/odishatv-khabar/media/post_attachments/uploadimage/library/16_9/16_9_0/School_1674284925.jpg)
School
କାନ୍ଥ ଫାଟି ଆଁ କରିଛି, ଛାତରୁ ସିମେଣ୍ଟ ଖସୁଛି । ପଲସ୍ତରା ଛାଡ଼ି ପିଲାର ଭିତର ରଡ୍ ବି ଦିଶିଲାଣି । ଏଭଳି ବିପଦ ଶଙ୍କୁଳ ଅବସ୍ଥାରେ ପଢୁଛନ୍ତି କୁନିକୁନି ପିଲା । କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲୁନଗର ସୁଜାନଗର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ୬୮ ବର୍ଷର ପୁରୁଣା ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ଏ ସ୍କୁଲ୍ । ଅନେକ ସମୟରେ ଛାତରୁ ସିମେଣ୍ଟ ଖସୁଥିବା ବେଳେ ପିଲାଏ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଭାବକମାନେ ମଧ୍ୟ ଭୟରେ ପିଲାଙ୍କୁ ସ୍କୁଲ୍ ଛାଡୁନାହାନ୍ତି ।
ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୮୧ ପିଲା ପଢ଼ନ୍ତି । ଏଥିପାଇଁ ୩ ଶିକ୍ଷୟିତ୍ରୀ ନିୟୋଜିତ ଥିବା ବେଳେ ଦୁଇଟି ଘରେ ଅତି କଷ୍ଟରେ ଚାଲିଛି ପାଠପଢ଼ା । ଖାଲି ସେତିକି ନୁହେଁ, ଏହି ବିଦ୍ୟାଳୟ ପରିସରରେ ଥିବା ଦରଭଙ୍ଗା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷାଧିକାରୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଏବଂ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କାନ୍ଥ ଫାଟି ଆଁ କରିଛି, ଛାତରୁ ଖସୁଛି ସିମେଣ୍ଟ, ପଲସ୍ତରା ଛାଡ଼ି ରଡ୍ ଦିଶୁଛି.. ଏଭଳି ବିପଦସଂକୁଳ ସ୍ଥାନରେ ଚାଲିଛି ପିଲାଙ୍କ କ୍ଲାସ୍ #Kendrapara#Odisha#OTVpic.twitter.com/MSg8KBlTp2
— ଓଟିଭି (@otvkhabar) January 21, 2023
(ରିପୋର୍ଟ- ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)