Advertisment

ଓଟିଭି କେୟାର୍ସ ପକ୍ଷରୁ ଟେଲରିଂ ପାଇଁ କାଉନସେଲିଂ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

author-image
Chandan Shishu
ଅଦ୍ୟତନ ହୋଇଛି
OTV Cares holds counselling for tailoring course

OTV Cares holds counselling for tailoring course

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂର କାଉନସେଲିଂ ପରେ ଆଜି ଆରମ୍ଭ ହୋଇଛି ଟେଲରିଂ ପାଇଁ କାଉନସେଲିଂ। ଏହି କାର୍ଯ୍ୟକ୍ରମରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା, ସେଞ୍ଚୁରିଆନ୍‌ ୟୁନିଭରସିଟିର ୨ ଜଣ ପ୍ରତିନିଧି ଓ CSR ଟିମ୍ ଉପସ୍ଥିତ ଥିଲେ।

Advertisment

କାର୍ଯ୍ୟକ୍ରମରେ ସେଞ୍ଚୁରିଆନ୍‌ ୟୁନିଭରସିଟିର ପ୍ରତିନିଧି ଅର୍ଗାନାଇଜେସନର ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ। ସାଧାରଣ ଟେଲରିଂ ଠାରୁ ଇଣ୍ଡଷ୍ଟ୍ରିଆଲ ଟେଲରିଂ କିପରି ଭିନ୍ନ, ଏହା ଉପରେ ଆଲୋକପାତ କରିଥିଲେ। ଏହି କୋର୍ସର ଅବଧି  ଦିନ ରଖାଯାଇଛି। ଟ୍ରେନିଂ ଶେଷ ହେବା ପରେ ଯୁବତୀମାନଙ୍କୁ କ୍ୟାମ୍ପସ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ତାଲିମ ଦିଆଯିବ।

ଟେଲରିଂ ପାଇଁ କାଉନସେଲିଂ(ଅର୍ଗାନାଇଜେସନର ସମ୍ପର୍କରେ ଆଲୋକପାତ କରୁଛନ୍ତି ସେଞ୍ଚୁରିଆନ୍ ୟୁନିଭରସିଟିର ପ୍ରତିନିଧି)
Advertisment

ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍‌, ହୋମ୍‌ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ। ବିଶେଷକରି ପ୍ରାର୍ଥୀ ଆର୍ଥିକ ଅନଗ୍ରସର ଶ୍ରେଣୀର। ପିତାଛେଉଣ୍ଡ ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ଏଥିରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି ଶିକ୍ଷା ପାଇଁ ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ଓଟିଭି କେୟାର୍ସ ବହନ କରିବ।

ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ଓଟିଭି କେୟାର୍ସ ମାଧ୍ୟମରେ ବନ୍ୟାରେ ପ୍ରପୀଡ଼ିତଙ୍କୁ ରିଲିଫ୍ କିଟ୍ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏପରିକି ଲକ୍‌ଡାଉନ୍‌ ସମୟରେ କରୋନା ରୋଗୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଓଟିଭି କେୟାର୍ସ। ସେହି ଧାରାକୁ ବଜାୟ ରଖି ଓଟିଭି କେୟାର୍ସ ଆଉ ଏକ ପ୍ରୟାସ ଆରମ୍ଭ କରିଛି।

OTV Cares
Advertisment
Advertisment