Advertisment

ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଅଟୋ ଡ୍ରାଇଭର

ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ଆଜି ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ ।

author-image
Manoranjan Behera
ଅଦ୍ୟତନ ହୋଇଛି
Auto-Rickshaw Strike In Bhubaneswar Today

Auto Rickshaw

ଆଜି ଅଟୋ ଚଳାଚଳ ବନ୍ଦ । ଭୁବନେଶ୍ୱର ରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ । ଡ୍ରାଇଭରଙ୍କୁ ଚ୍ୟାଲେଞ୍ଜ ଦେବେ ଡ୍ରାଇଭର । ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଆନ୍ଦୋଳନରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ । ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବ ସଂଘ ।

Advertisment

ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ତେଣୁ କେଉଁଠି ସେମାନଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ତ କେଉଁଠି ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଥିବା ପ୍ଲେଟ୍ ଧରାଇ ଫଟୋ ଉଠାଯାଇଥିଲା। ଏଭଳି ଘଟଣାକୁ ଅପମାନିତ ବୋଧ କରି ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗରେ ଅନଲାଇନ୍ ଅଟୋ ଡ୍ରାଇଭର ଆନ୍ଦୋଳନ ଡାକରା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

Advertisment

ଗତକାଲି ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ଠପ୍ ହୋଇଗଲା ଜୀବନଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ । କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଥିଲେ ସମସ୍ତେ । ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ହଇରାଣ ହରକତ ହୋଇଥିଲେ । 

ଷ୍ଟାଣ୍ଡରେ ବସ୍ ଠିଆ ହୋଇଥିଲା, ହେଲେ ଆସିନଥିଲେ ଡ୍ରାଇଭର । ଗଡିନଥିଲା ଗାଡି । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯେପରି ଅଘୋଷିତ ଓଡ଼ିଶା ବନ୍ଦ କରିଦେଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡ ହେଉ ଅବା ସବୁଠୁ ବ୍ୟସ୍ତବହୁଳ ବାଦାମବାଡି । ପିଲା ଛୁଆଙ୍କୁ ଧରି ଯାତ୍ରୀ ଘଂଟା ଘଂଟା ଧରି ଚାତକ ପରି ଅନାଇ ରହିଥିଲେ ବସର ଗଡିବା ବାଟକୁ । ବସରେ ସେମିତି ବସି ରହିଥିଲେ ଯାତ୍ରୀ । କିଏ ଦି ଘଂଟା ତ କିଏ ୪ରୁ ୫ ଘଂଟା । ଅପେକ୍ଷା କରି କରି ବିରକ୍ତି ହୋଇ ଶେଷରେ ଘରକୁ ଫେରିଥିଲେ ।

Protests Auto Rickshaw Auto Driver Driver Protest
Advertisment
Advertisment