• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଗତ କିଛି ବର୍ଷ ଧରି ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା ପ୍ରବଣତା । ଏନସିଆରବିର ତଥ୍ୟ କହୁଛି ରାଜ୍ୟ ରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଆତ୍ମହତ୍ୟା କରୁଛନ୍ତି । ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଛନ୍ତି । ଏନସିଆରବିର ସଦ୍ୟତମ ଆକ୍ସିଡେଣ୍ଟାଲ୍ ଡେଥ୍ସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରୁ ମିଳିଥିବା ତଥ୍ୟ କହୁଛି, ୨୦୨୧ରେ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ୫ ହଜାର ୬୫୧ ଜଣ ।

ଏହା ୨୦୨୦ରେ ଆତ୍ମହତ୍ୟା କରିଥିବା ୫ ହଜାର ୫୪୬ ଜଣଙ୍କ ତୁଳନାରେ ୨ ପ୍ରତିଶତ ଅଧିକ । ରାଜ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ହଜାର ୪୧୨ ଜଣ ପୁରୁଷ ହୋଇଥିବା ବେଳେ ୧ ହଜାର ୨୩୯ ଜଣ ମହିଳା । ହେଲେ କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା ? ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ବଢ଼ିବା ଉଦବେଗ ସୃଷ୍ଟି କରିଛି । 

ଅଧିକ ପଢ଼ନ୍ତୁ: ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ଆତ୍ମହତ୍ୟା କରିବା ଯେପରି ଏକ ସାଧାରଣ କଥା ହୋଇଗଲାଣି । ପ୍ରେମ ପ୍ରସଙ୍ଗ ହେଉ କି ପାରିବାରିକ ବିବାଦ ଆତ୍ମହତ୍ୟାକୁ ସହଜ ଭାବି ନେଉଛନ୍ତି ସମସ୍ତେ । ତେବେ ଏଥିରୁ ନିବୃତ୍ତ ରହିବାକୁ ତଥା  ଲୋକଟିର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ଗୁରୁଦାୟିତ୍ଵ ରହିଛି । ସେମାନେ ତା'ର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ କରିବା ପାଇଁ ଡାକ୍ତରଙ୍କ ସହଯୋଗ ନେଇ ସାହାଯ୍ୟ କରିବା ଆବଶ୍ୟକ ।  ସେ ଯେପରି ପୁନର୍ବାର ଆତ୍ମହତ୍ୟାର ଇଚ୍ଛାରୁ ଦୂରେଇ ରହିବ, ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ।

 ଏହାକୁ ନେଇ ଆଲୋଚନା-କାହିଁକି ଆତ୍ମହତ୍ୟା ? ଦେଖନ୍ତୁ ଭିଡିଓ . . .