/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691740586.jpg)
Woman's protest outside boyfriend's house in Berhampur
ବ୍ରହ୍ମପୁରରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିବା ଦୀପିକାଙ୍କୁ ମିଳିଲା ଡିଏନଏ ରିପୋର୍ଟ । ଦେଶୀ ବେହେରା ସାହିର କେ. ଦିନେଶ କୁମାର ଓ ଦୀପିକା ହେଉଛନ୍ତି ଏକ ଶିଶୁପୁତ୍ରର ବାୟୋଲୋଜିକାଲ ପ୍ୟାରେଣ୍ଟ ବୋଲି ରିପୋର୍ଟରେ ଉଲ୍ଲେଖ । ମିଳିଥିବା ରିପୋର୍ଟରେ ହିଁ ଦର୍ଶାଯାଇଛି ।
ସଂପୃକ୍ତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ବା ବାପା ମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି । ୨୦୨୧ରେ ହୋଇଥିବା ମାମଲାରେ ରିପୋର୍ଟ ପ୍ରସ୍ତୁତ ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ରହିଛି ।
କୋର୍ଟ ଏବଂ ଓକିଲଙ୍କ ଆବଶ୍ୟକତା ଅନୁଯାୟୀ ରିପୋର୍ଟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏପଟେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସାମନାରେ ଦୀପିକା ପୁଣି ଧାରଣା ଦେଇଛନ୍ତି । ତେବେ ଏ ନେଇ ଦୀପିକା ପ୍ରେମିକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଥାଉ କି, ପୁଅକୁ ବାପାର ପରିଚୟ ସହ ନ୍ୟାୟ ଦାବିରେ ଲଢ଼େଇ ଜାରି ରଖିଥିବା ବ୍ରହ୍ମପୁରର କେ. ଦୀପିକା ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗତ ୯ ତାରିଖରୁ ଧାରଣା ଦେଇଛନ୍ତି ବଡ଼ବଜାରର ଦେଶୀ ବେହେରା ସାହିରେ ଥିବା ପ୍ରେମିକଙ୍କ ଘର ଦୁଆରେ । ଆଉ ଧାରଣା ଦେବାକୁ ଆସିଥିବାବେଳେ ପ୍ରେମିକଙ୍କ ମା’ ଓ ସଂପର୍କୀୟ ଲଙ୍କାଗୁଣ୍ଡ ସହ ପାଣି ଫୋପାଡ଼ିଥିବା ଦୀପିକା ଅଭିଯୋଗ କରିଥିଲେ ।
ଏନେଇ ଦୀପିକା ବ୍ରହ୍ମପୁର SPଙ୍କ ଦ୍ୱାରସ୍ଥ ହେବା ସହ, ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବେ ବୋଲି ଚରମ ନିଷ୍ପତ୍ତି ନେଇଥିଲେ । ପତ୍ନୀର ପରିଚୟ ନମିଳିଲା ନାହିଁ, ଅନ୍ତତଃ ପୁଅକୁ ତା’ ବାପାର ପରିଚୟ ମିଳୁ । ଦିନେ କି ଦୁଇ ଦିନ ନୁହଁ, ମାସେ କି ୬ ମାସ ବି ନୁହଁ । ବର୍ଷ ବର୍ଷ ଧରି ବିତିଯିବା ପରେ ମଧ୍ୟ ନ୍ୟାୟ ଅପେକ୍ଷାରେ ରହିଛନ୍ତି କେ. ଦୀପିକା । ହେଲେ ଏବେ ସଂପୃକ୍ତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ବା ବାପା ମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା ବୋଲି ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)