ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

ପର୍ଯ୍ୟଟନ ସହ ପୁରୀକୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

କୁହୁଳା ନିଆଁରୁ ଫେରିଲା ସୁନା

ପୁରୀ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଛାରଖାର ହୋଇଛି । ହେଲେ ସୌଭାଗ୍ୟବଶତଃ କାହାର ଜୀବନହାନୀ ହୋଇନି । ଏପରିକି ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲ ଓ ଲଜରେ ୧୬୦ରୁ ଅଧିକ ପର୍ଯ୍ୟଟକ ଥିଲେ ବି, ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

ତା ସହ ଅଗ୍ନିଶମ ବାହିନୀ ଯବାନଙ୍କ ସାହସିକତା ପାଇଁ ଅନେକ ପର୍ଯ୍ୟଟକଙ୍କ ସେମାନଙ୍କ ଜିନିଷପତ୍ର ଫେରିପାଇଛନ୍ତି । ତେବେ ଅଗ୍ନିକାଣ୍ଡରେ କଂପ୍ଲେକ୍ସରେ ଥିବା ୪୦ରୁ ଅଧିକ ଦୋକନ ପୋଡ଼ି ପାଉଁଶ ହୋଇଯିଥିବାରୁ ସେମାନେ ଏବେ କେମିତି ଚଳିବେ ତାକୁ ନେଇ ଚିନ୍ତା ବଢ଼ିଛି ।

ଅଧିକ ପଢ଼ନ୍ତୁ: ସମ୍ପୂର୍ଣ୍ଣ ଆୟତ୍ତକୁ ଆସୁନି ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ; ଅଗ୍ନିକାଣ୍ଡରେ ଛାରଖାର ୪୩ ଦୋକାନ

ପର୍ଯ୍ୟଟନ ସହ ପୁରୀ କୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

ହେଲେ, ସୌଭାଗ୍ୟବଶତଃ ଏ ୩ ମହଲା କଂପ୍ଲେକ୍ସରେ ୧୫୦ରୁ ଅଧିକ ପର୍ଯ୍ୟଟକ ଓ ୫୦ରୁ ଅଧିକ ଦୋକାନୀ ଥିଲେ ବି କାହାରି କିଛି ଅଘଟଣ ଘଟିନି । କାଲି ସନ୍ଧ୍ୟାରେ ନିଆଁ ଲାଗିବା ବେଳକୁ ସମ୍ରାଟ୍ ହୋଟେଲର ୩୫ଟି ରୁମରେ ଥିଲେ ମହାରାଷ୍ଟ୍ର ନାସିକରୁ ଆସିଥିବା ୧୧୦ ପର୍ଯ୍ୟଟକ ।

ସେହିଭଳି ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରୁ ଏକ ପରିବାର ବ୍ରତଘର ଉତ୍ସବ ପାଳନ ଲାଗି ଏଇ ହୋଟେଲରେ ଆୟୋଜନ ବି କରିଥିଲେ । ବନ୍ଧୁବାନ୍ଧବଙ୍କୁ ମିଶାଇ ପ୍ରାୟ ୪୦ରୁ ଅଧିକ ସଦସ୍ୟ ଅପେକ୍ଷା କରିଥିଲେ ଆଜି ସକାଳକୁ । ହେଲେ ତା ପୂର୍ବରୁ ସେମାନଙ୍କ ସବୁ ଯୋଜନାକୁ ବଦଳାଇ ଦେଇଥିଲା ଏ ଅଗ୍ନିକାଣ୍ଡ ।

ନିଆଁ ଲାଗିବା ମାତ୍ରେ ନିଜର ସବୁ ଜିନିଷପତ୍ର ଛାଡ଼ି ଜୀବନ ବିକଳରେ ଏଣେତେଣେ ଧାଇଁଥିଲେ ପର୍ଯ୍ୟଟକ । ଆଉ ଏ ହଡ଼ବଡ଼ ଭିତରେ ହୋଟେଲ ଭିତରେ ରହିଯାଇଥିଲା ସବୁକିଛି । ତେବେ ଆଜି ନିଆଁ ଆୟତ୍ତ ପରେ ଅନେକ ପର୍ଯ୍ୟଟକ ସାଙ୍ଗରେ ଆଣିଥିବା ସାମଗ୍ରୀକୁ ଉଦ୍ଧାର କରି ଫେରାଇ ଦେଇଛି ଅଗ୍ନିଶମ ବାହିନୀ ।

ଏପରିକି ହିଞ୍ଜିଳିକାଟୁର ପରିବାର ହୋଟେଲରେ ଛାଡ଼ି ଆସିଥିବା ସୁନା ଓ ବ୍ରତଘର ପୂଜା ସାମଗ୍ରୀ ସହ ଅନ୍ୟ ଜିନିଷପତ୍ର ବି ଅକ୍ଷତ ଅବସ୍ଥାରେ ଫେରି ପାଇଛନ୍ତି । ଏ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷ୍ମୀ ମାର୍କଟ୍ କଂପ୍ଲେକ୍ସରେ ଛୋଟ ବଡ଼ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୪୦ରୁ ଅଧିକ ବ୍ୟବସାୟୀଙ୍କ ବେଉସା କିନ୍ତୁ ଏବେ ଅନ୍ଧାରରେ ।

କାରଣ ପ୍ରାୟ ୨୦ ଘଣ୍ଟାର କୁହୁଳା ନିଆଁରେ କପ୍ଲେକ୍ସର ବିଭିନ୍ନ ମହଲାରେ ଥିବା ଦୋକାନ ସବୁକୁ ପୋଡ଼ି ପାଉଁଶ କରିଦେଇଛି । ଫଳରେ କିଏ ଲୁଗା, କିଏ ଚପଲ ତ ଆଉ କିଏ ଚୁଡ଼ି ଭଳି ଛୋଟିଆ ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିବା ବ୍ୟବସାୟୀ ସବୁ କିଛି ହରାଇ ଏବେ ନିସ୍ୱ । ତେଣୁ ସେମାନେ ଆଗକୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ।

ପୁରୀରୁ କ୍ୟାମେରାପର୍ସନ ଗୋପାଳ, ସୋମନାଥ ଓ ଅମୂଲ୍ୟଙ୍କ ସହ ମଧୁସୂଦନ ମିଶ୍ର, ପ୍ରଦୀପ ମହାନ୍ତି ଓ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି