/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668150268.jpg)
President Draupadi Murmu
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଆସିଛନ୍ତି ଦେଶର ପ୍ରଥମ ନାଗରିକ ଭାବେ । ୧୯୭୦ରୁ ୭୪ ଯାଏଁ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିଲା ।
ଅଧିକ ପଢ଼ନ୍ତୁ: ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତିଙ୍କ ସହ ୭୦ ଦଶକରେ ଯେଉଁମାନେ ଛାତ୍ରୀଥିଲେ ଆଜି ସେମାନେ ୪୮ ବର୍ଷ ପରେ ଏକାଠି ହୋଇଛନ୍ତି । ପୂର୍ବରୁ ଅନେକ ସମୟରେ ଏକାଠି ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟ ହୋଇଛନ୍ତି
President Draupadi Murmu। ଭୁବନେଶ୍ୱର ୟୁନିଟ୍-୨ ଗର୍ଲସ ହାଇସ୍କୁଲ୍ ପରିସରରେ ରାଷ୍ଟ୍ରପତିଙ୍କ ବ୍ୟାଚ୍ର ୧୩ ଜଣ ସହପାଠୀଙ୍କୁ ଭେଟିଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ସହପାଠୀମାନେ । ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ ସେ ମନେ ପକାଇଛନ୍ତି ସମସ୍ତେ । ଏହି ଅବସରରେ ସେ ରହୁଥିବା ଆଦିବାସୀ ଛାତ୍ରୀ ନିବାସ ବୁଲିବା ସହ ସେ ରହୁଥିବା ରୂମ୍ରେ କିଛି ସମୟ ପାଇଁ ବସିଥିଲେ ।
(President Draupadi Murmu)ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏଠାରେ ସମୟ କାଟିବା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିବା ଲକ୍ଷ କରାଯାଇଥିଲା । ଏହି ଅବସରରେ ସେ ତାଙ୍କର ହଷ୍ଟେଲ୍ ମେଟ୍କୁ ମନେ ପକାଇଛନ୍ତି । ହଷ୍ଟେଲ୍ ସମୟରେ ସେ ଯାହାସହ ରହୁଥିଲେ ସେ ଆଜି କାର୍ଯ୍ୟକ୍ରମରେ ଆସିନଥିବାରୁ ତାଙ୍କୁ ଖୋଜିଥିଲେ ରାଷ୍ଟ୍ରପତି । ଏହା ପରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସ ପରିଦର୍ଶନ କରିଥିଲେ । ସେଠାରେ ସେ ଯେଉଁ ଖଟରେ ଶୋଉଥିଲେ ତା ଉପରେ ଆଜି କିଛି ସମୟ ପାଇଁ ବସିବା ସହ ପୁରୁଣା ସ୍ମୃତି ସବୁକୁ ଗୋଟିଗୋଟି କରି ମନେ ପକାଇଥିଲେ । ସେଠାରେ ସେ ଭିଜିଟର ବୁକ୍ରେ ନିଜର ଅନୁଭୂତି ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)