Advertisment

ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍

ଭୁବନେଶ୍ୱର ତମାଣ୍ଡୋ ଥାନା ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ । ୬ ବର୍ଷରେ ଧରାପଡ଼ିଲେଣି ୪୫ ପୋଲିସ ଅଧିକାରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Vigilance Raid

କୁହାଯାଏ, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ପୋଲିସ ଚାକିରିରେ ଉପୁରିକୁ ଦେଖି ଏମିତି କଟାକ୍ଷ କରାଯାଇଥିବା ବେଳେ କିଛି ପୋଲିସ ଅଧିକାରୀ ବୋଧହୁଏ ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୬ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪୫ ଜଣ ପୋଲିସ ଅଧିକାରୀ । ଆଜି ସଦ୍ୟ ଧରାପଡ଼ିଛନ୍ତି ଭୁବନେଶ୍ୱର ତମାଣ୍ଡୋ ଥାନାର ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ । ନିଜ ଚାକିରି କାଳରେ ସେ ଯେତେ ଦରମା ପାଇବା କଥା, ତାଠାରୁ ଢେର୍ ଗୁଣ ଅଧିକ ସଂପତ୍ତିର ଅଧିକାରୀ ଏହି ପୁଲିସ ବାବୁ ଜଣକ । ଆଶ୍ଚର୍ଯ୍ୟର କଥା ହେଲା-ତାଙ୍କ ଚାକିରି ସମୟର ୩୩ ବର୍ଷ କେବଳ ରାଜଧାନୀ ଓ ଏହାର ଆଖପାଖରେ ହିଁ କଟିଛି ।

Advertisment

ରାଜଧାନୀରେ ୮-୮ଟି ପ୍ଲଟ । ପାଇକ ନଗରରେ ୧୦ ହଜାର ବର୍ଗଫୁଟର ୪ ମହଲା କୋଠା, ଯାହାର ମୂଲ୍ୟ ହେଉଛି ଦେଢ଼ କୋଟିରୁ ଅଧିକ  ଏହି କୋଠାରେ ରହିଛି ମାର୍କେଟ କଂପ୍ଲେକ୍ସ ଓ ଲେଡିଜ୍ ହଷ୍ଟେଲ ଏହାକୁ ଛାଡ଼ି ସିଜୁଆରେ ପ୍ଲଟ୍, ଜଟଣୀରେ ମଧ୍ୟ ୪ଟି ଜାଗା କେବଳ ଏତିକି ନୁହେଁ ମାତ୍ର ୪ ମାସ ତଳେ ୭୭ ଲକ୍ଷରେ କିଣା ହୋଇଛି ଆଉ ଗୋଟିଏ ପ୍ଲଟ୍  ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି କୋଟିପତି ପୋଲିସ ବାବୁ ଜଣକ ହେଉଛନ୍ତି ତମାଣ୍ଡୋ ଥାନାର ସବ୍ଇନ୍ସପେର ଅଭିମନୁ୍ୟ ଚୌଧୁରୀ ଅାଜି ଭୁବନେଶ୍ୱର ପାଇକ ନଗର, ପୈତୃକ ଘର ନୟାଗଡ଼ ନଛିପୁର ସମେତ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ  କୋଠା, ପ୍ଲଟର ସନ୍ଧାନ ସହିତ ମିଳିଛି ୭୮ ଲକ୍ଷର ବ୍ୟାଙ୍କ୍ ଡିପୋଜିଟ୍, ପୁଳା ପୁଳା ସୁନା ଗହଣା ଓ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଝାରେ କୋଟିପତି ଯନ୍ତ୍ରୀ: ଇଂଜିନିୟରଙ୍କ ଆଲିସାନ କୋଠା, ଗହଣାଗାଣ୍ଠି ସହ ଅମାପ ସଂପତ୍ତି . . .

Advertisment

୧୯୮୯ରେ କନ୍ଷ୍ଟେବଳ ଚାକିରି ଅାରମ୍ଭ କରିଥିବା ଅଭିମନୁ୍ୟ ଚୌଧୁରୀ ଏହା ଭିତରେ ଏସ୍ଆଇ ହୋଇଛନ୍ତି । ୨୦୦୯ ଯାଏ ସେ ରିଜର୍ଭ ପୋଲିସ, ଟ୍ରାଫିକ, ନୟାପଲ୍ଲୀ ଓ ଏୟାର ଫିଲ୍ଡ ଥାନାରେ କନ୍ଷ୍ଟେବଳ ଥିଲେ  ୨୦୦୯ରୁ ୨୧ ଯାଏ ସେ ରାଜଧାନୀର ବିଭିନ୍ନ ଥାନାରେ ଏଏସ୍ଅାଇ ଭାବେ କାମ କରିଛନ୍ତି ୨୦୨୧ରୁ ଏ ପଯର୍ୟନ୍ତ ତମାଣ୍ଡୋ ଥାନାରେ ଏସ୍ଅାଇ ଭାବେ ଦାୟିତ୍ୱ ତୁଳାଉଥିଲେ । ଆଉ ୪ ବର୍ଷ ପରେ ସେ ଅବସର ନେଇଥାନ୍ତେ  ତା ଅାଗରୁ ଅଭିମନୁ୍ୟଙ୍କ କଳାଧନର ଭଣ୍ଡାର ଦେଖି ଭିଜିଲାନ୍ସ ତାଜୁବ କେବଳ ଏହି ଜଣେ ପୋଲିସ ବାବୁ ନୁହନ୍ତି, ଗତ ୬ ବର୍ଷରେ ଭିଜିଲାନ୍ସ ହାତରେ ଧରାପଡ଼ିଲେଣି ୪୫ ଜଣ ପୋଲିସ ଅଧିକାରୀ ଏମାନେ ସମସ୍ତେ ସବ୍ଇନ୍ସପେକ୍ଟର, ଇନ୍ସପେକ୍ଟର କିମ୍ବା ଡିଏସ୍ପି ରାଙ୍କ୍ର ଅଧିକାରୀ ସୂଚନା ଅଧିକାର ଆଇନ ତଥ୍ୟରୁ ଏହା ଜଣାପଡ଼ିଛି  ସବିଶେଷ ତଥ୍ୟ ଦେବାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ମନା କରିଥିବାରୁ, ତାକୁ ନେଇ ଉଠିଛି ପ୍ରଶ୍ନ ।

କେବଳ ପୋରିସ୍ ଅଧିକାରୀ ନୁହନ୍ତି ଅାୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏ ଭିତରେ ଧରା ପଡିଲେଣି ବହୁ ସରକାରୀ ଅଧିକାରୀ ଗତକାଲି ବେଗୁନିଅା ତହସିଲଦାର ପୃଥ଼୍ବୀରାଜ ମଣ୍ଡଳ ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ବୀରାଜଙ୍କ ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରାଯାଇଥିଲା ।

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)

Vigilance Raid
Advertisment
Advertisment