/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664886441.jpg)
viral video
ବିଶ୍ୱାସେ ମିଳଇ ପ୍ରଭୁ ତର୍କେ ବହୂ ଦୂର । ଶ୍ରଦ୍ଧାଳୁ ଅର୍ପଣ କରୁଥିବା ଲଡ଼ୁ ଖାଉଛନ୍ତି ବଜରଙ୍ଗବାଲୀ ହନୁମାନ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଯମୁନା ନଦୀ କୂଳରେ ଥିବା ଏକ ହନୁମାନ ମନ୍ଦିରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ ମନ୍ଦିରରେ ପୂଜା ପାଉଥିବା ହନୁମାନଙ୍କ ମୂର୍ତ୍ତିର ପାଟିରେ ଲଡୁ ଦେଲେ, ସେ ତୁରନ୍ତ ଖାଇ ଦେଉଥିବା ଦେଖାଯାଇଛି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପବନପୁତ୍ରଙ୍କ ମହିମା ଶୁଣି ଦୂରଦୁରାନ୍ତରରୁ ଏଠାକୁ ଛୁଟି ଆସନ୍ତି ଭକ୍ତ । ଆଉ ଖୁବ୍ ଶ୍ରଦ୍ଧାରେ ଭକ୍ତମାନେ ହନୁମାନଙ୍କୁ ଲଡ଼ୁ ଅର୍ପଣ କରନ୍ତି । ହନୁମାନ ଜୟନ୍ତୀ ଅବସରରେ ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୁଏ । ବର୍ଷ ସାରା ମନ୍ଦିରରେ ଲୋକଙ୍କ ଗହଳି ଦେଖିବାକୁ ମିଳେ । ଏଠାରେ ହନୁମାନଙ୍କ ପୂଜା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୃଶ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।
#ଲଡୁ_ଖାଇଲେ_ହନୁମାନ
ଭକ୍ତିର ସହ ହନୁମାନଙ୍କୁ ଲଡୁ ଦେଲେ ଭକ୍ତ। ବାସ୍ ଲଡୁ ପାଇବା ପରେ ଏମିତି ଖାଇଲେ ହନୁମାନ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ#SpecialStory#India#OTVpic.twitter.com/oNJeJF7yId— ଓଟିଭି (@otvkhabar) October 3, 2022
ତେବେ ସ୍ପଷ୍ଟ ଭାବରେ ଆମେ କହିରଖୁଛୁ କି କୌଣସି ଅନ୍ଧବିଶ୍ୱାସକୁ ଆମେ ପ୍ରୋତ୍ସାହନ ଦେଉନାହିଁ । ଆପଣମାନେ ବି ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ । ଏହି ଭିଡିଓ କେବଳ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)