Satellite survey disappoints real farmers while trying to catch fake cultivators
ନକଲି ଚାଷୀଙ୍କୁ ଧରିବାକୁ ଯାଇ ଅସଲିଙ୍କୁ ହତାଶ କଲା ସାଟେଲାଇଟ୍ ସର୍ଭେ ! ତ୍ରୁଟିପୂର୍ଣ୍ଣ ସର୍ଭେକୁ ନେଇ ତେଜୁଛି ଅସନ୍ତୋଷ। ଭଲ ଅମଳ ପରେ ଧାନ ବିକିବାକୁ ହନ୍ତସନ୍ତ ଚାଷୀକୂଳ। ବାଲେଶ୍ୱର ଜିଲ୍ଲା ରେମୁଣାର ଚାଷୀ ନିରଞ୍ଜନ। ତାଙ୍କ ଅଭିଯୋଗ ଗଲାଥର ସେ ଯେତିକି ଜମିରେ ଚାଷ କରିଥିଲେ। ଏଥର ବି ପାଖାପାଖି ସେତିକି ଜମିରେ ଚାଷ କରିଥିଲେ ଗତ ବର୍ଷଠୁୁ ଭଲ ଅମଳ ବି ହୋଇଥିଲା। ହେଲେ ଏଥର ଗତଥରଠୁ ୧୮ କୁଇଣ୍ଟାଲ କମ୍ ଧାନ ବିକ୍ରିପାଇଁ ନିରଞ୍ଜନଙ୍କ ପାଖକୁ ଆସିଛି ଟୋକନ୍।
କୋରାପୁଟ ଜୟପୁର ବ୍ଲକ୍ ଡାଙ୍ଗର ଗାଁର ଚାଷୀ ତ୍ରିନାଥ ମାଝୀ ହୁଅନ୍ତୁ କି ବରଗଡ଼ର ଉମାକାନ୍ତ ପଧାନ। ସବୁ ଚାଷୀଙ୍କ ସମଦଶା ସାଟେଲାଇଟ୍ ସର୍ଭେରେ କାହାର ଏକରେ କାହାର ୩ ଏକର ତ କାହାର ୭ ଏକର ଜମି କଟିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଏସବୁ ଜମିରୁ ଅମଳ ଧାନ ହେବ କଣ, କାହାକୁ ବିକିବେ, ତାକୁ ନେଇ ଚାଷୀଙ୍କ ଭାଳେଣି ପଡ଼ିଛି। ଏପଟେ ମାଲକାନଗିରି ଜିଲ୍ଲାରେ ଗତ ମାସ ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବହୁ ଚାଷୀଙ୍କୁ ଟୋକନ୍ ମିଳିନି ଯେଉଁମାନଙ୍କୁ ମିଳିଛି, ସେମାନଙ୍କ ଅମଳ ଫସଲର ମାତ୍ର ୨୦ରୁ ୩୦ ପ୍ରତିଶତ ବୋଲି ଅଭିଯୋଗ ହେଉଛି।
ଅଧିକ ପଢ଼ନ୍ତୁ: ସାଟେଲାଇଟ୍ ସର୍ବେକ୍ଷଣରେ ଚାଂଚଲ୍ୟକର ତଥ୍ୟ; ୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ
ଏମିତିକି ସାଟେଲାଇଟ୍ ସର୍ଭେରେ ତ୍ରୁଟି ଅଭିଯୋଗ ଆଣି ଚାଷୀ ଅସନ୍ତୋଷ ବି ତେଜିଲାଣି। ଅସନ୍ତୁଷ୍ଟ ଚାଷୀ କେଉଁଠି ମିଲର ଗାଡ଼ି ଆଗରେ ପ୍ରତିବାଦ କଲେଣି ତ କେଉଁଠି DRSଙ୍କ କାର୍ଯ୍ୟାଳୟକୁ ଘେରିଲେଣି। ହେଲେ ଫଳ ଶୂନ... ଯାହାକୁ ନେଇ ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ। କେବେ ଟୋକନ୍ ସ୍କାମ୍ ତ ଆଉ କେବେ କଟନୀ ଛଟନୀ। ଯେମିତି ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା। ଆଉ ଏବେ ତ୍ରୁଟିପୂର୍ଣ୍ଣ ସାଟେଲାଇଟ୍ ସର୍ଭେରୁ ହନ୍ତସନ୍ତ ଅସଲି ଚାଷୀଙ୍କ ସମସ୍ୟାର କିଭଳି ସମାଧାନ ହେବ, ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673015388.jpg)