Advertisment

ମନ୍ଦିରରେ ବସିଲା ପେଚା, ମିଳିଲା ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି

ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ।

author-image
Chandan Shishu
ଅଦ୍ୟତନ ହୋଇଛି
Stolen Item Recovered From Nayagarh Temple

stolen item recovered

ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଗାଁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା। ମନ୍ଦିରରେ ପେଚା ବସିବା ପରେ ମିଳିଛି ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟଧାତୁରେ ନିର୍ମିତ ଶିବ ପାର୍ବତୀଙ୍କ ମୂର୍ତ୍ତି l ଠାକୁରଙ୍କ ଆଶୀର୍ବାଦରୁ ଏପରି ହୋଇଥିବା ବିଶ୍ୱାସ କରି ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥିଲେ l

Advertisment

ରଣପୁର ଥାନା ରାଜସୁନାଖଳା ସ୍ଥିତ ରାଜରାଜୁଡ଼ା ଅମଳର ପୁରାତନ ପ୍ରସିଦ୍ଧ ଶୈବ ପୀଠ ବାବା ଅମୃତେଶ୍ୱରଙ୍କ ମନ୍ଦିରରୁ ସମସ୍ତ ତାଲା ଭାଙ୍ଗି ଗତ ଡିସେମ୍ବର ୩୧ ତାରିଖରେ ଲୁଟି ନେଇଥିଲେ ଦୁର୍ବୁତ୍ତ। ମୂଲ୍ୟବାନ ଅଷ୍ଟଧାତୁ, ୨ଟି ଶିବ ପାର୍ବତୀ, ୨ଟି ସୁନା କିରଟୀ, ରୁପା ନାଗ, ଠାକୁରଙ୍କ ୨ଟି ସୁନା ଚେନ, ସୁନାର ବେଲ ପତ୍ର ମାଳ ଆଦି ମୂଲ୍ୟବାନ ସୁନା ଅଳଙ୍କାର ଚୋରି ହୋଇଥିଲା।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ! ଭକ୍ତଙ୍କ ହାତରୁ ଲଡ଼ୁ ଖାଉଛନ୍ତି ହନୁମାନ

ତେବେ ଚୋରି ହୋଇଥିବା ସମସ୍ତ ସୁନା ଅଳଙ୍କାରର ସର୍ବନିମ୍ନ ମୂଲ୍ୟ ପ୍ରାୟ 3 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହୋଇଥିବା ସୂଚନା ମିଳିଛି। କେବଳ ଅଷ୍ଟଧାତୁ ମିଳିଥିବା ବେଳେ ଅନ୍ୟ ସମସ୍ତ ସୁନା ଅଳଙ୍କାର ମିଳିପାରିନାହିଁ। ଭୋର ସମୟରୁ ପୂଜକ ମନ୍ଦିର ଖୋଲିବା ବେଳେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାର ହେବା ପରେ ଶହ ଶହ ଶିବ ଭକ୍ତଙ୍କ ମନରେ ଗଭୀର ଦୁଃଖ ଦେଇଥିଲା।

Advertisment

ଚୋରି ସମ୍ପର୍କରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। ଦୀର୍ଘ ୧୮ ଦିନ ପରେ ଆଜି ରାଜସୁନାଖଳା ଗହୀର ମଝି ଏକ ବାଉଁଶ ବୁଦା ମୂଳରେ କପଡ଼ା ଗୁଡ଼ାଇ ହୋଇ ଅଷ୍ଟଧାତୁ ପଡିଥିବା ଦେଖିବାକୁ ପାଇଥିଲେ ଲୋକେ। ଏପଟେ ମନ୍ଦିରରେ ଏକ ଚେପା ବସିବା ନେଇ ଲୋକେ ଖୁସି ହୋଇଯାଇଥିଲେ। ମନ୍ଦିରକୁ ଲକ୍ଷ୍ମୀ ଆସିଲେ ବୋଲି ଲୋକେ କହିଥିଲେ l ପରେ ଅଷ୍ଟଧାତୁ ଉଦ୍ଧାର କରାଯାଇ ମନ୍ଦିରକୁ ଅଣାଯାଇଛି।

(ରିପୋର୍ଟ: ଜୟେନ୍ଦ୍ର ବେହେରା) 

Temple
Advertisment
Advertisment