President Visit
ଆଜି ନିଜ ଜନ୍ମମାଟି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନିଜ ଜିଲ୍ଲା ତଥା ନିଜ ଘର ମୟୂରଭଂଜ ଗସ୍ତ କରିବେ । ତୃତୀୟ ଥର ପାଇଁ ନିଜ ଜିଲ୍ଲା ତଥା ନିଜ ଘରକୁ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ବରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ । ଏହାପରେ ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ। ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିବେ ।
ରାତିରେ ମହୁଲଡିହାସ୍ଥିତ ଡାକବଙ୍ଗଳାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି କେନ୍ଦୁଝର, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ମୟୂରଭଞ୍ଜ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709088603.jpg)