/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708342690.jpg)
Passport Office
ବଦଳିଲା ଭୁବନେଶ୍ୱର ପାସ୍ପୋର୍ଟ ଅଫିସ୍ ଠିକଣା। ୟୁନିଟ୍-୮ ନୂଆପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ୧୯ ଫେବ୍ରୁଆରୀଠାରୁ ଏକ ନୂତନ ଠିକଣାକୁ ସ୍ଥାନାନ୍ତର କରାଯାଇଛି।ଭୁବନେଶ୍ୱର ନୂଆପଲ୍ଲୀରେ ଥିବା ଏହି ପାସ୍ପୋର୍ଟ ଅଫିସ୍ ଏବେ ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ୍ ସେଣ୍ଟର କୋଠାରେ ରହିବ। ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ସୋମବାରଠାରୁ ରସୁଲଗଡ଼କୁ ସ୍ଥାନାନ୍ତର କରାଯିବ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି। ତେଣୁ ଯେଉଁମାନେ ଏବେ ପାସପୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଆସିବେ ସେମାନେ ରସୁଲଗଡ଼ ସ୍ଥିତ ନୂଆ ପାସପୋର୍ଟ ସେବା କେନ୍ଦ୍ରକୁ ଆସିବାକୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ନୂଆ ଠିକଣା:
ଗ୍ରାଉଣ୍ଡ ଫ୍ଲୋର, ଓଡ଼ିଶା ବିଜନେସ୍ ସେଣ୍ଟର
ପ୍ଲଟ୍ ନମ୍ବର ୩୦, ୩୧ /୯୮୨, ୟୁନିଟ୍ ନମ୍ବର ୮-୧୪
ରସୁଲଗଡ, ଭୁବନେଶ୍ୱର, ୭୫୧୦୧୦
RPO BBSR shifting to a new address pic.twitter.com/lydHVGNpLH
— PRATIK PATTNAIK OAS 🇮🇳 (@the_pratik91) February 19, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)