Advertisment

ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ : ୫ ମାସ ହେବ ରାସନ୍ ଦେଉନି ଡିଲର

କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Dealer’s Massive Irregularities In Distribution Of PDS Rice In Balasore

jojana Ra Naa Hariloot

ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ। ବିପିଏଲ୍ କାଟେଗୋରିରେ ଆସୁଥିବା ଲୋକଙ୍କ ପାଇଁ ସରକାର ପ୍ରତି ମାସରେ ଯୋଗାଇ ଦେଉଛନ୍ତି ରାସନ୍ ସାମଗ୍ରୀ କିନ୍ତୁ କଣ୍ଟ୍ରୋଲ ଡିଲରମାନେ ଚଳାଇଛନ୍ତି ମନମାନି। ଲୋକଙ୍କୁ ରାସନ୍ ଦେଉନାହାନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତରେ ଡିଲର। ୫ ମାସ ହେବ ହିତାଧିକାରୀ ପିଡିଏସ୍ ସାମଗ୍ରୀ ପାଇନାହାନ୍ତି। ଓଲଟି ରାସନ୍ ମାଗିଲେ ଧମକ ଦେଉଛନ୍ତି। ଲୋକେ ବିଡିଓଙ୍କୁ ଅନେକ ଥର ଜଣାଇ ସାରିଲେଣି, ତଥାପି ଡିଲର ଶୁଣୁନାହାନ୍ତି କି ତାଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ମଧ୍ୟ ହେଉନି ।

Advertisment

ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତର ଡିଲର ଶଶିକାନ୍ତ ମୁଦୁଲିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଡୁଙ୍ଗୁରା ପଞ୍ଚାୟତ ଅଧୀନ ୫ଟି ଗାଁର ପ୍ରାୟ ଶହେ ଗରିବ ହିତାଧିକାରୀଙ୍କୁ ରାସନ୍ ଦେଉନାହାନ୍ତି ଶଶିକାନ୍ତ। କେତେବେଳେ ମାସକର ଦେଇ ଖାତାରେ ୨ ମାସ ପକାଇ ଦେଉଛନ୍ତି। ଆଉ କେବେ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ନେଇଯାଉଛନ୍ତି, କିନ୍ତୁ ଚାଉଳ କି ଗହମ ଦେଉନାହାନ୍ତି । ଶହେ ଲୋକଙ୍କର ୫ ମାସର ରାସନ୍ ବାବଦରେ ଲକ୍ଷାଧିକ ଟଙ୍କା ହଡପ୍ କରିଛନ୍ତି ଡିଲର।

ଅଧିକ ପଢ଼ନ୍ତୁ: ପିଡିଏସ୍ ସାମଗ୍ରୀ ବଣ୍ଟନରେ ଘୋଟାଲା: ଚାଉଳ, ଗହମ ଓ କିରୋସିନ୍ ହଡପ କରୁଛନ୍ତି ଡିଲର

Advertisment

ବିପିଏଲ୍ କାଟେଗୋରୀରେ ଆସୁଥିବା ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ମାସରେ ରାସନ୍ ସାମଗ୍ରୀ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଶଶିକାନ୍ତଙ୍କ ଭଳି ଡିଲରଙ୍କ ଲାଗି ହକରୁ ବଞ୍ଚିତ ହେଉଛନ୍ତି ଲୋକେ ରାସନ୍ ତ ଦେଉନାହାନ୍ତି, ଓଲଟି ଡିଲର ଓ ତାଙ୍କ ପରିବାର ଲୋକ ଦୁବର୍ୟବହାର କରୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

୫ ମାସ ଧରି ରାସନରୁ ବଞ୍ଚିତ ପରେ ପଞ୍ଚାୟତବାସୀ ଏକାଠି ହୋଇ ଖଇରା ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ବିଡିଓଙ୍କୁ ଜଣାଇବା ପରେ ମଧ୍ୟ କଣ୍ଟ୍ରୋଲ ଡିଲର ମନମାନି ଚଳାଇଛନ୍ତି । ତେଣୁ ଏହା ପଛରେ ଖଇରା ବ୍ଲକର କିଛି ଅଫିସରଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।

ଲୋକେ ୫ ମାସ ଧରି ରାସନ୍ ପାଉନଥିବା ବେଳେ ତଦନ୍ତରେ କାହିଁକି ଶିଥିଳତା ? ଗରିବଙ୍କ ପ୍ରାପ୍ୟ ହଡପ କରିବାକୁ ଡିଲରଙ୍କୁ କିଏ ଦେଇଛି ଅଧିକାର ?

(ରିପୋର୍ଟ- ନିରଞ୍ଜନ ବେହେରା , ସୋର )

PDS Scam Jojana Ra Naa Hariloot
Advertisment
Advertisment