• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପୂରା ପରିବାର । ଭୁବନେଶ୍ୱ ରେ ରହି ଟେଲରିଂ କାମ କରି ଯାହା କମାଉଥିଲେ ସେଥିରେ ପରିବାର ପ୍ରତିପୋଷଣ ହେଉଥିଲା । ହେଲେ ଜ୍ୱରରେ ପଡି ସ୍ୱାମୀଙ୍କ ଦେହାନ୍ତ ପରେ ଖାଇବା ତ ଦୂର କଥା ରହିବାକୁ ଛାତ ଖଣ୍ଡେ ବି ନାହିଁ । ଏଭଳି ସ୍ଥିତିରେ ପଲିଥିନ ତଳେ ବିତୁଛି ଗଂଜାମ ଜଗନ୍ନଥପ୍ରସାଦ କୁଡୁତାଇ ଗାଁର ଚାରି ପ୍ରାଣୀଙ୍କ ଜୀବନ ।

ଗଂଜାମ ଜଗନ୍ନାଥପ୍ରସାଦ କୁଡୁତାଇ ଗାଁର ଅସହାୟ ମହିଳା ଗୀତାଞ୍ଜଳି ନାୟକ । କିଛି ଦିନ ତଳେ ସ୍ୱାମୀ ଜ୍ୱରରେ ପଡି ଜୀବନ ହାରିବା ପରେ ଚାରି ପ୍ରାଣୀ ସମ୍ପୂର୍ଣ୍ଣ ରୂପେ ବେସାହାରା । ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ । ଏମିତିରେ ଘର ଖଣ୍ଡେ ଯୋଗାଇବା ପାଇଁ ଦାବି ହୋଇଛି ।

ତାଙ୍କ ଘର ଏମିତି ଯେ କେଉଁଠି ମାଟି ଅତଡା ଖସିଛି ତ କେଉଁଠି ଭଙ୍ଗା କବାଟ ଭାଙ୍ଗି ପଡ଼ିଛି । ଯେଉଁଠି ଦେଖିଲେ ସବୁଠି ଘରଦ୍ୱାର ଭାଙ୍ଗିରୁଜି ଛିନଛତ୍ର ହୋଇଯାଇଛି । ଏଭଳି ସ୍ଥିତିରେ ମୁଣ୍ଡ ଗୁଂଜିବାକୁ ପଲିଥିନ ତଳେ ନିଜ ୨ ଛୁଆଓ ଶାଶୂଙ୍କ ସହ ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

୩୮ ବର୍ଷୀୟ ନରେନ୍ଦ୍ର ନାୟକ ସ୍ତ୍ରୀ ଛୁଆଙ୍କୁ ଧରି ଭୁବନେଶ୍ୱରରେ ଭଡା ନେଇ ଟେଲରିଙ୍ଗ କରୁଥିଲେ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ତେବେ କିଛି ଦିନ ତଳେ ଜ୍ୱରରେ ପଡି ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ସାହିଭାଇଙ୍କ ସହାୟତାରେ ଶୁଦ୍ଧି କାର୍ଯ୍ୟ ତ ହୋଇଗଲା ହେଲେ ଏବେ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡିଛି । ଝିଅ ବିଦିଶା, ପୁଅ ଆଦେଶ ପାଠପଢାରେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ସେହପରି ଗୀତାଞ୍ଜଳିଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଲୋଡିଛନ୍ତି । ଅନ୍ୟପଟେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଆବାସ ଯୋଜନାରେ ସାମିଲ କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ।