ପତିଙ୍କ ସାମ୍ନାରେ ଚାଲିଗଲା ସାଙ୍ଗର ଜୀବନ

Advertisment

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ ପରେ ଅଧିକ ଚିକିତ୍ସା ପାଇଁ ଡମ୍ବରୁ ବଡନାୟକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ମାଲକାନଗିରି ଏମଭି-୩ ବିଏସଏଫ କ୍ୟାମ୍ପରୁ ସେନା ହେଲିକପ୍ଟର ଯୋଗେ ତାଙ୍କୁ ପଠାଯାଇଛି ବିଶାଖାପାଟଣା। । ଗତକାଲି ରାତିରେ ଏମ୍‌ଭି-୭୯ ଜିନେଲଗୁଡ଼ା ନିକଟରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଆହତ ହୋଇଛନ୍ତି ଜଣେ ଯବାନ। 

ପୋଲିସ ଡିଜି କହିଛନ୍ତି, ଛତିଶଗଡ଼ରୁ ନଦୀ ପାରି ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ। ଡଙ୍ଗାରେ ସାବେରୀ ନଦୀ ପାରି ହୋଇ ଜିଲେନଗୁଡ଼ାରେ ପଶିବା ବେଳେ, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି। ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ଡିଜିପି ୱାଇ.ବି. ଖୁରାନିଆ। ସେପଟେ ଗୁଳି ବିନିମୟସ୍ଥଳରେ ପହଞ୍ଚି ଗ୍ରାଉଣ୍ଡ ଜିରୋର ଚିତ୍ରକୁ କ୍ୟାମେରାରେ କଏଦ କରିଛି ଓଟିଭି। 

Advertisment

ଅଧିକ ପଢ଼ନ୍ତୁ: Maoist Killed: 'ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ'

Maoists Security Forces Chhattisgarh Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ