/odishatv-khabar/media/post_attachments/uploadimage/library/16_9/16_9_0/hospital_1709613309.jpg)
hospital
ଭିତ୍ତିଭୂମି ସୁଧାରି ଦେଲେ ସ୍ବାସ୍ଥ୍ୟସେବାରେ ସୁଧାର ଆସେନି। ଆଉ ବ୍ୟବସ୍ଥାରେ ସୁଧାର ଆସିବାକୁ ଥିଲେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ଆବଶ୍ୟକତା ରହିଛି। ଆମେ କହୁଛୁ କୋରାପୁଟ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସମସ୍ୟ ବିଷୟରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୬ବର୍ଷ ତଳେ ଜୟପୁରକୁ ସ୍ଥାନାନ୍ତରିତ ହୋଇଥିଲେ ବି ସ୍ବାସ୍ଥ୍ୟସେବାରେ ସୁଧାର ଆସୁନି । କୋଠା ନିର୍ମାଣରେ ବିଳମ୍ବ ସହ ନିୟମିତ ରୋଗୀ କଲ୍ୟାଣ ସମିତି ବୈଠକ ବସୁନଥିବାରୁ ଅବ୍ୟବସ୍ଥା ଭିତରେ ଗତି କରୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।
୬ ବର୍ଷ ତଳେ କୋରାପୁଟରୁ ଜୟପୁରକୁ ସ୍ଥାନାନ୍ତରିତ ହୋଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କଳେବର ପରିବର୍ତ୍ତନ ଲାଗି ୬ ବର୍ଷ ହେବ । କୋଠା ନିର୍ମାଣ ଚାଲିଛି, ହେଲେ ସରିବାର ନାଁ ନେଉନି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗତବର୍ଷ ରୋଗୀକଲ୍ୟାଣ ସମିତି ବୈଠକରେ ତାଗିଦ ପରେ ବି ସଂପୂର୍ଣ୍ଣ ହୋଇପାରିନି କାମ । ୮୪କୋଟିରୁ ଏବେ ୧୩୪କୋଟିରେ ବ୍ୟୟ ଅଟକଳ ପହଞ୍ଚିଛି। ତେବେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ପାନୀୟ ଜଳ ବ୍ୟବସ୍ଥା ବି ହୋଇନି। .
ସେପଟେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ରୋଗୀକଲ୍ୟାଣ ସମିତି ବୈଠକ ନିରନ୍ତର ଭାବେ ହେବା କଥା, ହେଲେ ୧୦ ମାସ ହେବ ତା ବି ହୋଇନି। ଚିକିତ୍ସାଳୟରେ ପ୍ରଶାସନିକ ସୁଧାର ଆଣିବାଲାଗି ଜଣେ ଅଫିସରଙ୍କୁ ନିଯୁକ୍ତି ମିଳିଛି, ହେଲେ ସେ ଚିକିତ୍ସାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ସେପଟେ ସରକାର ବିଶେଷଜ୍ଞ ଡାକ୍ତର ନିଯୁକ୍ତି କଥା କହୁଥିଲେ ବି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ବି ରେଫେରାଲ ସେଣ୍ଟର ଭାବେ କାମ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)