Advertisment

ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ କାରକେଡ୍ ହେଲିପ୍ୟାଡରୁ ବାହାରୁଥିଲା ତ, ତାଙ୍କୁ ଦେଖିବାକୁ ହେଲିପ୍ୟାଡ୍ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
President Murmu Advises Youths To Quit Drugs

President Murmu advises youths to quit drugs

ଗାଁ ମାଟିରେ ରାଷ୍ଟ୍ରପତି ଝିଅର ପ୍ରଥମ ପାଦ... ଇଏ ସ୍ମରଣୀୟ କ୍ଷଣ... ଖୋଦ୍ ନିଜେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ, ପୂରା ମୟୂରଭଞ୍ଜ ମାଟି ପାଇଁ...। ଦିନ ପ୍ରାୟ ୧୦ ଟା ୧୫। ବାୟୁସେନାର ହେଲିକପ୍ଟର ଆସି ନିର୍ଦ୍ଧାରିତ ସମୟରେ ବଡ଼ପାହାଡ଼ ହେଲିପ୍ୟାଡରେ ପହଞ୍ଚିବା କ୍ଷଣି ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ  ରାଷ୍ଟ୍ରପତିଙ୍କ କାର୍କେଡ୍ ହେଲିପ୍ୟାଡରୁ ବାହାରୁଥିଲା ତ, ତାଙ୍କୁ ଦେଖିବାକୁ ହେଲିପ୍ୟାଡ୍ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି।

Advertisment

ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ। ଏହା ପରେ ରାଷ୍ଟ୍ରପତି ମୁର୍ମୁ ନିଜ ହାତରେ ଗଢ଼ିଥିବା ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ୍ ସ୍କୁଲକୁ ଯାଇ ନିଜ ସ୍ବାମୀ ତଥା ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠୁ ସିଧା ଗ୍ରାମ ଦେବତୀ ଗୋଷାଣୀଙ୍କ ପାଖକୁ ଯାଇ ଦର୍ଶନ କରିବା ସହ ଆଦିବାସୀ ପରଂପରାରେ  ପୂଜାର୍ଚ୍ଚନା କରିଥିଲେ। ଏସଏଲ୍ଏସ୍ ସ୍କୁଲ ଗସ୍ତ ସମୟରେ ରାଷ୍ଟ୍ରପତି ନାବାର୍ଡ ସହାୟତାରେ କମ୍ୟୁନିଟି ସେଣ୍ଟର ଏବଂ ଦକ୍ଷତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏହାପରେ ସ୍କୁଲ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ନିଜ ସଂପର୍କୀୟଙ୍କ ସହ ବେଶ୍ କିଛି ସମୟ ଭାବ ବିନିମୟ କରିଥିଲେ ରାଷ୍ଟ୍ରପତି।

ଏସ୍ଏଲ୍ଏସ୍ ସ୍କୁଲ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତିଙ୍କ କାରକେଡ ଚାଲିଥିଲା ସାତପଉଟିଆ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରକୁ। ଏଠି ନିଶାମୁକ୍ତ ଓଡ଼ିଶା ଅଭିଯାନର 
ଶୁଭାରମ୍ଭ କରି ଉଦବୋଧନରେ ରାଷ୍ଟ୍ରପତି କହିଥିଲେ, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ। ଅପକାରିତା ଜାଣି ମଧ୍ୟ ଆମେ ନିଶା ଆଡ଼କୁ ଧସେଇ ପଶୁଛୁ। ପ୍ରଥମେ ମଣିଷ ନିଶା ଖାଏ, ପରେ ନିଶା ତାକୁ ଖାଏ। ଏହା ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ମାନସିକ ଅବସାଦରେ ପକାଉଛି। ତେଣୁ ନିଶାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରିବା ସହ, ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବାକୁ ହେବ ବୋଲି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ 
ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ।

Advertisment

ତିନିଦିନିଆ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କାଲି ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବା ସହ ପରଦିନ ଅର୍ଥାତ୍ ୬ ତାରିଖରେ ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

President Of India Draupadi Murmu
Advertisment
Advertisment